କୋରାପୁଟ ୧୨-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ସୋମବାର ଦିନ ୩ଜଣ ମହିଳାଙ୍କ ସମେତ ୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଜୟପୁର ପୌରାଂଚଳର ନୂଆସହି,ଆଦର୍ଶନଗର ଓ ଜୟପୁର ମେନରୋଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୋରାପୁଟ ପୌରାଂଚଳର ପୁଜାରିପୁଟ ଓ ଏସସିଟିଆଇ କଲୋନୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୋରିଗୁମ୍ମା ବ୍ଲକ ବରଗାଁରୁ ୨ ଓ ଜୟପୁର ବ୍ଲକ ଆମ୍ବାଗୁଡା ପଂଚାୟତର ବଡମଜୁରମୁଣ୍ଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲକ୍ଷ୍ମୀପୁର ବ୍ଲକ କଟ୍ରାକଣା ଗ୍ରାମରୁ ଅନ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ୍ ୧୧ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୧ଲକ୍ଷ ୮୪ ହଜାର ୧୫୯ ଜଣଙ୍କୁ କରୋନା ଟୀକା କରଣ କରା ଯାଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ା