Home ଓଡ଼ିଶା କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଫେରୁଛି ଶୈକ୍ଷିକ ବାତାବରଣ

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଫେରୁଛି ଶୈକ୍ଷିକ ବାତାବରଣ

69

କେନ୍ଦ୍ରାପଡ଼ା, ୨୫ା୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କରୋନା ବେଳେ ପାଠ ପଢା ବ୍ୟାଘାତ ହୋଇଥିଲା। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମାନସିକତା ଉପରେ ପ୍ରଭାବ ପଡିଥିଲା। କରୋନା କଟକଣା ଉଠିଯିବା ପରେ ଛାତ୍ରଛାତ୍ରୀମାନେ ପାଠ ପଢାରେ ବିଶେଷ ଭାବେ ମନ ଦେଉ ନଥିଲେ। କିନ୍ତୁ ଏବେ ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରୁଛି ବୋଲି ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା କହିଛନ୍ତି। ସେ କହିଛନ୍ତି ଯେ ଏବେ ସବୁ କ୍ଲାସ ହେଉଛି। ମୁଁ ନିଜେ କ୍ଲାସ ହେଉଛି କି ନାହିଁ ତାହାର ତଦାରଖ କରୁଛି। କୌଣସି ଛାତ୍ରଛାତ୍ରୀ ଯେପରି ଘରୁ ଆସି କ୍ଲାସ ନ କରି କେଉଁଆଡେ ନ ବୁଲିବେ ସେଥିନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ନିୟମିତ ବ୍ୟବଧାନରେ ଅଭିଭାବକମାନଙ୍କ ସହ ଆମେ କଥାବାର୍ତ୍ତା ହେଉଛୁ। ଅଭିଭାବକମାନଙ୍କୁ ଆମ ଟେଲିଫୋନ ନମ୍ବର ଦିଆଯାଇଛି। ଫଳରେ ଘରୁ ପାଠ ପଢିବାକୁ ବାହାରିଥିବା ପିଲା କ୍ଲାସରେ ପହଞ୍ଚୁଛନ୍ତି କି ନାହିଁ ସେ ସମ୍ପର୍କରେ ଅଭିଭାବକମାନେ କଲେଜକୁ ଯୋଗାଯୋଗ କରି ଜାଣି ପାରୁଛନ୍ତି। କୌଣସି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ କ୍ଲାସ ମିସ କରୁନାହାଁନ୍ତି। ସେହିପରି ଅଣଛାତ୍ରଙ୍କ କଲେଜ ହତା ମଧ୍ୟରେ ପ୍ରବେଶକୁ ବନ୍ଦ କରାଯାଇଛି। ସବୁ ଫାଟକ ନିକଟରେ ଆମ ଅଧ୍ୟାପକ, କର୍ମଚାରୀ ପଇଁତରା ମାରୁଛନ୍ତି। ଛାତ୍ରଛାତ୍ରୀମାନଙ୍କ ପରିଚୟପତ୍ର କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି। ବିନା ପରିଚୟପତ୍ରରେ ଆସୁଥିବା ଛାତ୍ରଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ଦିଆଯାଉନାହିଁ। ଏହାଦ୍ୱାରା ମହାବିଦ୍ୟାଳୟ ପରିସରରେ ଶୈକ୍ଷିକ ବାତାବରଣ ଫେରୁଛି ବୋଲି ଶ୍ରୀ ବେହେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.