Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ଅନୁଷ୍ଠାନ ଗଠନରେ ଶିକ୍ଷକମାନଙ୍କ ଭୂମିକା’ ସଂପର୍କିତ ସ୍ୱତନ୍ତ୍ର ଅନଲାଇନ ଆଲୋଚନାଚକ୍ର

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ଅନୁଷ୍ଠାନ ଗଠନରେ ଶିକ୍ଷକମାନଙ୍କ ଭୂମିକା’ ସଂପର୍କିତ ସ୍ୱତନ୍ତ୍ର ଅନଲାଇନ ଆଲୋଚନାଚକ୍ର

35

କୋରାପୁଟ ୧୨-୦୪(ଓଡିଆ ପୁଅ /ରଂଜନ ଦାସ) ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ଅନୁଷ୍ଠାନ ଗଠନରେ ଶିକ୍ଷକମାନଙ୍କ ଭୂମିକା’ ସଂପର୍କିତ   ଏକ ସ୍ୱତନ୍ତ୍ର  ଅନଲାଇନ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି ।ହାଇଦ୍ରାବାଦ  ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ସାଇକୋଲୋଜି କେନ୍ଦ୍ରର ନି୍େ‌ର୍ଦ୍ଦର୍ଶକ ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିବ୭ାହୀ ପରିଷଦର ସଦସ୍ୟା ପ୍ରଫେସର ମୀନା ହରିହରନ ଉପରୋକ୍ତ  ବିଷୟ ଉପରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମର ସଫଳତା କାମନା କରି ବିଶ୍ୱବିଦ୍ୟାଳୟର କୁଳପତି ଆଇ.ରାମବ୍ରହ୍ମମ ଶୁଭେଛା ଜଣାଇ ପ୍ରଫେସର ହରିହରନଙ୍କ ସୂଦୂର ପ୍ରସାରୀ ଅଭିଜ୍ଞତାକୁ ବିଶ୍ୱବିଦ୍ୟାଳୟର ଶିକ୍ଷକମାନେ ଗ୍ରହଣ କରି ବିଶ୍ୱବିଦ୍ୟାଳୟକୁ ରୁଦ୍ଧିମନ୍ତ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ଶିକ୍ଷା ଅନୁଷ୍ଠାନ କେବଳ ଇଟା ଓ ସିମେଂଟରେ ଗଠନ କରାଯାଏ ନାହିଁ , ଏଥିପାଇଁ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ଉନ୍ନତ ଭବିଷ୍ୟତ ଗଠନ କରିବାରେ ନିଷ୍ଠାପର ଓ ନିରବଛିନ୍ନଭାବେ ଉଦ୍ୟମ କରିବା ଦ୍ୱାରା ଶିକ୍ଷା ଅନୁଷ୍ଠାନ ଗଠନ  ହୋଇପାରିବ ବୋଲି ପ୍ରଫେସର ହରିହରନ ଆଲୋକପାତ କରିଥିଲେ । ସେ ଶିକ୍ଷକମାନଙ୍କୁ ଅନୁଷ୍ଠାନ ନିର୍ମାଣରେ ତିନୋଟି ସି କୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ  ଯଥା  ନିଜ ଉପରେ ନିୟନ୍ତ୍ରଣ , ଆହ୍ନାନ ଏବଂ ପ୍ରତିବଦ୍ଧତା । ସେ ଶିକ୍ଷାଦାନର ନୂତନତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସମସ୍ତ ଶିକ୍ଷକଙ୍କୁ ଗୋଟିଏ ସେମିଷ୍ଟାରରେ ଅତି କମରେ ଗୋଟିଏ ଗବେଷଣାତ୍ମକ ଲେଖା ପ୍ରକାଶ କରିବାକୁ ଏବଂ ବିଭିନ୍ନ ଗବେଷଣା ପ୍ରକଳ୍ପ ଆଣିବାକୁ ପରାମର୍ଶ ଦେଇଥିଲେ । ପ୍ରଫେସର ଭାଗବତ ପାତ୍ର ,ପ୍ରଫେସରକୃଷ୍ଣଚନ୍ଦ୍ର ପ୍ରଧାନ ପରିଦର୍ଶକ ପ୍ରଫେସରମାନେ ଅନଲାଇନରେ ଶିକ୍ଷା ଅନୁଷ୍ଠାନ ନିର୍ମାଣରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଜୈବବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟର ଡିନ ପ୍ରଫେସର ଶରତ କୁମାର ପଲିତା ଅଧିବେଶନରେ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଗତ ୧୨ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ନିର୍ମାଣ ଦିଗରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଅବଦାନ ଉପରେ ସେ ଆଲୋକପାତ କରିଥିଲେ ।ସମାଜ ବିଜ୍ଞାନର ପ୍ରଫେସର ପି.ଦୁର୍ଗା ପ୍ରସାଦ ଅଧିବେଶନକୁ ପରିଚାଳନା କରିଥିଲେ  ଏବଂ ଉଦଯାପନୀ ଭାଷଣ ପ୍ରଦାନ କରିଥିଲେ ।ପରୀକ୍ଷା ନିୟନ୍ତ୍ରକ ଡ.ରାମଶଙ୍କର ଅତିଥି ପରିଚୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.