Home ଓଡ଼ିଶା ଓଲଟିଲା ପଣ୍ୟବାହୀ ଭାରିଯାନ ଧସିଲା ନଳାପୋଲ ଅଳ୍ପକେ ବଞ୍ଚିଲେ ଚାଳକ

ଓଲଟିଲା ପଣ୍ୟବାହୀ ଭାରିଯାନ ଧସିଲା ନଳାପୋଲ ଅଳ୍ପକେ ବଞ୍ଚିଲେ ଚାଳକ

46

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୭-ନୟାଗଡ ଜିଲ୍ଲା ରଣପୁର ଠାରୁ ରାଜସୁନାଖଳା ପୁର୍ତ୍ତବିଭାଗ ମନ୍ଦାକିନୀ ସେତୁ ୪୦ ବର୍ଷର ପୁରୁଣା ସେତୁ ହୋଇଥିବା ଯୋଗୁଁ ବିପଦ ଶଙ୍କୁଳ ଅବସ୍ଥାରେ ଭାରିଯାନ ଯାତାୟାତ କରୁଥିଲା ଯାହାକୁ ନେଇ ନୟାଗଡ ଜିଲ୍ଲା ପରିଷଦ ବୈଠକ ରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ତେଣୁ ଗତ ୨୦୨୦ ମସିହା ଡିସେମ୍ବର ମାସ ରେ ଜିଲ୍ଲାପାଳ ମନ୍ଦାକିନୀ ସେତୁ କୁ ବିପଦ ଶଙ୍କୁଳ ଘୋଷଣା କରିଥିଲେ । ଗତ ୩ ମାସ ହେଲା ଭାରିଯାନ ଗୁଡିକ ଚମ୍ପତିପୁର ଛକ ରୁ ଭାୟା ବ୍ରଜରାଜପୁର ଲତାର ଗ୍ରାମ୍ୟ ଉନ୍ନୟନ ରାସ୍ତା ଦେଇ ରଣପୁର ଜେଲ ଛକ ଦେଇ ଯାତାୟାତ କରୁଥିଲା । କିନ୍ତୁ ଗତ ଜୁଲାଇ ୧୨ ତାରିଖ ସଂନ୍ଧ୍ୟା ରେ ଲତାର ମନ୍ଦାକିନୀ ସେତୁ ନିକଟରେ ଥିବା ଏକ ନଳାପୋଲ ପଣ୍ୟବିନିମୟ ଭାରିଯାନ ଯିବାରୁ ଧସି ଯାଇଥିଲା । ଯାହାଫଳ ରେ ବାଲି ବୋଝେଇ ପଣ୍ୟବିନିମୟ ଭାରିଯାନ ଟି ଓଲଟି ପଡିଥିଲା । ଚାଳକ ଓ ସହଯୋଗୀ ଅଳ୍ପକେ ଜୀବନ ବଂଚାଇଥିଲେ । ବହୁକଷ୍ଟ ରେ ନାଳ ଭିତରୁ ରାତି ସାରା ଦୁଇଟି କ୍ରେନ୍ ସାହାଯ୍ୟ ରେ ପଣ୍ୟବାହୀ ଭାରିଯାନ କୁ ଉଦ୍ଧାର କରାଯାଇଥିଲା ।

ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡୀୟ ଯନ୍ତ୍ରୀ ରୁଷିନାଥ ବରାଳ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଗ୍ରାମ୍ୟ ଉନ୍ନୟନ ରାସ୍ତା ର ନକ୍ସା ତିଆରି ସମୟରେ ୧୦ ଟନ୍ ଓଜନ ବିଶିଷ୍ଠ ପଣ୍ୟବାହୀ ଭାରିଯାନ ଯାତାୟତ ପାଇଁ ହୋଇଥାଏ । କିନ୍ତୁ ୨୦ ରୁ ୨୫ ଟନ୍ ବିଶିଷ୍ଠ ପଣ୍ୟବାହୀ ଭାରିଯାନ ଚମ୍ପତିପୁର ଠାରୁ ନଡିଆଭଙ୍ଗା ଛକ ପଯ୍ୟନ୍ତ ଯାତାୟତ କରିବା ଯୋଗୁଁ ରାସ୍ତା ନଷ୍ଟହେବା ସଙ୍ଗେ ସଙ୍ଗେ ନଳାପୋଲ ଟି ଭୁସୁଡି ପଡିଛି । ଏହା ପୁର୍ବରୁ ଏହି  ରାସ୍ତାରେ କ୍ଷମତା ଠାରୁ ଅଧିକ ଓଜନ ବିଶିଷ୍ଟ ଭାରିଯାନ ଗଲେ ରାସ୍ତା ଖରାପ ହୋଇଯିବ ବୋଲି ବିବୃତି ଦେଇଥିଲୁ । ବର୍ତ୍ତମାନ ନଳାପୋଲ କିପରି ସୁରକ୍ଷିତ ରହିବ ସେଥିପାଇଁ କନିଷ୍ଠ ଯନ୍ତ୍ରୀ ପଠାଇ ଅନୁଧ୍ୟାନ କରାଯିବ । କିନ୍ତୁ ଚମ୍ପତିପୁର ଠାରୁ ନଡିଆଭଙ୍ଗା ଛକ ଗ୍ରାମ୍ୟ ଉନ୍ନୟନ ରାସ୍ତା ଭାରିଯାନ ଯାତାୟତ ଯୋଗୁଁ ବିପଦ ଶଙ୍କୁଳ ହୋଇପଡିଛି । ତେଣୁ ପୁର୍ତ୍ତ ବିଭାଗ ବିପଦ ଶଙ୍କୁଳ ମନ୍ଦାକିନୀ ସେତୁ ନିର୍ମାଣ ଶେଷ ପଯ୍ୟନ୍ତ ଗତି ପରିବର୍ତ୍ତନ ଅସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଗାଡି ଚାଳକ, ଗାଡିମାଲିକ ଓ ବ୍ୟବସାୟୀ ମାନେ ଦାବୀ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.