Home ଓଡ଼ିଶା ବାହାର ଜିଲ୍ଲା ମାଲିକଙ୍କ ଗାଡିକୁ ବିରୋଧ: ୨ ଘଣ୍ଟା ରାସ୍ତା ଅବରୋଧ

ବାହାର ଜିଲ୍ଲା ମାଲିକଙ୍କ ଗାଡିକୁ ବିରୋଧ: ୨ ଘଣ୍ଟା ରାସ୍ତା ଅବରୋଧ

94

କେନ୍ଦ୍ରାପଡା, ୨୫ା୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ପାରାଦ୍ୱୀପରୁ ଜିପସମ ପରିବହନ କରୁଥିବା ବାହାର ଜିଲ୍ଲାର ଟ୍ରକକୁ କେନ୍ଦ୍ରାପଡ଼ା ଓ ପାରାଦ୍ୱୀପ ଟ୍ରକ ମାଲିକ ମାନେ ବିରୋଧ କରି ଗାଡି ଅଟକାଇଛନ୍ତି। କେନ୍ଦ୍ରାପଡ଼ା ଓ ପାରାଦ୍ୱୀପ ଟ୍ରକ ମାଲିକ ସଂଘ ଅଭିଯୋଗ କରିଥିଲେ ଯେ ସେମାନଙ୍କୁ ଜିପସମ ପରିବହନ କରିବା ପାଇଁ ଅନୁମତି ମିଳୁନାହିଁ। କିନ୍ତୁ ଜିଲ୍ଲା ବାହାରର ଟ୍ରକକୁ ଏ ନେଇ ଅନୁମତି କିପରି ଦିଆଯାଉଛି। ଏହି ଅଭିଯୋଗ କରି ୨ ଘଣ୍ଟା ମାର୍ଶାଘାଇ ଥାନା ଅନ୍ତର୍ଗତ ଜାତୀୟ ରାଜପଥର ବେଲାର ନୂଆଗାଁ ନିକଟରେ ଟ୍ରକଗୁଡିକୁ ଅଟକ ରଖାଯାଇଥିଲା। ଖବର ପାଇ ମାର୍ଶଘାଇ ଥାନାଧିକାରୀ ପି.କେ. କାନୁନଗୋ, ପାଟକୁରା ଥାନାଧିକାରୀ ସରୋଜ ସାହୁ, ମହାକାଳପଡ଼ା ଥାନାଧିକାରୀ ମନୋରଞ୍ଜନ ଚୌଧୁରୀ, ମେରାଇନ୍ ଥାନାଧିକାରୀ ପରେଶ ଦାସଙ୍କ ସମେତ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ବଳ ପ୍ରୟୋଗ କରି ଅବରୋଧ ହଟାଇଥିଲେ।ଫଳରେ ପରିବହନ ସ୍ୱାଭାବିକ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.