Home ଜିଲ୍ଲା ପରିକ୍ରମା କେବେ ଖୋଲିବ ମା’ ଭଦ୍ରକାଳୀ ଓ ଆଖଣ୍ଡଳମଣୀଙ୍କ ମନ୍ଦିର!, କୋଭିଡ କଟକଣା ମଧ୍ୟରେ ଦର୍ଶନ ଓ...

କେବେ ଖୋଲିବ ମା’ ଭଦ୍ରକାଳୀ ଓ ଆଖଣ୍ଡଳମଣୀଙ୍କ ମନ୍ଦିର!, କୋଭିଡ କଟକଣା ମଧ୍ୟରେ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଦାବି

127

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖୁବଶୀଘ୍ର ଖୋଲିବ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର । ସେହିପରି ପ୍ରଭୂ ଲିଙ୍କରାଜଙ୍କ ମନ୍ଦିର ମଧ୍ୟ ଖୋଲିବାକୁ ଯାଉଛି ଚଳିତ ମାସ ଶେଷ ଭାଗରେ । ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ରାଜ୍ୟର ଅନ୍ୟସମସ୍ତ ମନ୍ଦିର ଖୋଲିବା ସମ୍ପକରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ନିଷ୍ପତ୍ତି ସରକାରଙ୍କ ପକ୍ଷରୁ ନିଆଯାଇ ନାର୍ହି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ନିଷ୍ପତ୍ତି ସରକାର ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରିଛନ୍ତି । ଏହିକ୍ରମରେ ଭଦ୍ରକ ଜିଲ୍ଳାପାଳ ଡ. ଜ୍ଞାନ ଦାସ ଜିଲ୍ଲରେ ବିଭିନ୍ନ ମନ୍ଦିର ଓ ମସଜିଦ୍ ଖୋଲିବା ଉପରେ ପ୍ରଶାସନ ବିଚାର କରୁଛି ବୋଲି ଗଣମାଧ୍ୟମକେୁ କହିଛନ୍ତି । ତେବେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଖୋଲିବାର ନିଷ୍ପତ୍ତି ପରେ ଅଧିକାଂଶ ସ୍ଥାନରେ ଶ୍ରଦ୍ଧାଳୁ ସେମାନଙ୍କ ଅଞ୍ଚଳର ମନ୍ଦନିର ଖୋଲିବ ବୋଲି ଚିନ୍ତା କରି ଭାବବିହ୍ୱଳ ହୋଇପଡ଼ିଥିଲେ । ପ୍ରାୟ ସମସ୍ତ ମନ୍ଦିରର ସେବାୟତମାନେ ମଧ୍ୟ ଖୁସୀ ହୋଇ ଯାଇଥିଲେ । କାରଣ ଦେବାଳୟ ସହିତ ଲୋକମାନଙ୍କ ସାମାଜିକ ଓ ଧାର୍ମିକ ଭାବାବେଗ ମଧ୍ୟ ଏଥି ସହ ଜୋଡ଼ି ହୋଇ ରହିଛି । ତେଣୁ ଉଭୟ ମା’ଭଦ୍ରକାଳୀ ଓ ଆଖଣ୍ଡଳମଣୀ ମନ୍ଦିର ସମେତ ଜିଲ୍ଲାର ସମସ୍ତ ଦେବାୟର ସେବାୟତମାନେ ଜିଲ୍ଲାପାଳଙ୍କ ଏହି ପ୍ରତିକ୍ରିୟାକୁ ନେଇ ନିଜନିଜର ଖୁସୀ ଜାହିର କରିଛନ୍ତି । ସୂଚନାଯୋଗ୍ୟ କେରୋନା ସମୟରୁ ଅର୍ଥାତ୍ ମାର୍ଚ୍ଚ ମାସ ଶେଷ ଭାଗରୁ ଦେଶ ତଥା ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି । ସରକାରଙ୍କ ନିର୍ଦ୍ଦେଶରେ କୌଣସି ମନ୍ଦିର କିମ୍ବା ମସଜିଦରେ ଶ୍ରଦ୍ଧାଳୁଙ୍କ ଗହଳୀ ନାହିଁ । ଶୁଭୁନି ମନ୍ତ୍ର ଉଚ୍ଚାରଣ କିମ୍ବା ଆଜାନର ସ୍ୱର । କରୋନା ଲକଡାଉନ ଓ ଅନଲକ ମଧ୍ୟରେ ୯ମାସ ବିତିବାକୁ ବସିଛି ।

