Home ଓଡ଼ିଶା କୋଭିଡ ନିୟମ ପାଳନ ସହ ଦୀର୍ଘ ଦେଢବର୍ଷ ପରେ ୮ମ ଶ୍ରେଣୀ ଖୋଲିଲା

କୋଭିଡ ନିୟମ ପାଳନ ସହ ଦୀର୍ଘ ଦେଢବର୍ଷ ପରେ ୮ମ ଶ୍ରେଣୀ ଖୋଲିଲା

37

ମାଲକାନଗିରି ,୨୫ା୧୦ (ଓଡିଆ ପୁଅ ) କରୋନା ମହାମାରି ପାଇଁ ଦୀର୍ଘ୧୮ମାସ ହେଲା ପ୍ରଥମ ରୁ ୮ମ ଶ୍ରେଣପର୍ଯ୍ୟନ୍ତ କ୍ଲାସ ବନ୍ଦ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଅନଲାଇନରେ ଶିକ୍ଷାଦାନ ଦିଆ ଯାଉଥିଲା । ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଆସିବା ବନ୍ଦ କରିଦେଇ ଘରେ ପାଠ ପଢୁଥିଲେ । କରୋନା ର ପ୍ରଭାବ କମି ଯିବା ପରେ ଆଜି ଠାରୁ କେବଳ ୮ମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଆସିବା ପାଇଁ ରାଜ୍ୟଶିକ୍ଷାବିଭାଗ ର ନିର୍ଦ୍ଦେଶ ମିଳିଛି । ମାଲକାନଗିରି ଜିଲ୍ଲାର ସମସ୍ତ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ କେବଳ ୮ମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଆଜି ଠାରୁ ଆସିବା ଆରମ୍ଭ କରିଦେଇଛନ୍ତି । ବିଦ୍ୟାଳୟ ଗୁଡିକର କ୍ଲାସ ରୁମକୁ ଗତ ଦୁଇଦିନ ଆଗରୁ ସାନିଟାଇଜ କରାଯାଇ କୋଭିଡ କଟକଣା ମଧ୍ୟରେ ଆଜି ଠାରୁ କ୍ଲାସ ଆରମ୍ଭ ହୋଇଯାଇଛି । ବିଶେଷ କରି ଜିଲ୍ଲାସଦର ମହକୁମାସ୍ଥ ବୁଟିଗୁଡା ସରକାରୀ ଉଚ୍ଚପ୍ରଥମିକ ବିଦ୍ୟାଳୟକୁ ଆଜି ସକାଳ ୯ଟାରେ ଛାତ୍ରୀ ଛାତ୍ର ମାନେ ସାମାଜିକ ଦୁରତା ଅବଲମ୍ବନ କରି ଗୋଲେଇ ଚିହ୍ନମଧ୍ୟରେ ଆସିଥିଲେ,ବିଦ୍ୟାଳୟକୁ ପ୍ରବେଶ କରିବା ପୂବ ର୍ରୁ ଥର୍ମାଲ ସ୍କ୍ରିନିଂ କରାଯାଇ ଥିଲା, ସମସ୍ତ ଛାତ୍ରୀ ଛାତ୍ରମାନେ ମାସ୍କ ପିନ୍ଧି ସାନିଟାଇଜ ହୋଇ ବିଦ୍ୟାଳୟକୁ ପ୍ରବେଶ କରିଥିଲେ । ଦୀର୍ଘ ୧୮ମାସପରେ ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ମାନେ ପ୍ରବେଶ କରୁଥିବାରୁ ବିଦ୍ୟାଳୟ ଗେଟ ନିକଟରେ ଝୋଟି ମୁରୁଜରେ ଫୁଲ ପକାଯାଇ
ସୁଭକଳସ ବସାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ନଡିଆ ଫଠାଇବା ପରେ ଶିକ୍ଷୟତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ କ୍ଲାସ ରୁମକୁ ପାଛୋଟି ନେଇଥିଲେ । କ୍ଲାସ ରୁମରେ ଶିକ୍ଷୟତ୍ରୀ ଓ ଶିକ୍ଷକମାନେ ଛାତ୍ର ଛାତ୍ରୀ ମାନଙ୍କ ସହିତ ହସ ଖୁସି ହୋଇ କୋଭିଡ ନିୟମ ପାଳନ କରି ଶିକ୍ଷାଦାନ କରିଥିଲେ । ଏହି ବିଦ୍ୟାଳୟର ୮ମ ଶ୍ରେଣୀରେ ମୋଟ ଛାତ୍ରୀ ଓ ଛାତ୍ର ସଂଖ୍ୟା ୯୬ ଜଣ ଥିବା ବେଳେ ଆଜି ପ୍ରଥମ ଦିବସରେ ୫୦ପ୍ରତିଶତ ଉପସ୍ଥିତ ଥିଲେ । ସେମାନଙ୍କୁ ୨ଟି ସେକ୍ସସନ ରେ କୋଭିଡ ଗାଇଡ ଲାଇନ ଅନୁସାରେ ପାଠପଢା ଯାଇଥିଲା । ଦୀର୍ଘ୧୮ ମାସପରେ ନିଜ ବିଦ୍ୟାଳୟ କୁ ଆସି କ୍ଲାସରୁମରେ ସାଙ୍ଗ ସାଥୀମାନଙ୍କ ମେଳରେ ପାଠପଢା ଆରମ୍ଭ ହୋଇ ଯାଇଥିବାରୁ ଛାତ୍ର ଛାତ୍ରୀ ମାନେ ବହୁତ ଖୁସିଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲା ଶିକ୍ଷାଅଧିକାରୀ ମାନସ କୁମାର ଜେନା ଓ ଶିକ୍ଷାବିଭାଗ କର୍ମଚାରୀ ମାନେ ବିଭିନ୍ନ ବିଦ୍ୟାଳୟକୁ ଗସ୍ତ କରି ବିଦ୍ୟାଳୟରେ କିପରି କୋଭିଡ ନିୟମ ପାଳନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦିଆ ଯାଉଛି ତାର ତଦାରଖ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.