Home ଓଡ଼ିଶା କୋରନା କାହାପାଇଁ ସର୍ବନାଶ ହୋଇଥିବା ବେଳେ କାହାପାଇଁ ପୁଷ ମାସ

କୋରନା କାହାପାଇଁ ସର୍ବନାଶ ହୋଇଥିବା ବେଳେ କାହାପାଇଁ ପୁଷ ମାସ

223

ପୁରୀ ୧୧-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋରନା ମହାମାରୀ ସହରରେ ବ୍ୟାପିଥିବା ଯୋଗୁଁ ବହୁଲୋକ ଆର୍ଥିକ ସଂଙ୍କଟରେ ପଡ଼ିଛନ୍ତି। କେତେକ ବ୍ୟକ୍ତି ନିଜର ବେଉସା ମଧ୍ୟ ହରାଇଛନ୍ତି। ଅପରପକ୍ଷେ କିଛି ବ୍ୟକ୍ତିଙ୍କ ପାଇଁ ଏହା ପୁଷ ମାସ ହୋଇଛି। ସୂଚନା ଯୋଗ୍ୟ ଯେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ କିଛି ଚୋରା ମଦ ବେପାରୀ ଏହି ସମୟରେ ଚଢା ଦରରେ ମଦ ବିକି ବେଶ୍ ଲାଭ ବାନ ହୋଇଛନ୍ତି। ସରକାରଙ୍କ ନିୟମ ଅନୁଯାଇ ସହରରେ ଥିବା ବିଦେଶୀ ମଦ ଦୋକାନ ଗୁଡିକ ସଂନ୍ଧ୍ୟା ୬ ଟାରେ ବନ୍ଦ ହୋଇଯିବା ପରେ ଚୋରା ବେପାରୀ ମାନେ ମଦ ବିକ୍ରି କରି ବେଶ ଦୁଇ ପଇସା ଲାଭ କରୁଛନ୍ତି। ୧୮୦ ମିଲିର ବୋତଲ କୁ ୧୪୦, ୧୬୦ରେ କିଣି ୨୦୦ ରୁ ୨୨୦ ରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ପୋଲିସ୍ ପ୍ରଶାସନ ଓ ଅବକାରୀ ବିଭାଗ ସମସ୍ତ ବିଷୟ ଜାଣୁଥିଲେ ମଧ୍ୟ ନିରବ ଦ୍ରଷ୍ଠା ସାଜିଥିବା କୁହାଯାଉଛି। ମାର୍କେଟ ଛକ, ଷ୍ଟେସନ ରୋଡ-ଘୋଡା ବଜାର, ୧୮ ନଳା, ନବକଳେବର ରୋଡ୍, ମୋଚ୍ଚି ସାହି, ସ୍ୱର୍ଗ ଦ୍ୱାର ପ୍ରଭୃତି ଅଞ୍ଚଳରେ ଚୋରା ମଦ ବେପାର ଚାଲିଥିବା ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.