Home କୋରାପୁଟ କୋରାପୁଟରେ ମାଗଣାରେ ମିଳିବ ଜାତୀୟ ପତାକା

କୋରାପୁଟରେ ମାଗଣାରେ ମିଳିବ ଜାତୀୟ ପତାକା

40

କୋରାପୁଟ ୧୨-୦୮ (ଓଡିଆ ପୁଅ/ ରଞ୍ଜନ ଦାସ)ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ହର ଘର ତ୍ରିରଙ୍ଗା ଅଭିଯାନରେ କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ବାରା ମାଗଣାରେ ଜାତୀୟ ପତାକା ଜିଲ୍ଲାର ୧୪ ଟି ବ୍ଲକଓ ୪ ଟି ପୌର ପରିଷଦକୁ ବଣ୍ଟନ କରଯାଇଛି। ଆଜି ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ପରିସରରୁ ଜିଲ୍ଲାର ୧୪ ଟି ବ୍ଲକର କର୍ମଚାରୀମାନେ ଆସି ଜାତୀୟ ପତାକା ନେଇଥିଲେ। ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜୟକୃଷ୍ଣ ମହାପାତ୍ର ଜାତୀୟ ପତାକା ପ୍ରଦାନ ସମୟରେ ଉପସ୍ଥିତ ଥିଲେ।ଜିଲ୍ଲାର ପ୍ରତ୍ୟେକ ଗ୍ରାମର ଘର ମାନଙ୍କରେ ଜାତୀୟ ପତାକା ଟଙ୍ଗା ଯିବ ବୋଲି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ସୂଚନା ଦେଇଛନ୍ତି। ବିଶେଷ କରି ନକ୍ସଲ ପ୍ରଭାବିତ ବ୍ଲକ ଓ ଦୁର୍ଗମ ଗ୍ରାମାଞ୍ଚଳରେ ଜାତୀୟ ପତାକା ଟାଙ୍ଗିବାକୁ ପରାମର୍ଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଜୟପୁରର ଜୟମା ପୂର୍ଣ୍ଣମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ୫୦ ହଜାର ଜାତୀୟ ପତାକା ସିଲେଇ କରିଥିବା ବେଳେ କଟକରୁ ୫୦ ହଜାର ଜାତୀୟ ପତାକା କୋରାପୁଟ ଆସିଥିବା ଜଣାପଡିଛି। ଜାତୀୟ ପତାକା ସିଲେଇ କରି ସଦସ୍ୟାମାନଙ୍କ ମଧ୍ୟରେ ଖୁସି ରହିଥିଲା ବୋଲି ସଦସ୍ୟା ପ୍ରଭାତୀ ନାହାକ ସୂଚନା ଦେଇଛନ୍ତି। ସମୁଦାୟ ଏକ ଲକ୍ଷ ଜାତୀୟ ପତାକା ଜିଲ୍ଲାର ୧୪ ଟି ବ୍ଲକ ଓ ସହରାଞ୍ଚଳକୁ ବଣ୍ଟନ କରଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.