କୋରାପୁଟ ୧୫-୦୭(ଓଡିଆ ପୁଅ /ରଂଜନ ଦାସ) ଗୁରୁବାର କୋରାପୁଟ ଜିଲ୍ଲାରେ ୯ଜଣ ମହିଳାଙ୍କ ସମେତ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬୫୯ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୭ ଓ ସୁନାବେଡା ପୌରାଂଚଳରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ବୋରିଗୁମ୍ମା ବ୍ଲକରୁ ୨,ଦଶମନ୍ତପୁର ବ୍ଲକରୁ ୧,କୋରାପୁଟ ବ୍ଲକରୁ ୧,ଲମତାପୁଟ ବ୍ଲକରୁ ୨,ନନ୍ଦପୁର ବ୍ଲକରୁ ୨ ଏବଂ ନାରାୟଣପାଟଣା ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଜୟପୁର ପୌରାଂଚଳ ଓ କୋଟପାଡ ଏନଏସି ସମେତ ବନ୍ଧୁଗାଁ, ବୈପାରିଗୁଡା,ଜୟପୁର,କୋଟପାଡ,କୁନ୍ଦୁରା,ଲକ୍ଷ୍ମୀପୁର,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା ବ୍ଲକରୁ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୧୪ ତାରିଖ ସୁଦ୍ଧା ୪ ଲକ୍ଷ ୧୬ ହଜାର ୧୧୬ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୮୨୩୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୩୫୮ଟି ସକ୍ରୀୟ କେସ ରହିଛି । ଜିଲ୍ଲାରେ ଗୁରୁବାର ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୬୭ ରହିଛି ।