କରୋନା ଏହାର ପ୍ରକୋପ ହରାଇ ବସିଛି । ଅଧିକାଂଶ ଦୋକାନ ବଜାର ଖୋଲିଗଲାଣି । କେବଳ ମନ୍ଦିର, ବାର, ସୁଇମିଂପୁଲ, ସିନେମା ହଲ ପରି ଅଳ୍ପ କେତେକ ସ୍ଥାନକୁ ଛାଡ଼ି ଆଉ ସବୁ ଏକେ କଟକଣାମୁକ୍ତ ହୋଇ ସାରିଛି । କିନ୍ତୁ ମନ୍ଦିର କିମ୍ବା ମସଜିଦ ଉପରେ କୌଣସି ନିର୍ଣ୍ଣୟ ନିଆଯଇ ନାହିଁ । ତେଣୁ ଗତ ୯ମାସ ଧରି ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ପଡ଼ିଛି । ଏହି ଅବଧି ମଧ୍ୟରେ ବହୁ ପର୍ବପର୍ବାଣୀ ଗଲାଣି । କିନ୍ତୁ ସରକାରଙ୍କୁ ସହଯୋଗ କରି ଆସିଛନ୍ତି ଲୋକେ । ତେଣୁ କୋଭିଡ କଟକଣା ମଧ୍ୟରେ ସମସ୍ତ ଦେବାଳୟ ଖୋଲିବାକୁ ଉଭୟ ଶ୍ରଦ୍ଧାଳୁ ଓ ସେବାୟତଙ୍କ ପକ୍ଷରୁ ଦାବି ହୋଇ ଆସୁଛି । ଭଦ୍ରକର ଦୁଇ ପ୍ରମୁଖ ପର୍ଯ୍ୟଟନ ପୀଠ ବାବା ଆଖଣ୍ଡଳମଣୀ ଓ ଅନ୍ୟତମ ଶକ୍ତିପୀଠ ମା’ ଭଦ୍ରକାଳୀଙ୍କ ପୀଠ । ଏହି ଦୁଇ ମନ୍ଦିରକୁ ବର୍ଷରେ ଲକ୍ଷାଧକ ଶ୍ରଦ୍ଧାଳୁ ଆସିଥାନ୍ତି । ସେମାନଙ୍କ ନିଜନିଜର ମନସ୍କାମନା ପାଇଁ ପ୍ରାର୍ଥନା କରିଥାନ୍ତି । କିନ୍ତୁ ଗତ ୯ମାସ ଧରି ଏହି ଦୁଇ ପ୍ରମୁଖ ଜିଲ୍ଲାର ମନ୍ଦିରରେ ଅଖଣ୍ଡ ନୀରବତା ରାଜୁତି କରୁଛି । ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଏହି ସମୟ ମଧ୍ୟରେ କେଔରସି ପର୍ବପର୍ବାଣୀ ମଧ୍ୟ ପାଳନ ହୋଇ ପାରିନି । କେବଳ ଏହି ଦୁଇ ମନ୍ଦିର ଉପରେ ନିର୍ଭରଶୀଳ ଶତାଧିକ ସେବାୟତ ନିଜର ପରିବାର ପୋଷିବା ଚିନ୍ତାରେ ରହି ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି । ତେଣୁ କୋଭିଡ ନିୟମାନୁଯାୟୀ ଦେବାଳୟ ଖୋଲିବ ବୋଲି ଜିଲ୍ଳାପାଳଙ୍କ ସୂଚନା ଉଭୟ ଭକ୍ତ ଓ ସେବାୟତଙ୍କୁ ଆଶାବାଦୀ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.