Home Coronavirus Outbreak କୋଏମ୍ବାଟୁରରୁ ଶବ ଫେରୁଛି ନୟାଗଡ଼

କୋଏମ୍ବାଟୁରରୁ ଶବ ଫେରୁଛି ନୟାଗଡ଼

463

ନୟାଗଡ଼, ୧୪ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ସ୍ତବ୍ଧ ପାଲଟି ଯାଇଥିବାବେଳେ ନୟାଗଡ଼ର ଜଣେ ଶ୍ରମିକ କୋଏମ୍ବାଟୁରର ଏକ କମ୍ପାନୀକୁମ କାମ କରିବାକୁ ଯାଇ ଶବ ହୋଇ ଫେରିବା ଘଟଣା ନୟାଗଡ଼ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷସୂତ୍ରରୁ ଖବରନେବାରେ ଯାହା ଜଣାପଡ଼ିଛି ନୟାଗଡ଼ ଜିଲା ବଉଳସାହିର ଅମିନ ପଢିଆରୀଙ୍କ ପୁଅ ସଚିତାନନ୍ଦ ପଢିଆରୀ ଗତ ମାସରେ ତାମିଲନାଡ଼ିର ଏଲ.ଏମ୍‌.ଡବ୍ଲୁ କମ୍ପାନୀର ଲକ୍ଷ୍ମୀ ମଲିନ୍ ୱାର୍କ୍ସରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ଘର ସହିତ ବିଭିନ୍ନ ସମୟରେ ଫୋନ ଯୋଗେ ବି ଯୋଗସୂତ୍ର ରଖିଥିଲେ। ହେଲେ ଗତକାଲି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଶବକୁ କୌଣସି ପ୍ରକାରେ ନୟାଗଡ଼ର ତାଙ୍କ ଘର ବଉଳସାହିକୁ ଆଣୁଥିବା ଜଣାପଡ଼ିଛି। ଖବର ଲେଖାହେବା ବେଳକୁ ଶବ ତାଙ୍କ ଘରେ ପହଂଚି ପାରିନଥିବାବେଳେ ତାଙ୍କର ପ୍ରକୃତ ମୃତ୍ୟୁର କାରଣ ଜଣାପଡ଼ିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.