Home Top News କଟକ ମାଲ ଗୋଦାମରେ ନକଲି ସସ ଦୋକାନ ଉପରେ ପୋଲିସ ଓ ସିଏମସି ସ୍ୱାସ୍ଥ୍ୟ ବିଭାଗ...

କଟକ ମାଲ ଗୋଦାମରେ ନକଲି ସସ ଦୋକାନ ଉପରେ ପୋଲିସ ଓ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ

284

କଟକ: ୧୩-୧ (ଓଡ଼ିଆ ପୁଅ/ଅଭୟ ଜେନା) ଆଜି କଟକ ମାଲଗୋଦାମରେ ନକଲି ସସ୍‌ ଦୋକାନମାନଙ୍କ ଉପରେ ଚଢାଉ କରାଯାଇ ବିପୁଳ ପରିମାଣର ଭେଜାଲ୍ ଟମାଟୋ ଓ ଚିଲି ସସ୍‌ ଜବତ କରାଯାଇଛି। ମାଲଗୋଦାମରେ ଥିବା ଅପମିଶ୍ରିତ ସସ୍ ଓ ନକଲି ସସ ଦୋକାନମାନଙ୍କ ଉପରେ ଚଢ଼ାଉ କରାଯାଇଛି।କଟକ ମାଲଗୋଦାମ ପୋଲିସ ଓ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏହି ମିଳିତ ଚଢ଼ାଉ କରାଯାଇଛି।

ଏହା ପୂର୍ବରୁ ମଧ୍ୟ ଏହି ପରି ଭାବରେ କଟକରୁ ଅନେକ ନକଲି ଜିନିଷ ପତ୍ରକୁ ଜବତ କରାଯାଇଛି। ତେବେ କଟକ ରେ ନକଲି ପଦାର୍ଥ ର କାରବାର ଓ ପ୍ରସ୍ତୁତ ବୃଦ୍ଧି ପାଉଥିବାରୁ ଏହା ଉପରେ ଅଧିକ ତଦନ୍ତକରାଯିବା ଓ ସରକାରୀ ସ୍ତରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇପଡିଛିବୋଲି ମତପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.