Home ଓଡ଼ିଶା କୋଭିଡ୍ ଟୀକା ନେଲେ ରଣପୁର ସବ୍ ଜେଲ୍ ର ୫ ବରିଷ୍ଠ ଅନ୍ତେବାସୀ

କୋଭିଡ୍ ଟୀକା ନେଲେ ରଣପୁର ସବ୍ ଜେଲ୍ ର ୫ ବରିଷ୍ଠ ଅନ୍ତେବାସୀ

23

ନୟାଗଡ/୧୦/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ସବ୍ ଜେଲ୍ ଏକ ଆଦର୍ଶ ଜେଲ୍ ଭାବେ ପରିଚିତ ଏହି ଜେଲ୍ ର ଅନ୍ତେବାସୀ ମାନେ ବିଭିନ୍ନ ପନିପରିବା ଚାଷ କରି ଜେଲ୍ ପରିଷର ସବୁଜିମା ରେ ଭରି ଦେଇଛନ୍ତି । ଏହି ଜେଲ୍ ରେ ଥିବା ୬୦ ବର୍ଷରୁ ଉର୍ଦ୍ଧ ଅନ୍ତେବାସୀ ଙ୍କୁ ଜେଲ୍‌ର ବାବୁଲି ବାରିକ ଙ୍କ ଉଦ୍ୟମ ରେ କୋଭିଡ୍ ଟୀକା ଦାନ କରାଯାଇଥିବା ଜଣାପଡିଛି ।

ଏହି ଟୀକା ଗ୍ରହଣ କରିଥିବା ବ୍ୟକ୍ତିମାନେ ହେଲେ ଏକ ହତ୍ୟା ମକଦମା ରେ ଆଜୀବନ କାରାଦଣ୍ଡ ସଜ୍ଜା ଭୋଗୁଥିବା ଦିରିଧାରୀ ପରିଡା । ଯେ କି ଜୀବନର ୨୨ବର୍ଷ ଜେଲ୍ ଭିତରେ କଟାଇ ସାରିଲେଣି । ହିନ ନାୟକ ସେହିଭଳି ଭାବରେ ଏକ ହତ୍ୟା ମକକଦମା ରେ ଆଜୀବନ କାରାଦଣ୍ଡ ଭୋଗ କରୁଛନ୍ତି ।  ଅନ୍ୟ ୩ ଜଣ ଗୋବିନ୍ଦ ମହାରଣା , ବାସୁଦେବ ସାହୁ ଓ ଗିରିଧାରୀ ବେହେରା ବିଚାରଧିନ ବନ୍ଦୀ ଭାବେ ରଣପୁର ସବ୍ ଜେଲ୍ ରେ ରହିଛନ୍ତି । କୋଭିଡ୍ କଟକଣା କୁ ରଣପୁର ସବ୍ ଜେଲ୍ ରେ କଡାକଡି ଭାବେ ପାଳନ କରାଯାଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.