Home Coronavirus Outbreak ଭାଇରାଲ ମେସେଜ୍ – କେନ୍ଦ୍ର ସରକାର ପ୍ରତ୍ୟେକ COVID-୧୯ ରୋଗୀଙ୍କ ପାଇଁ ମ୍ୟୁନିସିପାଲିଟି କର୍ପୋରେସନକୁ ୧.୫...

ଭାଇରାଲ ମେସେଜ୍ – କେନ୍ଦ୍ର ସରକାର ପ୍ରତ୍ୟେକ COVID-୧୯ ରୋଗୀଙ୍କ ପାଇଁ ମ୍ୟୁନିସିପାଲିଟି କର୍ପୋରେସନକୁ ୧.୫ ଲକ୍ଷ ଟଙ୍କା ଦେଉଛନ୍ତି ! ଜାଣନ୍ତୁ ଏହି ହ୍ୱାଟ୍ସଆପ୍ ମେସେଜର ସତ୍ୟତା

180

ନୂଆ ଦିଲ୍ଲୀ ୨୫-୮ (ଓଡ଼ିଆ ପୁଅ) ପ୍ରତ୍ୟେକ COVID ପଜିଟିଭ୍ ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ମ୍ୟୁନିସିପାଲିଟିକୁ ୧.୫ ଲକ୍ଷ ଟଙ୍କା ଦେଉଛନ୍ତି। ଏହିପରି ଏକ ହ୍ୱାଟ୍ସଆପ୍ ମେସେଜ୍ ହିନ୍ଦିଭାଷାରେ ଘୁରି ବୁଲୁଛି ବୋଲି ଲଜିକାଲ ଇଣ୍ଡିଆନ ପ୍ରକାଶ କରିଛି। ତେବେ ଏ ଘଟଣାର ସତ୍ୟତା ଜାଣିବା ପାଇଁ ଉକ୍ତ ଗଣମାଧ୍ୟମ, ଲଜିକାଲ୍ ଇଣ୍ଡିଆନ୍ ଫ୍ୟାକ୍ଟ ଚେକ୍ ଟିମ୍, ଅନୁସନ୍ଧାନ କରି ଏକ ରିପୋର୍ଟ ପ୍ରକାଶ କରିଛି।

ଏହି ମେସେଜ, ହିନ୍ଦି ଭାଷାରେ ଲେଖା ହୋଇଛି ଏବଂ ଏହା ହ୍ୱାଟ୍ସଆପର ବିଭିନ୍ନ ଗୃପରେ ଘୁରି ବୁଲୁଛି।

