Home ଓଡ଼ିଶା କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନୀତିର ପ୍ରତିବାଦରେ ବ୍ୟାଙ୍କ ସଂଗଠନର ବିକ୍ଷୋଭ : ୧୫ ଓ...

କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନୀତିର ପ୍ରତିବାଦରେ ବ୍ୟାଙ୍କ ସଂଗଠନର ବିକ୍ଷୋଭ : ୧୫ ଓ ୧୬ ରେ ଦେଶବ୍ୟାପୀ ଧର୍ମଘଟ

32

କେନ୍ଦୁଝର, ୯ ମାର୍ଚ୍ଚ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବ୍ୟାଙ୍କ ଘରୋଇକରଣ ଓ ମିଶ୍ରଣକୁ ବିରୋଧ କରି ଆଜି ମଙ୍ଗଳବାର ଦିନ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ଭାରତୀୟ ଷ୍ଟେଟ ବ୍ୟଙ୍କ୍ ସମ୍ମୁଖରେ ସମସ୍ତ ବ୍ୟାଙ୍କ ସଂଗଠନଙ୍କ ସହ କର୍ମଚାରୀ ମାନଙ୍କ ଦ୍ୱାରା ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବାହ୍ନ ୯ ଘଟିକାରୁ ଓଡ଼ିଶା ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ମଚାରୀ ସଂଘ ସାଧାରଣ ସଂପାଦକ ପ୍ରବୀର କୁମାର ଘୋଷ, ସହ ସାଧାରଣ ସଂପାଦକ ଅକ୍ଷୟ କୁମାର ପଟ୍ଟନାୟକ, ଷ୍ଟେଟ୍ ବ୍ୟାଙ୍କ ଆଂଚଳିକ ସଂପାଦକ ଉମାକାନ୍ତ ହାଁସଦା, ଉପସାଧାରଣ ସଂପାଦକ ବ୍ୟାଙ୍କ୍ ଅଫ ଇଣ୍ଡିଆ ଅଫିସର୍ସ ଆସୋସିଏସନ୍ ବଳରାମ ନାଏକ, କାର୍ଯ୍ୟନିର୍ବାହୀ ସଦସ୍ୟ ତନ୍ମୟ ବଳ, ଏସ୍‌.ବି.ଆଇ. ଅଫିସର୍ସ ଆଂଚଳିକ ସଂପାଦକ ନାରାୟଣ ଦେହୁରୀ, ବେଫି ସଂଯୋଜକ ବିରେନ୍ଦ୍ରମିଶ୍ର, ସହ ସଂପାଦକ ଦୀପକ କୁମାର ଗିରିଙ୍କ ନେତୃତ୍ୱରେ ଧାରଣାରେ ବସିବା ସହ ବ୍ୟାଙ୍କଗୁଡିକ ଘରୋଇକରଣ ହେଲେ ଗ୍ରାମାଂଚଳ ବ୍ୟାଙ୍କ୍‌ଗୁଡିକ ବନ୍ଦ ହେବା ସହ କୃଷିଋଣ ପ୍ରଦାନ ସଂକୁଚିତ ହୋଇ ଏମ୍‌. ଏସ୍‌.ଏମ .ଇ ଅନିୟମିତତା ସୃଷ୍ଟି ହେବ। ଗୃହଋଣ ପ୍ରଦାନ କମ ହେବା ସହ କର୍ପୋରେଟ୍ ସଂସ୍ଥାମାନେ ହିଁ ଅଧିକ ଲାଭବାନ ହେବେ ଏବଂ ସାଧାରଣ ଲୋକଙ୍କର ସଂଚୟରେ ବହୁତ ନକାରାତ୍ମକ ପ୍ରଭାବ ପରିଲକ୍ଷିତ ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ବ୍ୟାଙ୍କଗୁଡିକ ସହରାଭୀମୁଖୀ ହେବା ସହ ନୂତନ ନିଯୁକ୍ତି ସଂଭାବନା ହ୍ରାସ ପାଇବା ସହ ଠିକା ନିଯୁକ୍ତି ବୃଦ୍ଧି ପାଇ ଗ୍ରାହକମାନଙ୍କ ଉପରେ ଅଯଥା ୟୁଜର୍ସଫି, ସର୍ଭିସ୍ ଚାର୍ଜ ଲାଗୁ ହେବ ଏବଂ ସୁଧହାର କମିଯିବାର ଶତପ୍ରତିଶତ ଆଶଙ୍କା ଦେଖାଦେବ। ଘରୋଇକରଣ ଦ୍ୱାରା ଗ୍ରାମାଂଚଳର ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଯୁବପୀଢିଙ୍କ ପାଇଁ ବ୍ୟାଙ୍କରେ ନୂତନ ନିଯୁକ୍ତି ବ୍ୟାପକ ମାତ୍ରାରେ ହ୍ରାସ ପାଇ ହତାଶାର ଭାବ ସୃଷ୍ଟି ହେବ। କର୍ପୋରେଟ୍ ସଂସ୍ଥାର ମନୋମୂଖୀ ଆଚରଣ ବୃଦ୍ଧି ପାଇ ସାଧାରଣ ଲୋକ ନିଜର କଷ୍ଟାର୍ଜିତ ଅର୍ଥର ସୁରକ୍ଷା ପାଇଁ ସର୍ବଦା ଚିନ୍ତିତ ରହିବେ। ଏହିସବୁ କାରଣକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ବ୍ୟାଙ୍କର ଅଫିସରସ ଓ କର୍ମଚାରୀ ସଂଗଠନ ମାନଙ୍କ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏବଂ ଚଳିତ ମାସ ୧୫ ଓ ୧୬ ତାରିଖ ଦୁଇଦିନ ଧରି ସର୍ବଭାରତୀୟସ୍ତରରେ ଧର୍ମଘଟ କରାଯାଇ ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ କରାଯିବ ବୋଲି ସଂଗଠନର କର୍ମକର୍ତାମାନେ ସୂଚନା ଦେଇଛନ୍ତିା ଏହି ଧର୍ମଘରେ ସମଗ୍ର ଭାରତରେ ଦଶ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଭାଗ ନେଇ ସରକାରଙ୍କୁ ଏ ସଂପର୍କରେ ଚେତାବନୀ ଦେବେ। ସରକାରଙ୍କ ଗ୍ରାହକ ମାରଣ ଓ କର୍ମଚାରୀ ଅସୁରକ୍ଷା ନୀତିକୁ ବିରୋଧ କରାଯିବ ବୋଲି ସର୍ବ ଭାରତୀୟସ୍ତରରେ ନିଷ୍ପତି ଗ୍ରହଣ କରାଯାଇଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛିା ଏହି କ୍ରମରେ ମଙ୍ଗଳବାର ଦିନ ଅପରାହ୍ନ ରେ ସମସ୍ତ ବ୍ୟାଙ୍କର ସମସ୍ତ କର୍ମଚାରୀମାନେ ଏକାଠି ହୋଇ ସରକାରଙ୍କ ନୀତି କୁ ବିରୋଧ କରି ସ୍ଲୋଗାନ ଦେଇ କ୍ଷୋଭ ପ୍ରଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.