Home ଓଡ଼ିଶା କୋରାପୁଟ ଜିଲାରେ ୭୭.୫୮% ମତଦାନ

କୋରାପୁଟ ଜିଲାରେ ୭୭.୫୮% ମତଦାନ

56

କୋରାପୁଟ ୧୨-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) ୨୦୧୯ ସାଧାରଣ ନିର୍ବାଚନ ନିମନ୍ତେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଥିବାବେଳେ କୋରାପୁଟ ଜିଲାରେ ମୋଟ ହାରାହାରି ୭୭.୫୮% ମତଦାନ ହୋଇଥିବା ଜଣା ପଡିଛି। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାର କୋଟପାଡ(ଏସ୍ଟି-୧୪୨) ବିଧାନସଭା କ୍ଷେତ୍ରରେ ସର୍ବାଧିକ ୮୨.୭୪ ପ୍ରତିଶତ ମତଦାନ ହୋଇଛି। କୋଟପାଡରେ ମୋଟ ଭୋଟର ସଂଖ୍ୟା ୨ଲକ୍ଷ ୪ହଜାର୨୩ ହୋଇଥିବାବେଳେ ଗତକାଲି ଅନୁଷ୍ଠିତ ମତଦାନରେ ୧, ୬୮, ୮୦୮ଜଣ ଭୋଟ ଦେଇଛନ୍ତି। ଜୟପୁର(ଅଣ ସଂରକ୍ଷିତ-୧୪୩) ନିର୍ବାଚନ ମଣ୍ଡଳୀରେ ମୋଟ ୨ଲକ୍ଷ ୧୧ ହଜାର ୫୬୧ଜଣ ଭୋଟର ରହିଥିବାବେଲେ ୧, ୭୧, ୪୯୯(୮୧.୦୪%)ଜଣ ଭୋଟର ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିବା ଜଣା ପଡିଛି। ସେହିପରି ଲକ୍ଷ୍ମୀପୁର(ଏସ୍ଟି-୧୪୧) ବିଧାନସଭା କ୍ଷେତ୍ରରେ ମୋଟ ୧, ୭୩, ୭୬୧ଜଣ ମତଦାତାଙ୍କ ମଧ୍ୟରୁ ୮୧୪୯୫(୭୬.୭୫%) ମତଦାତା ଭୋଟ ଦେଇଥିବାବେଳେ ପଟ୍ଟାଙ୍ଗି (ଏସ୍ଟି-୧୪୫) ବିଧାନସଭା ଆସନରେ ମୋଟ ୧, ୯୧, ୧୬୯ଜଣ ଭୋଟରଙ୍କ ମଧ୍ୟରୁ ୯୭୩୪୩(୭୫.୯୫%) ମତଦାନ କରିଛନ୍ତି। ଅନ୍ୟ ପକ୍ଷରେ କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୧, ୯୦, ୧୨୧ଜଣ ମତଦାତାଙ୍କ ମଧ୍ୟରୁ ୧, ୧୮, ୨୧୭ଜଣ(୭୧.୪୨%) ମତଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.