Home କୋରାପୁଟ  କୋରାପୁଟ ଜିଲ୍ଲାରେ ପଂଚାୟତ ସୀମା ଓ ସଂରକ୍ଷଣ ଚିଠା ତାଲିକା ଉପରେ  ଅଦ୍ୟାବଧି ୨୩୯ଟି ଅଭିଯୋଗ...

 କୋରାପୁଟ ଜିଲ୍ଲାରେ ପଂଚାୟତ ସୀମା ଓ ସଂରକ୍ଷଣ ଚିଠା ତାଲିକା ଉପରେ  ଅଦ୍ୟାବଧି ୨୩୯ଟି ଅଭିଯୋଗ ପତ୍ର ଦାଖଲ

79

କୋରାପୁଟ  ୧୬-୧୦(ଓଡିଆ ପୁଅ /ରଂଜନ ଦାସ)ଆଗାମୀ ପଂଚାୟତ ନିର୍ବାଚନ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ପଂଚାୟତ ସୀମା ଓ ସଂରକ୍ଷଣ ଚିଠା ତାଲିକା ପ୍ରକାଶ କରି ସର୍ବସାଧରଣଙ୍କ ଅଭିଯୋଗ ଆହ୍ୱାନ କରାଯାଇଥିଲା । ଅଦ୍ୟାବଧି ୨୩୯ ଟି ଅଭିଯୋଗ ପତ୍ର ଦାଖଲ କରାଯାଇଥିବା ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ ସୂଚନା ଦେଇଛନ୍ତି ।ସରପଂଚ ନିମନ୍ତେ ୨୯ ଟି ଅଭିଯୋଗ ପତ୍ର ଆସିଥିବା ବେଳେ ସମିତି ସଭ୍ୟ ନିମନ୍ତେ ୫୮ ,ଓାର୍ଡ ସଭ୍ୟ ନିମନ୍ତେ ୧୩୨ ,ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ୧୯  ଓ ବ୍ଲକ ଅଧ୍ୟକ୍ଷ ନିମନ୍ତେ ଗୋଟିଏ ଅଭିଯୋଗ ପତ୍ର ଦାଖଲ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ଅଭିଯୋଗ ପତ୍ର ଦାଖଲ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି ।ସରକାରଙ୍କ ନିର୍ଦ୍ଦେଶନୁସାରେ ଜିଲ୍ଲାପ୍ରଶାସନର ଚିଠା ତାଲିକାରେ ବହୁତ ଭୂଲ ରହିଥିବା ଜୟପୁରର ବିରେନ ମୋହନ ପଟନାୟକ ଅଭିଯୋଗ କରିଛନ୍ତି ।ସଂଶୋଧନ କରିବାକୁ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।ଚିଠା ତାଲିକାରେ କୈାଣସି ଭୁଲ ହୋଇ ନ ଥିବା ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ ପ୍ରକାଶ କରିଛନ୍ତି ।ଅଭିଯୋଗ ଉପରେ ତର୍ଜମା କରାଯିବ ବୋଲି  ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.