Home କୋରାପୁଟ କୋରାପୁଟ ଜିଲ୍ଲାରେ ୧୧୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୧୧୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

26

କୋରାପୁଟ ୨୯-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାଧାରଣରେ ଚିନ୍ତା ପ୍ରକଟ କରାଯାଉଥିବା ଜଣାପଡିଛି ।କୋରାପୁଟ ଓ ଜୟପୁର ମ୍ୟୁନସିପାଲଟି ଅଂଚଳରେ ଅଧିକା ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି ।ସହର ମଧ୍ୟରେ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବାରମ୍ବାର ବୈଠକ କରାଯାଉଛି । ସହରରେ ମଶା ଧୁଆଁ ସ୍ପ୍ରେ କରିବାକୁ ମଧ୍ୟ କୁହାଯାଇଥିବା ଜଣାପଡିଛି ।ଜୟପୁର ସହରରେ ଏବେ ମଶା ଧୁଆଁ ସ୍ପ୍ରେ ହେଉ ନ ଥିବା ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଟୁଲିଆମ୍ମା ପ୍ରଧାନ ସୂଚନା ଦେଇଛନ୍ତି ।କୋରାପୁଟ ସହରରେ  ଦରକାର  ପଡିଲେ ମଶା ଧୁଆଁ ସ୍ପ୍ରେ କରାଯାଉଥିବା କୁହାଯାଉଛି ।
କୋରାପୁଟ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲାରେ ୧୧୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ରାଜ୍ୟ ଓ ରାଜ୍ୟ ବାହାରୁ ୭୫ ଜଣ ଚିହ୍ନଟ ହୋଇଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ସହରରେ ଚିହ୍ନଟ ୫୬ ଜଣଙ୍କ ମଧ୍ୟରୁ ରାଜ୍ୟ ଓ ରାଜ୍ୟ ବାହାରୁ ୩୪ ଜଣ ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି  ।ଜୟପୁର ସହରରେ ୧୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାହାରୁ ୧୨ ଜଣ ଚିହ୍ନଟ ହୋଇଥିବା ସେ ପ୍ରକାଶ କରିଛନ୍ତି ।ଏପ୍ରିଲ ମାସରୁ ନଭେମ୍ବର ମାସ ମଧ୍ୟରେ ଡେଙ୍ଗୁ ରୋଗ ଦେଖାଦ୍‌ିଏ । ନଭେମ୍ବର ମାସ ପରେ  ହ୍ରାସ ପାଇବ ବୋଲି ସେ ସୂଚନା ଦେଇଛନ୍ତି ।କୋରାପୁଟ ସହରରେ ମଶା ଧୁଆଁ ସ୍ପ୍ରେ କରାଯାଉଥିବା କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ସୂଚନା ଦେଇଛନ୍ତି ।ଯେଉଁ ଯେଉଁ ଅଂଚଳରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ତାହା ସର୍ବେକ୍ଷଣ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ  ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ୫ ଜଣ ଡେଙ୍ଗୁ ରୋଗୀ ଭର୍ତି ହୋଇ ଚିକିତ୍ସିତ ହେଉଥିବା ମ୍ୟାନେଜର ଅଭିରାମ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.