କୋରାପୁଟ ୨୮-୦୬(ଓଡିଆ ପୁଅ /ରଂଜନ ଦାସ) ସୋମବାର କୋରାପୁଟ ଜିଲ୍ଲାରେ ୨୧ଜଣ ମହିଳାଙ୍କ ସମେତ ୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୭୨ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୩, ଜୟପୁର ପୌରାଂଚଳରୁ ୧୬,ସୁନାବେଡା ପୌରାଂଚଳରୁ ୬ ଓ କୋଟପାଡ ଏନଏସିରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଲକ୍ଷ୍ମିପୁର , ନନ୍ଦପୁର ,କୋଟପାଡ ଓ ଦଶମନ୍ତପୁର ବ୍ଲକରୁ ଜଣେ ହେଲେ ପଜିଟିଭ ଚିହ୍ନଟ ହୋଇ ନାହାନ୍ତି । ସେହିପରି ଆଜି ବନ୍ଧୁଗାଁ ବ୍ଲକରୁ ୧,ବୈପାରିଗୁଡା ବ୍ଲକରୁ ୪,ବୋରିଗୁମ୍ମା ବ୍ଲକରୁ ୪,ଜୟପୁର ବ୍ଲକରୁ ୩, ଓ କୋରାପୁଟ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ,କୁନ୍ଦୁରା ବ୍ଲକରୁ ୨,ଲମତାପୁଟରୁ ୩,ନାରାୟଣପାଟଣା ବ୍ଲକରୁ ୨,ପଟ୍ଟାଙ୍ଗୀ ବ୍ଲକରୁ ୬ ଏବଂ ସେମିଲିଗୁଡା ବ୍ଲକରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୭ ତାରିଖ ସୁଦ୍ଧା ୩ ଲକ୍ଷ ୭୦ ହଜାର ୩୯୯ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୮ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୭୦୬୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୩୬ଟି ସକ୍ରୀୟ କେସ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁଦ୍ଧା ଜିଲ୍ଲାରେ କରୋନାରେ ୫୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।