Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳିତ

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳିତ

45

କୋରାପୁଟ  ୩୧-୦୫(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭର୍ଚୁଆଲ ମୋଡ ମାଧ୍ୟମରେ ବିଶ୍ୱ ତମାଖୁ ଦିବସ ପାଳିତ ହୋଇଯାଇଛି ।ସମସ୍ତ ଛାତ୍ର,ଶିକ୍ଷାଦାନ ଓ ଅଣଶିକ୍ଷାଦାନ କର୍ମଚାରୀମାନେ ଭର୍ଚୁଆଲ ମୋଡ ମାଧ୍ୟମରେ ତମାଖୁ ନିଷେଧ କରିବାକୁ ପ୍ରତିଜ୍ଞା ନେଇଥିଲେ ।ନୂଆଦିଲ୍ଲୀସ୍ଥିତ ଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନର ସେଂଟର ଫର ଡେଂଟାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚର ଡାକ୍ତର ରିତୁ ଦୁଗଲ ,ଏବଂ କର୍ଣ୍ଣାଟକର ଏସଡିଏମ କଲେଜ ଅଫ ଡେଂଟାଲ ସାଇନ୍ସ  ଆଣ୍ଡ ହସପିଟାଲ , ଧରଓାଡର ଜନସ୍ୱାସ୍ଥ୍ୟ ଦନ୍ତ ଚିକିତ୍ସା ବିଭାଗର ପ୍ରଫେସର ଡାକ୍ତରକେ.ଭି.ଭି.ପ୍ରସାଦ କାର୍ଯ୍ୟକ୍ରମରେ ଯୋଗଦେଇ ଯଥାକ୍ରମେ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଶପଥପାଠ କରାଇଥିଲେ ।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ବିଶ୍ୱବିଦ୍ୟାଳୟ ସମ୍ପ୍ରଦାୟକୁ ଉତମ ସ୍ୱାସ୍ଥ୍ୟ ପାଇଁ ତମାଖୁ ଛାଡିବାକୁ ପ୍ରେରଣ ଦେଇଥିଲେ ।ତମାଖୁକୁ ଏକ ନୀରବ ହତ୍ୟାକାରୀ ବୋଲି ଡାକ୍ତର ଦୁଗଲ ବର୍ଣ୍ଣନା କରିଥିଲେ ।ତମାଖୁ ଅଭ୍ୟାସ ଆଚରଣରେ ପରିବର୍ତିତ ହୁଏ ଓ ପରେ ଆଚରଣ ନିଶାରେ ପରିବର୍ତିତ ହୁଏ  ବୋଲି ସେ ପ୍ରକାଶ କରିବା ସହ ନିଶା ସମଗ୍ର ପରିବାରକୁ ପ୍ରଭାବିତ କରିପାରେ ତେଣୁ ତମାଖୁକୁ ଜୀବନରୁ ସଂପୂର୍ଣ୍ଣ ଭାବେ ଛାଡିବାକୁ ପଡିବ ବୋଲି ସୂଚନା ଦେଇଥିଲେ ।ତମାଖୁର ବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ବିଦ୍ୟାଳୟସ୍ତରରୁ ବିଶ୍ୱବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ଉପଯୁକ୍ତ ଶିକ୍ଷା ଦେବା ଓ ଏ ନେଇ ଆଇନ ପ୍ରଣୟନ କରିବା ଉପରେ ଡାକ୍ତର ପ୍ରସାଦ ଗୁରୁତ୍ୱାରୋପ କରିଥିଲେ ।ଜୈବ ବିବିଧତା ଏବଂ ପ୍ରାକୃତିକ ସଂପଦ ସଂରକ୍ଷଣ ବିଦ୍ୟାଳୟର ଡିନ ପ୍ରଫେସର ଶରତ କୁମାର ପଳିତା କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିବା ବେଳେ ପରୀକ୍ଷା ନିୟନ୍ତ୍ରକ ଡ. ରାମ ଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବହୁ ସଂଖ୍ୟକ ଛାତ୍ର , ଅଧ୍ୟାପକ,ଅଧିକାରୀ ଓ କର୍ମଚାରୀଙ୍କ ସମେତ ଲୋକ ସଂପର୍କ ଅଧିକାରୀ ଡ. ଫଗୁନାଥ ଭୋଇ  ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.