Home ଓଡ଼ିଶା କୋଭିଡର ତୃତୀୟ ଲହର ରୁ ସୁରକ୍ଷିତ ରହିବାପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ

କୋଭିଡର ତୃତୀୟ ଲହର ରୁ ସୁରକ୍ଷିତ ରହିବାପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ

38

ମାଲକାନଗିରି,୨୮ା୮(ଓଡିଆ ପୁଅ ) ଜିଲ୍ଲାରେ ଗତ କିଛି ଦିନହେଲା କରୋନା ସଂକ୍ରମଣ ପଜିଟିଭି ସଂଖ୍ୟା କମିଯାଇଥିବା ବେଳେ ପୁଣି ଗତ ଦୁଇଦିନହେଲା ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । କୋଭିଡର ତୃତୀୟ ଲହର ଭୟାବହ ହୋଇ ଏଥିରେ ଶିଶୁ ମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କାକୁ ଆଖିଆଗରେ ରଖି କରୋନା ସଂକ୍ରମଣରୁ କିପରି ସୁରକ୍ଷିତ ରହିବେ ସେନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଜିିଲ୍ଲାସ୍ତରୀୟ ଟାସ୍କଫୋର୍ସ ପ୍ରସୁତି ବୈଠକ ଅନୁଷ୍ଟିତ ହୋଇ ଯାଇଛି । କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ଡିଆରଡିଆଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବୀଶାଲ ସିଂ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଟିତ ହୋଇ ଯାଇଛି । ସମଗ୍ର ବିଶ୍ୱରେ କୋଭିଡର ତୃତୀୟ ଲହର ଆତଙ୍କ ସୃଷ୍ଟିକରିଥବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ଏହାକୁ ମୁକାବିଲା କରିବା ଓ କୋଭିଡ ସଂକ୍ରମଣରୁ କିପରି ଜିଲ୍ଲାବାସୀ ସୁରକ୍ଷିତ ରହିବେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ଟାସ୍କଫୋର୍ସ ଓ ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁୁଲକୁମାର ନନ୍ଦ,ଏଡିଏମଓ ଶିବପ୍ରସାଦ ମହାରଣା,କୋଭିଡ ପରିଚାଳନା ଭେଷଜ ବିଷେଜ୍ଞ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର,କୋଭିଡ ଡାକ୍ତର ଦୁର୍ଗାପ୍ରସାଦ ରାଜ ,ଶିଶୁବିଶେଷଜ୍ଞ ଡାକ୍ତର,ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି କୋଭିଡ ର ତୃତୀୟ ଲହର କୁ ମୁକାବିଲା କରିବା,ଟାକାକରଣ,ଟେଷ୍ଟିଙ୍ଗ ଓ ଅନ୍ୟାନ ଆବଶ୍ୟକୀୟ ବିଷୟରେ ଆଲୋଚନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.