Home କୋରାପୁଟ କୋରାପୁଟ ଜିଲ୍ଲାର ଲାଉଡି ଓ ପଲକାପୁଟକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ  ଘୋଷିତ

କୋରାପୁଟ ଜିଲ୍ଲାର ଲାଉଡି ଓ ପଲକାପୁଟକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ  ଘୋଷିତ

57

କୋରାପୁଟ ୦୧-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଶୁଙ୍ଗୀ ପଂଚାୟତର ଲାଉଡି ଓ ଜୟପୁର ବ୍ଲକର ବାଲିଆ ପଂଚାୟତ ଅନ୍ତର୍ଗତ ପଲକାପୁଟକୁ ପ୍ରଧାନମନ୍ତ୍ରୀ ଆଦର୍ଶ   ଗ୍ରାମ ଭାବେ ଘୋଷଣା କରାଯାଇଥିବା ଜଣାପଡିଛି ।କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ଅନୁଦାନରେ ଓଏସଏଫଡିସି ମାଧ୍ୟମରେ ୨ ଟି ଗ୍ରାମରେ ୪୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯାଇ ପାନୀୟ ଜଳ,ଶିକ୍ଷା , ରାସ୍ତା , ଆଲୋକକରଣ ,କମ୍ୟୁନିଟି ଗୃହ  ପ୍ରମୁଖ ମୈାଳିକ ସୁବିଧା  ଭଳି ଉନ୍ନୟନ କାର୍ଯ୍ୟ କରାଯାଇଥିବା ଜଣାପଡିଛି ।ପଟ୍ଟାଙ୍ଗୀ ବ୍ଲକର ଲାଉଡିଠାରେ ଏକ କାର୍ଯ୍ୟକ୍ରମ କରାଯାଇ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଯୋଗଦେଇ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରିଥିଲେ ।ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ , ଏବିଡିଓ କୃଷ୍ଣଚନ୍ଦ୍ର ବିଶ୍ୱାସରାୟ , ଭାରପ୍ରାପ୍ତ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଦିବାକର ପୁରୋହିତ , ସହକାରୀ ନିର୍ବାହୀ ଯନ୍ତ୍ରୀ  ସଂଜୟ କୁମାର କେସପଟା ପ୍ରମୁଖ ଯୋଗଦେଇଥିଲେ ।ସେହିପରି ଜୟପୁର ବ୍ଲକର ପଲକାପୁଟ ଗ୍ରାମରେ ଏକ ସ୍ୱତନ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଯୋଗଦେଇ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜୟପୁର ବିଡିଓ ,ବ୍ଲକ ଅଧ୍ୟକ୍ଷା ,କନିଷ୍ଠ ଯନ୍ତ୍ରୀ ଓ ବାଲିଆ ସରପଂଚ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.