କୋରାପୁଟ ୧୩-୦୭(ଓଡିଆ ପୁଅ /ରଂଜନ ଦାସ)) ମଙ୍ଗଳବାର କୋରାପୁଟ ଜିଲ୍ଲାରେ ୮ଜଣ ମହିଳାଙ୍କ ସମେତ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬୩୦ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୨,ଜୟପୁର ପୌରାଂଚଳରୁ ୨ ଓ ସୁନାବେଡା ପୌରାଂଚଳରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ବନ୍ଧୁଗାଁ ବ୍ଲକରୁ ୧,ବୋରିଗୁମ୍ମା ବ୍ଲକରୁ ୧,ଦଶମନ୍ତପୁର ବ୍ଲକରୁ ୧,ଜୟପୁର ବ୍ଲକରୁ ୧ ଓ କୋରାପୁଟ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୁନ୍ଦୁରା ବ୍ଲକରୁ ୧,ଲମତାପୁଟ ବ୍ଲକରୁ ୧ ଓ ନନ୍ଦପୁର ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । କୋଟପାଡ ଏନଏସି ସମେତ ବୈପାରିଗୁଡା,କୋଟପାଡ, ଲକ୍ଷ୍ମୀପୁର,ନାରାୟଣପାଟଣା,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା ବ୍ଲକରୁ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୧୩ ତାରିଖ ସୁଦ୍ଧା ୪ ଲକ୍ଷ ୧୬ ହଜାର ୧୧୬ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୮୧୨୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୪୩୪ ଟି ସକ୍ରୀୟ କେସ ରହିଛି । ଜିଲ୍ଲାରେ ମଙ୍ଗଳବାର ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୬୭ ରହିଛି ।