Home ଓଡ଼ିଶା କୋଟିଆର ୯ ଟି ବୁଥରେ ୭୧.୮୪% ମତଦାନ

କୋଟିଆର ୯ ଟି ବୁଥରେ ୭୧.୮୪% ମତଦାନ

133

କୋରାପୁଟ ୧୨-୦୪-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀର କୋଟିଆର ୯ ଟି ବୁଥରେ ସମୁଦାୟ ୭୧.୮୪% ମତଦାନ ହୋଇଥିବା ଜଣାପଡିଛି।କୋଟିଆ ବୁଥରେ ୫୬୬ ଭୋଟରଙ୍କ ମଧ୍ୟରୁ ୩୮୫ ଜଣ ଭୋଟର ମତଦାନ କରିଥିଲେ ସେଥିରେ ପୁରୁଷ ୨୦୭ ଓ ମହିଳା ୧୭୮ ଜଣ ଭୋଟର ମତଦାନ କରିଥିଲେ।ତଳକାଣ୍ଡି ବୁଥରେ ୨୬୭ ଭୋଟରଙ୍କ ମଧ୍ୟରୁ ୨୨୪ ଜଣ ମତଦାନ କରିଥିଲେ ସେଥିରେ ପୁରୁଷ ୧୦୮ ଓ ମହିଳା ୧୧୬ ଜଣ ଥିଲେ।ଫଗୁଣସେନେରୀ ବୁଥର ୬୭୨ ଭୋଟରଙ୍କ ମଧ୍ୟରୁ ୪୮୨ ଜଣ ମତଦାନ କରିଥିଲେ ସେଥିରେ ୨୪୨ ପୁରୁଷ ଓ ୨୪୦ ମହିଳା ମତଦାନ କରିଥିଲେ।ମାଡକାର ବୁଥର ୩୬୧ ଭୋଟରଙ୍କ ମଧ୍ୟରୁ ୨୩୮ ଜଣ ମତଦାନ କରିଥିଲେ ସେଥିମଧ୍ୟରୁ ୧୦୩ ପୁରୁଷ ଓ ୧୩୫ ମହିଳା ମତଦାନ କରିଥିଲେ।ଗଞେଇପଦର ବୁଥର ୭୩୬ ଭୋଟରଙ୍କ ମଧ୍ୟରୁ ୪୯୮ ଜଣ ମତଦାନ କରିଥିଲେ ସେଥି ମଧ୍ୟରୁ ୨୫୦ ପୁରୁଷ ଓ ୨୪୮ ମହିଳା ଭୋଟର ମତଦାନ କରିଥିଲେ।ଗୁମେଲପଦର ବୁଥର ୬୦୫ ଭୋଟରଙ୍କ ମଧ୍ୟରୁ ୪୪୪ ଜଣ ମତଦାନ କରିଥିଲେ।ସେଥିମଧ୍ୟରୁ ୨୦୬ ପୁରୁଷ ଓ୨୩୮ ମହିଳା ଭୋଟର ମତଦାନ କରିଥିଲେ।ଥୁରିଆ ବୁଥର ୭୭୭ ଭୋଟରଙ୍କ ମଧ୍ୟରୁ ୬୪୭ ଜଣ ମତଦାନ କରିଥିଲେ।ସେଥି ମଧ୍ୟରୁପୁରୁଷ ୩୦୨ ଓ ମହିଳା ୩୪୫ ଜଣ ଭୋଟର ମଦତାନ କରିଥିଲେ।ତାଉପଦର ବୁଥର ୯୩୬ ଭୋଟରଙ୍କ ମଧ୍ୟରୁ ୭୧୪ ଜଣ ମତଦାନ କରିଥିଲେ।ସେଥି ମଧ୍ୟରୁ ୩୫୨ ପୁରୁଷ ଓ ୩୬୨ ମହିଳା ଭୋଟର ମତଦାନ କରିଥିଲେ।ରଣାସିଂ ବୁଥର ୬୪୭ ଭୋଟରଙ୍କ ମଧ୍ୟରୁ ୧୧୬ ଜଣ ମତଦାନ କରିଥିଲେ।ସେଥିମଧ୍ୟରୁ ୬୮ ପୁରୁଷ ଓ ୪୮ ମହିଳା ଭୋଟର ମତଦାନ କରିଥିଲେ।ଏଠାରେ କେବଳ ୧୭.୯ ପ୍ରତିଶତ ମତଦାନ ହୋଇଥିଲା।ଆନ୍ଧ୍ର ପ୍ରଦେଶ ତରଫରୁ ନେରେଡିବାଲସାରେ ୨ ଟି ବୁଥ କରାଯାଇଥିବାରୁ ମତଦାନ ହ୍ରାସ ପାଇଥିବା କୁହାଯାଉଛି।ତେଣୁ ଓଡିଶା ସରକାର ନେରେଡିବାଲସାରେ ବୁଥ କରିଥିଲେ ଓଡିଶାର ଭୋଟହାର ହ୍ରାସ ପାଇ ନ ଥାନ୍ତା ବୋଲି ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.