କୋରାପୁଟ ୨୬-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ବୁଧବାର ଦିନ ୯୬ ଜଣ ମହିଳାଙ୍କ ସମେତ ୨୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯୪୩ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୨୬ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ସର୍ବାଧିକ ୫୦ , ସୁନାବେଡା ପୌରାଂଚଳରୁ ୧୧ ଏବଂ କୋଟପାଡ ଏନଏସିରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ ୭, ବୈପାରିଗୁଡା ବ୍ଲକରୁ ୫,ବୋରିଗୁମ୍ମା ବ୍ଲକରୁ ୧୮,ଦଶମନ୍ତପୁର ବ୍ଲକରୁ ୧୦,ଜୟପୁର ବ୍ଲକରୁ ୨୭ ଓ କୋରାପୁଟ ବ୍ଲକରୁ ୭ ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୧୪,କୁନ୍ଦୁରା ବ୍ଲକରୁ ୮,ଲମତାପୁଟ ବ୍ଲକରୁ ୧,ଲକ୍ଷ୍ମୀପୁର ବ୍ଲକରୁ ୬,ନନ୍ଦପୁର ବ୍ଲକରୁ୫,ନାରାୟଣପାଟଣା ବ୍ଲକରୁ ୬,ପଟ୍ଟାଙ୍ଗୀ ବ୍ଲକରୁ ୫ ଏବଂ ସେମିଲିଗୁଡା ବ୍ଲକରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୨୫ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୬୪ ହଜାର ୬୦୮ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ମଇ ୨୬ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୧୨୭୦ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୬୩୬ ଟି ସକ୍ରୀୟ କେସ ରହିଛି ଓ ୩୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।