Home କୋରାପୁଟ କୋଭିଡ ଗାଇଡଲାଇନକୁ ପାଳନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କୋଭିଡ ଗାଇଡଲାଇନକୁ ପାଳନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

31

କୋରାପୁଟ  ୨୨-୦୨(ଓଡିଆ ପୁଅ /ରଂଜନ ଦାସ)କୋଭିଡ-୧୯ ଭୂତାଣୁ ନୂତନ ପ୍ରକାର ଓ କେତେକ ରାଜ୍ୟରେ ନୂତନ ସ୍ପାଇକ ଚିହ୍ନଟ ହେତୁ ଓଡିଶା ସରକାର କୋଭିଡ -୧୯ ନିର୍ଦ୍ଦେଶାବଳୀ ଓ ସୁରକ୍ଷା ପ୍ରୋଟୋକଲ କଠୋର ଭାବରେ ପାଳନ କରିବାକୁ  ଜିଲ୍ଲାପାଳ , ଏସପି ଓ ମ୍ୟୁନସିପାଲ କମିଶନରଙ୍କୁ ଚିଠି ପ୍ରଦାନ କରିବା ପରେ ଆଜି କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ  ଅଖତର ଭିସି ମାଧ୍ୟମରେ ।କ ସମୀକ୍ଷା କରିଥିଲେ ।ଜିଲ୍ଲାର ସମସ୍ତ ତହସିଲଦାର , ବିଡିଓ ଓ ସହରାଂଚଳ ଅଧିକାରୀମାନଙ୍କ ଆଲୋଚନା କରି କୋଭିଡ ଗାଇଡଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ , ସିଡିଏମଓ ଡାକ୍ତର ମକରନ୍ଦ ବେଉରା , କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ,ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଏକ  କୋଭିଡ ଏସଓପି ଜାରି କରାଯାଇଛି । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ସଂପର୍କରେ ଜିଲ୍ଲାର ସହର ଓ ଗ୍ରାମମାନଙ୍କରେ ମାଇକ ଦ୍ୱାରା ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।କୋରାପୁଟ ଜିଲ୍ଲାରେ ଏନଫୋର୍ସମେଂଟକୁ ପୁଣି ସକ୍ରୀୟ କରାଯିବ  ବୋଲି ଜଣାପଡିଛି ।ହୋଟେଲ  ଓ ଢାବା ଗୁଡିକୁ  କୋଭିଡ ଗାଇଡଲାଇନ ପାଳନ କରାଯାଉଛି କି ନାହିଁ ତାହା ପୋଲିସ ଦ୍ୱାରା ତଦାରଖ କରାଯିବ ।ସରକାରୀ ଅଫିସ ପଶିବା ସମୟରେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଲେ ପଶିବା ସମୟରେ ହାତ ଧୋଇବା ବାଧ୍ୟତାମୂଳକ ରହିଥିବା ବେଳେ ଏହାର ଉଲଂଘନ କରାଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଯାଇଛି ।ଉପଜିଲ୍ଲାପାଳ   ଦ୍ୱୟ ପ୍ରତ୍ୟେକ ଦିନ ସ୍ୱାବ ପରୀକ୍ଷାକୁ ବିଡିଓ ଓ ତହସିଲଦାରଙ୍କ ସମନ୍ନୟରେ  ତଦାରଖ କରିବେ ଓ ପ୍ରତ୍ୟେକ ରବିବାର ଅପାରହ୍ନ ୪ ଘ.ରେ ପରୀକ୍ଷା ରିପୋର୍ଟ  ସିଡିଏମଓ ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ମହାରାଷ୍ଟ୍ର ,କେରଲ ,ମଧ୍ୟପ୍ରଦେଶ ,ଆନ୍ଧ୍ରପ୍ରଦେଶ , ଛତିଶଗଡ ଓ ତେଲେଙ୍ଗନା  ରାଜ୍ୟରୁ କୋରାପୁଟ ଜିଲ୍ଲାକୁ ଆସୁଥିବା ବ୍ୟକ୍ତିମାନଙ୍କର କଂଟାକ୍ଟ ଟ୍ରାସିଂ ଓ ଟ୍ରଭେଲ ହିଷ୍ଟ୍ରୀ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଏସଓପିରେ  ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.