Home କୋରାପୁଟ କୋରାପୁଟରେ ନିର୍ମାଣଧିନ ଆର୍ଟ ଗ୍ୟାଲେରୀ ପରିଦର୍ଶନ କଲେ ଜିଲ୍ଲାପାଳ

କୋରାପୁଟରେ ନିର୍ମାଣଧିନ ଆର୍ଟ ଗ୍ୟାଲେରୀ ପରିଦର୍ଶନ କଲେ ଜିଲ୍ଲାପାଳ

47

କୋରାପୁଟ ୦୬-୦୯(ଓଡି।। ପୁଅ /ରଂଜନ ଦାସ)କୋରାପୁଟ ସଂସ୍କୃତିଭବନରେ ଆର୍ଟ ଗ୍ୟାଲେରୀ ନିର୍ମାଣ କାର୍ଯ୍ୟ ଚାଲୁଛି ।ଆଜି କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ନିର୍ମାଣଧିନ ଆର୍ଟ ଗ୍ୟାଲେରୀ ପରିଦର୍ଶନ କରିଥିଲେ ।ାତୁରନ୍ତ କାର୍ଯ୍ୟ ଶେଷ କରିବାକୁ  ସେ ରାସ୍ତା ଓ କୋଠାବାଡି କୋରାପୁଟ ବିଭାଜନର ନିର୍ବାହୀଯନ୍ତ୍ରୀ ସତ୍ୟ ନାରାୟଣ ଖୁରାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।କୋରାପୁଟ ଜିଲ୍ଲା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ମାଧବ ପାଙ୍ଗୀ,ରାସ୍ତା ଓ କୋଠାବାଡି କୋରାପୁଟ ବିଭାଜନର ସହକାରୀ  ନିର୍ବାହୀ ଯନ୍ତ୍ରୀ ମଧୁସ୍ମିତା ସାମଲ ଓ ସହକାରୀ ଯନ୍ତ୍ରୀ ଶରତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.