କୋରାପୁଟ ୦୯-୦୫(ଓଡିଆ ପୁଅ /ରଂଜନ ଦାସ)ରବିବାର କୋରାପୁଟ ଜିଲ୍ଲାରେ ରବିବାର ଦିନ ୩୨ଜଣ ମହିଳାଙ୍କ ସମେତ ୧୨୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୮ ଓ ଜୟପୁର ପୌର ପରିଷଦରୁ ୨୫ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସୁନାବେଡା ପୌରାଂଚଳରୁ ସର୍ବାଧିକ ୩୦ ଏବଂ କୋଟପାଡ ଏନଏସିରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୈପାରିଗୁଡା ବ୍ଲକରୁ ୮,ବୋରିଗୁମ୍ମା ବ୍ଲକରୁ ୭,ଦଶମନ୍ତପୁର ବ୍ଲକରୁ ୪ ଓ କୋରାପୁଟ ବ୍ଲକରୁ ୧୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୧,କୁନ୍ଦୁରା ବ୍ଲକରୁ ୩,ଲମତାପୁଟ ବ୍ଲକରୁ ୬,ଲକ୍ଷ୍ମୀପୁର ବ୍ଲକରୁ ୮,ନନ୍ଦପୁର ବ୍ଲକରୁ ୬,ନାରାୟଣପାଟଣା ବ୍ଲକରୁ ୧ ଏବଂ ସେମିଲିଗୁଡା ବ୍ଲକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୮ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୩୮ ହଜାର ୧୪୩ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମଇ ୯ ସୁଦ୍ଧା ଜିଲ୍ଲାର ମୋଟ ୯୯୮୧ ଆକ୍ରାନ୍ତଙ୍କ ଭିତରୁ ୮୭୫୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୨୦୭ ଟି ଏକ୍ଟିଭ କେସ ରହିଛି ଓ ୨୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।