କେନ୍ଦ୍ରାପଡ଼ା ୬/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାର ସରପଂଚମାନଙ୍କ ସହିତ ଭିଡିଓକନଫରେନ୍ସିଂ ଯୋଗେ ଜିଲ୍ଲାପାଳ ସମର୍ଥ ବର୍ମା ଆଲୋଚନା କରିଛନ୍ତି। ଜିଲ୍ଲାପାଳ ଶ୍ରୀ ବର୍ମା ଜିଲ୍ଲା କାର୍ଯ୍ୟାଳୟର ଓସୱାନ ଭିଡିଓ କନଫରେନ୍ସିଂ ହଲରୁ ସିଧାସଳଖ ଜିଲ୍ଲାର ୯ଟି ବ୍ଲକରେ ଥିବା ବିଡିଓ ଏବଂ ସରପଂଚମାନଙ୍କ ସହିତ ନଭେଲ କରୋନା କୋଭିଡ -୧୯ ବିପର୍ଯ୍ୟୟ ପ୍ରତିରୋଧ ପରିଚାଳନା ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ। ସରପଂଚମାନଙ୍କ ଦ୍ୱାରା ନଭେଲ କୋଭିଡ -୧୯ ବିପର୍ଯ୍ୟୟ ପ୍ରତିରୋଧ ପରିଚାଳନା ଠିକ ଭାବେ କରାଯାଉଥିବାରୁ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିବା ସହ ପ୍ରବାସୀମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖି ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ବିଡିଓ ଏବଂ ସରପଂଚମାନଙ୍କୁ ପରାମର୍ଶ ଦେବାସହ କୋଭିଡ-୧୯ ରାଜ୍ୟ ବିପର୍ଯ୍ୟୟକୁ ଏକ ଆହ୍ୱାନ ଭାବି ଜନସାଧାରଣଙ୍କ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ସେହିପରି ବିଦେଶରୁ ଆସୁଥିବା ପ୍ରବାସୀମାନଙ୍କୁ ଠିକ ଭାବରେ ନିୟମିତ ନିର୍ଦ୍ଧାରିତ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ଯୋଜନାରେ ସାମିଲକରି ସେମାନଙ୍କୁ କାର୍ଯ୍ୟଦିବସ ଯୋଗାଇବା ଓ ସେମାନଙ୍କର ଜୀବନଜୀବିକାକୁ ସୁଲଭ କରିବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ପରାମର୍ଶ ଦେଇଥିଲେ। ଏହି ଭିଡିଓ କନଫରେନ୍ସିଂରେ ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।







