Home କୋରାପୁଟ କୋରାପୁଟ ଜିଲ୍ଲାରେ ୭ଜଣ କରୋନା ପଜିଟିଭ  ଚିହ୍ନଟ

କୋରାପୁଟ ଜିଲ୍ଲାରେ ୭ଜଣ କରୋନା ପଜିଟିଭ  ଚିହ୍ନଟ

28

କୋରାପୁଟ ୨୪-୦୭(ଓଡିଆ ପୁଅ /ରଂଜନ ଦାସ)ଶନିବାର କୋରାପୁଟ ଜିଲ୍ଲାରେ  ୩ଜଣ ମହିଳାଙ୍କ ସମେତ   ୭ ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୭୭୩ରେ ପହଂଚିଛି ।  ଆଜି  କୋରାପୁଟଜୟପୁରପୌରାଂଚଳଓକୋଟପାଡଏନଏସିସମେତବନ୍ଧୁଗାଁ,ବୈପାରିଗୁଡା,ବୋରିଗୁମ୍ମା,ଜୟପୁର,କୁନ୍ଦୁରା,ଲକ୍ଷ୍ମୀପୁର,ନନ୍ଦପୁର,ନାରାୟଣପାଟଣା,ପଟ୍ଟାଙ୍ଗୀ  ଓ ସେମିଲିଗୁଡା ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଆଜି କେବଳ  ସୁନାବେଡା ପୌରାଂଚଳରେ ୧ ଓ ଦଶମନ୍ତପୁର ବ୍ଲକରୁ ୧, କୋରାପୁଟ ବ୍ଲକରୁ ୨,କୋଟପାଡ ବ୍ଲକରୁ ୨ ଓ ଲମତାପୁଟରୁ ଜଣେ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୨୪  ତାରିଖ ସୁଦ୍ଧା ୪ ଲକ୍ଷ   ୮୪ ହଜାର  ୧୦୦ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୮୪୭୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୨୨୯ ଟି ସକ୍ରୀୟ କେସ ରହିଛି ।  ଜିଲ୍ଲାରେ  ଶନିବାର  ସୁଦ୍ଧା  ମୋଟ ମୃତ୍ୟୁ ସଂଖ୍ୟା ୬୯   ରହିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.