Home ଓଡ଼ିଶା କୋଭିଡ୧୯ ନୋଡାଲ ଅଫିସର ଙ୍କ ସୀମାନ୍ତ ମୋଟୁ ଅଚଂଳ ଗସ୍ତ,ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ସ୍ଥିତି...

କୋଭିଡ୧୯ ନୋଡାଲ ଅଫିସର ଙ୍କ ସୀମାନ୍ତ ମୋଟୁ ଅଚଂଳ ଗସ୍ତ,ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ପରଖିଲେ

240

ମାଲକାନଗିରି,୧୬ା୫ (ଓଡିଆ ପୁଅ ) କୋଭିଡ୧୯ ନୋଡାଲ ଅଫିସର ବରିଷ୍ଟ ଆଇଏଏସ ଅଧିକାରୀ ଏମଡି ରଶିଦ ଖାନ ଆଜି ମାଲକାନଗିରି ଜିଲ୍ଲାଗସ୍ତ ରେ ଆସି ସୀମାନ୍ତ ମୋଟୁ ଚେକପୋଷ୍ଟ ପରିଦର୍ଶନ କରଥିଲେ, ସୀମାନ୍ତ ମୋଟୁ ସିଲେରୁ ନଦୀର କେଲେରୁ ସେତୁ ରାସ୍ତା ଆନ୍ତର୍ଜାତୀୟ ପ୍ରବେଶ ପଥପାଲଟି ଯାଇ ଏହି ରାସ୍ତା ଦେଇ ପ୍ରବାସୀ ଓଡିଆ ମାନଙ୍କ ସହ ଅନ୍ୟରାଜ୍ୟର ଶ୍ରମିକ ମାନଙ୍କ ସୁଅଛୁଟିବାରେ ଲାଗିଥିବାରୁ କୋଭିଡ୧୯ ନୋଡାଲ ଅଫିସର ଶ୍ରୀ ଖାନ ପ୍ରଥମେ ମୋଟୁ ଅଚଂଳ ଗସ୍ତକରି ସେଠାରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କ ଖାଇବା ରହିବା ସେମାନଙ୍କ ସୁବିଧା ଅସୁବିଧା କଥା ପାଚାରି ବୁଝିଥିଲେ । ଚେକ ପୋଷ୍ଟ ଠାରେ ମୂତୟନ ଥିବା ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ,ସ୍ୱାସ୍ଥ୍ୟ,ପରିବାହନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ସେଠାରେ ସୀମାନ୍ତ ପଜିଂକରଣ ଓ ପରିବହନ ବ୍ୟବସ୍ଥା ର ବ୍ୟବସ୍ଥାକୁ ତଦାରଖ କରିଥିଲେ । ସେଠାରେ ନିଯୁକ୍ତି ପାଇଥିବା ସ୍ୱଚ୍ଚତା ସାଥୀ ସଫେଇ କର୍ମଚାରୀ ମାନଙ୍କ ନିଷ୍ଠାପର କାର୍ଯ୍ୟପାଇଁ ସମସ୍ତଙ୍କୁ ଟି ସାର୍ଟ ଦେଇ ସମ୍ବୋର୍ଦ୍ଦନା ଜଣାଇ ସମ୍ମାନିତ କରିଥିଲେ । ଏମଭି ୮୧ ଗ୍ରାମ ଠାରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରେଟାଂଇନ ଗୃହ ପରିଦର୍ଶନ କରି ସେଠାରେ ରହୁଥିବା ପ୍ରବାସୀ ଶ୍ରମିକ ମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିବା ସହିତ ଖାଦ୍ୟଦାଇତ୍ୱ ନେଇଥିବା ମହିଳାସ୍ୱୟଂସହାୟକ ଗୋଷ୍ଠିର ମହିଳାମାନଙ୍କ ସହିତ ସୁଷମ ଖାଦ୍ୟ ବଟଂନ ସଂପର୍କରେ ଆଲୋଚନା କରିଥିଲେ । ନୋଡାଲ ଅଫିସର ଶ୍ରୀ ଖାନ ସୀମାନ୍ତ ମୋଟୁ ଠାରେ ଜିଲ୍ଲା ଗ୍ରାମଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ମୋଟୁ ତହସିଲଦାର ସଶାଙ୍କ ମିଶ୍ର,କାଲିମେଳା ବିଡିଓ ଉମାଶଙ୍କର ଦଳେଇ, ତହସିଲଦାର ଆଲୋକ କୁମାର ଅନୁଗୁଳିଆ,ମୋଟୁ ଥାନା ଅଧିକାରୀ ପ୍ରମୁଖ ସରକାରି କର୍ମାଚାରୀ ,ସ୍ୱେଚ୍ଛାସେବୀ,ସାମଜିକ କର୍ମୀ,ସ୍ୱଚ୍ଛସାଥୀ ମାନଙ୍କ ସହିତ ଆଲୋଚନା କରିବାସହ ସେମାନଙ୍କ ନିଷ୍ଟାପର କାର୍ଯ୍ୟ ଦେଖି ଖୁସି ହୋଇଯାଇ ଧନ୍ୟବାଦ ଜଣାଇଥିଲେ । ମୋଟୁ ସୀମାନ୍ତରେ ପ୍ରବେଶ କରୁଥିବା ପ୍ରବାସୀ ଶ୍ରମିକ ମାନଙ୍କ ଉପଯୁକ୍ତ ଯତ୍ନନେଇ ସେମାନଙ୍କ ଜିଲ୍ଲା ଓ ବ୍ଲକ ଅଧିକାରୀ ମାନଙ୍କ ସହିତ ଯୋଗା ଯୋଗ କରି ଅନ୍ୟଜିଲ୍ଲା ଓ ଅନ୍ୟରାଜ୍ୟର ଶ୍ରମିକ ମାନଙ୍କୁ ଯାନବାହନର ବନ୍ଦୋବସ୍ତକରି ପଠାଇବାର ବ୍ୟବସ୍ଥା କରନ୍ତୁ ଅନ୍ୟଜିଲ୍ଲା କିମ୍ବା ଅନ୍ୟ ରାଜ୍ୟରୁ ଅସୁଥିବା ଓ ଯାଉଥିବା ବ୍ୟକ୍ତିମାନଙ୍କୁ ପାସ ଦେବାର ବ୍ୟବସ୍ଥା ରେ ହେଳାକରନ୍ତୁ ନାହିଁ ବୋଲି ଅଧିକାରୀ ମାନଙ୍କୁ କହିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.