ତେବେ ଘୁରିବୁଲୁଥିବା ମେସେଜଟି ହେଉଛି ଏହିପରି,

“ସମସ୍ତ ନାଗରିକ ଦୟାରକି ଧ୍ୟାନ ଦିଅନ୍ତୁ, କେନ୍ଦ୍ର ସରକାର ପ୍ରତ୍ୟେକ COVID-୧୯ ରୋଗୀଙ୍କ ପାଇଁ ମ୍ୟୁନିସିପାଲିଟି କର୍ପୋରେସନ୍ ଗୁଡ଼ିକୁ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ ଦେବା ପାଇଁ ଘୋଷଣା କରିଛନ୍ତି। ତେଣୁ କର୍ପୋରେଟର ତଥା ବେସରକାରୀ ଡାକ୍ତରମାନେ ସାଧାରଣ ଜ୍ୱର କିମ୍ବା ଥଣ୍ଡା କିମ୍ବା କାଶକୁ, COVID-୧୯ ବୋଲି ଘୋଷଣା କରି ଅଧିକରୁ ଅଧିକ ଲୋକଙ୍କୁ ଆଡମିଟ କରି ଦେଉଛନ୍ତି। ଯେଉଁ ସମୟରେ ସେମାନଙ୍କୁ ଦେଢ଼ଲକ୍ଷ ଟଙ୍କାର ଆପ୍ରୁଭାଲ ମିଳିଯାଉଛି, ସେତେବେଳେ ସେମାନେ ରୋଗୀକୁ ଠିକ ହୋଇଗଲା ବୋଲି କହିକରି ଘରକୁ ପଠାଇ ଦେଉଛନ୍ତି। ଏହି ଗୋରଖଧନ୍ଦାରୁ ବଞ୍ଚିବା ପାଇଁ ଏକ ଉପାୟ ହେଉଛି ଡାକ୍ତର କିମ୍ବା ଟେଷ୍ଟିଂ ଲାବରେଟୋରୀକୁ ଯିବା ବନ୍ଦ କରନ୍ତୁ। ଯଦି କାଶ କିମ୍ବା ଜ୍ୱର ହେଉଛି ତେବେ ଘରୋଇ ଉପାୟ କରନ୍ତୁ। ଏ ମାନଙ୍କ ଶିକାର ବନନ୍ତୁ ନାହିଁ। ଆପଣ ବି ଜାଗନ୍ତୁ ଅନ୍ୟକୁ ବି ଜଗାନ୍ତୁ। ଜଣେ ଆଉ ଜଣକୁ ସାହାଯ୍ୟ କରନ୍ତୁ। ଏହି ମେସେଜ ଆପଣ ସମସ୍ତଙ୍କୁ ସାବଧାନ କରିବା ପାଇଁ ପୋଷ୍ଟ କରୁଛି। ଠିକ ଲାଗିଲେ ଆଗକୁ ଫରୱାର୍ଡ଼ କରନ୍ତୁ। ଲୋକମାନେ ସତର୍କ ହୋଇଯିବେ। ଏହା ମଧ୍ୟ ସରକାରଙ୍କ ପାଖକୁ ପହଁଚୁ ଏବଂ ଏହି ଧାରା ବନ୍ଦ ହେଉ। (ଯାହା ସହିତ ଏହିପରି ହୋଇଛି ଦୟାକରି ଆଖପାଖର ପ୍ରତ୍ୟେକ ଲୋକ, ଗଳି-ଗଳି, ଜାଗୃତ କରିବା ପାଇଁ କାମ କରନ୍ତୁ। କାହାକୁ ଡରନ୍ତୁ ନାହିଁ। ସାହସର ସହିତ କାମ କରନ୍ତୁ।) ଏହି ଲୋକମାନେ ନିଜ ଫାଇଦା ପାଇଁ ସାଧାରଣ ଲୋକ ଏବଂ ବ୍ୟାପାରୀ ମାନଙ୍କର ଶୋଷଣ କରୁଛନ୍ତି। ଭୟର ବାତାବରଣ ବନାଇ ବ୍ୟାପାରୀ ମାନଙ୍କୁ ହଇରାଣ କରୁଛନ୍ତି। ଆପଣଙ୍କୁ ଅନୁରୋଧ କରୁଛିକି ଜଣେ ଆଉ ଜଣଙ୍କର ଗୋଡ଼ ଟାଣିବା ପରିବର୍ତ୍ତେ ଜଣେ ଆଉ ଜଣକୁ ସାହାଯ୍ୟ କରନ୍ତୁ ଏବଂ ଏହି ଗୋରଖ ଧନ୍ଦା ବିରୁଦ୍ଧରେ ଏକତ୍ରୀତ ହୋଇ ସ୍ୱର ଉତ୍ତୋଳନ କରନ୍ତୁ।

ଧନ୍ୟବାଦ,

ଜୟ ହିନ୍ଦ, ଜୟଭାରତ

ଏକ ଜାଗୃତ ସମାଜ।”

ଉପରୋକ୍ତ ମେସେଜଟି ହିନ୍ଦିରେ ହ୍ୱାଟ୍, ଆପ ମଧ୍ୟରେ ଘୁରି ବୁଲୁଛି। ଏହି ମେସେଜକୁ ଆମେ ଓଡ଼ିଆରେ ପ୍ରାୟତଃ ରୂପାନ୍ତର କରିଛୁ।

ଏହି ଫରୱାର୍ଡ ହ୍ୱାଟ୍ସଆପ ଭାଇରାଲ ମେସେଜଟିକୁ ଯାଞ୍ଚ କରିଛି ଲଜିକାଲ୍ ଇଣ୍ଡିଆନ୍ ଡଟ କମ୍।

ଯାଞ୍ଚ ପରେ ଜଣାପଡ଼ିଛିଯେ, ଏହି ଦାବି ମିଥ୍ୟା ଅଟେ। ସରକାରଙ୍କ ତରଫରୁ କୌଣସି ସରକାରୀ ଘୋଷଣା କିମ୍ବା ଖବରର କୌଣସି ରିପୋର୍ଟ ମିଳି ନାହିଁ। ପୂର୍ବରୁ ଏହି ପରି ଏକ ସମାନ ବାର୍ତ୍ତା ମରାଠୀରେ ମଧ୍ୟ ପ୍ରସାରିତ ହୋଇଥିଲା ବୋଲି ପ୍ରକାଶନ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.