Home କୋରାପୁଟ କୋରାପୁଟ ଆଇଟିଡିଏ ତରଫରୁ କୋଟିଆ ଗ୍ରାମପୁଞ୍ଜରେ କୁକୁଡା ଚିଆଁ ପ୍ରଦାନ

କୋରାପୁଟ ଆଇଟିଡିଏ ତରଫରୁ କୋଟିଆ ଗ୍ରାମପୁଞ୍ଜରେ କୁକୁଡା ଚିଆଁ ପ୍ରଦାନ

167

କୋରାପୁଟ ୧୬-୧୨(ଅମି)କୋରାପୁଟ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ କୋଟିଆ ଗ୍ରାମପୁଞ୍ଜରେ କୁକୁଡା ଚିଆଁ ପ୍ରଦାନ କରାଯାଇଥିବା ଜଣାପଡିଛି ।ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ତରଫରୁ ଆଦିବାସୀମାନଙ୍କ ଜୀବନଜୀବିକାର ଉନ୍ନତି ଆଣିବା ନିମନ୍ତେ ମିଶନଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରଶିକ୍ଷଣ ଦିଆଯାଉଛି ।ଏହି କ୍ରମରେ କୋଟିଆ ପଂଚାୟତର ସଲଫଗୁଡା ଓ କନାଦୋରାର ୨୨ ଟି ପରିବାରକୁ ୨୫ ଟି ଲେଖାଏଁ ଉନ୍ନତ ଅଣ୍ଡାଦିଆ କୁକୁଡା ସହ ଏକ ମାସର କୁକୁଡା ଦାନା ପ୍ରଦାନ କରାଯାଇଛି ।ଏଥି ସକାଶେ ପ୍ରତି ପରିବାରକୁ କୁକୁଡା ଘର ନିର୍ମାଣ ପାଇଁ ସହାୟତା ଯୋଗାଇ ଦିଆଯାଇଛି ।ଆଇଟିଡିଏର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ କାଶୀ ପ୍ରସାଦ ନାୟକ.କୃଷି ପରାମର୍ଶଦାତା ଶିବ ବେହେରା ଓ କୁନା ନାୟକ ଉପସ୍ଥିତ ରହି ହିତାଧିକାରୀଙ୍କୁ କୁକୁଡା ଚିଆଁ ଓ ଖାଦ୍ୟ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ପୁରୁଷ ଓ ମହିଳା ଉପସ୍ଥିତ ରହି ଆଗ୍ରହର ସହ କୁକୁଡା ଚିଆଁ ଓ ଖାଦ୍ୟ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.