Home କୋରାପୁଟ                 କୋରାପୁଟରେ ସିପିଆଇ (ଏମଏଲ)ରେଡଷ୍ଟାରର ବିକ୍ଷୋଭ

                କୋରାପୁଟରେ ସିପିଆଇ (ଏମଏଲ)ରେଡଷ୍ଟାରର ବିକ୍ଷୋଭ

60

କୋରାପୁଟ ୦୮-୧୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲା ସିପିଆଇ(ଏମଏଲ)ରେଡଷ୍ଟାର ଦଳ ତରଫରୁ  କୋରାପୁଟରେ  ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶର୍ନ କରା ଯିବା ସହ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଛି ।  ବରିଷ୍ଠ କମ୍ୟୁନିଷ୍ଟ ନେତା ବିବେକ ରଂଜନ ସେଠିଙ୍କ ନେତୃତ୍ୱରେ  କୋରାପୁଟ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରା କରାଯାଇ କଳାନିକେତଚନ ଛକରେ  ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା । କେନ୍ଦ୍ର ସରକାର ଚାଷୀ ବିରୋଧିି ଆଇନ ପ୍ରତ୍ୟାହାର କରିବା,ଶ୍ରମିକ ମାରଣ ନୀତି  ଓ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବା ଜଙ୍ଗଲ,ଖଣି,ପାଣି ଲୁଟ ବନ୍ଦ କରିବା ପାଇଁ   ସଭାରେ ଆହ୍ୱାନ ଦିଆଯାଇଥିଲା । ସେହିପରି  ରାଜ୍ୟ ସରକାର ସମସ୍ତ ସରକାରୀ ଶିକ୍ଷା ଅନୁଷ୍ଠାନରେ ଶିକ୍ଷକ ନିଯୁକ୍ତି ସହ ଭିତିଭୂମି ବିକାଶ କରିବା ଓ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା,ହସ୍ପିଟାଲରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ନିଯୁକ୍ତି ଦେବା,କୋରାପୁଟ ଜିଲ୍ଲାରେ ସ୍ଥାପିତ ଜଳ ବିଦ୍ୟୁତ ପ୍ରକଳ୍ପ ରୁ  ସରକାରୀ ଅନୁଷ୍ଠାନ ତଥା ଶିଳ୍ପକୁ ମାଗଣା ବିଦ୍ୟୁତ ଯୋଗାଣ ବନ୍ଦ କରିବା ସହ  ପ୍ରଭାବୀତ ଗ୍ରାମବାସୀଙ୍କୁ ଶସ୍ତା ଓ ସୁବିଧାରେ ବିଦ୍ୟୁତ ସଂଯୋଗ ଦେବାକୁ ଦଳ ଦାବିପତ୍ରରେ ଉଲ୍‌ଖ କରାଯାଇଛିି । ଏହା ବ୍ୟତୀତ କୃଷକ ମାନଙ୍କ ପାଇଁ ଆସୁଥିବା ସରକାରୀ ସହାୟତା ବାଟ ମାରଣ ବନ୍ଦ କରାଯିବା,ସାର ଓ କୃଷି ଯଂନ୍ତ୍ରାପାତି ସୁଲଭ ମୂଲ୍ୟରେ ଯୋଗାଇ ଦେବା,ମଣ୍ଡି ଓ ଶୀତତାପ ନିୟନ୍ତ୍ରୀତ ଗୋଦାମ ଗୃହ  ଯୋଗାଇ ଦେବାକୁ ଦାବି କରାଯାଇଥିବାବେଳେ ପରିବେଷ ନଷ୍ଟ କରୁଥିବା ଖଣି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.