Home ଓଡ଼ିଶା ଲଘୁଚାପ କାରଣରୁ ଏହି ଜିଲ୍ଲାଗୁଡ଼ିକରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା

ଲଘୁଚାପ କାରଣରୁ ଏହି ଜିଲ୍ଲାଗୁଡ଼ିକରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା

5322

ଭୁବନେଶ୍ୱର ୬-୬ (ଓଡ଼ିଆ ପୁଅ) ଆସନ୍ତା ୮ଜୁନ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ହେବାକୁ ଥିବା ଲଘୁଚାପ ପ୍ରଭାବରେ ଜୁନ୧୦ ତାରିଖରୁ ଗଂଜାମ, ଗଜପତି, ପୁରୀ, ନବରଙ୍ଗପୁର, କୋରାପୁଟ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ବ୍ୟତୀତ ଜାଣନ୍ତୁ ଆସନ୍ତା ତେବେ ଜାଣନ୍ତୁ ଆସନ୍ତା ଚାରି ଦିନ ପାଇଁ କେଉଁ କେଉଁ ଜିଲ୍ଲାରେ ବର୍ଷାର ସମ୍ଭାବନା ବୋଲି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ।

ପ୍ରଥମ ଦିନ ୬ – ୭ ଜୁନ୍

କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କନ୍ଧମାଳ, ନୟାଗଡ଼, ବୌଦ୍ଧ ଜିଲ୍ଲାରେ ଶୁଖିଲା ପାଗ ସହିତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ। ଓଡିଶାର ବାକି ଜିଲ୍ଲାଗୁଡ଼ିକ ଶୁଷ୍କ ରହିବାର ସମ୍ଭାବନା ଅଛି।

କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ବଜ୍ରପାତ ହେବାର ସମ୍ଭାବନା ଅଛି।

ଦ୍ୱିତୀୟ ଦିନ – ୭ – ୮ ଜୁନ୍

ଉପକୂଳ ଓଡିଶା, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, କୋରାପୁଟ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ହାଲୁକା କିମ୍ବା ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଥିବା ବେଳେ ଓଡ଼ିଶାର ବାକି ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ। କିନ୍ତୁ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କୋରାପୁଟ, ଗଜପତି, ଗଞ୍ଜାମ, ଜଗତ୍ସିଂହପୁର, ନୟାଗଡ଼ର ଏକ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।

ତୃତୀୟ ଦିନ ୮ – ୯ ଜୁନ୍

ଉପକୂଳ ଓଡିଶା, କୋରାପୁଟ ମାଲକାନଗିରି, ରାୟଗଡା, ଢେଙ୍କାନାଳ, ମୟୁରଭଞ୍ଜ, କନ୍ଧମାଳ ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଥିବା ବେଳେ ଓଡିଶାର ବାକି ଜିଲ୍ଲା ଗୁଡ଼ିକ ଶୁଷ୍କ ରହିବ।

ଉପକୂଳ ଓଡ଼ିଶା, କୋରାପୁଟ, ମାଲକାନଗିରି, ରାୟଗଡା, କନ୍ଧମାଳ, ନୱାରଙ୍ଗପୁର, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଜିଲ୍ଲାରେ ଗୋଟିଏ କିମ୍ବା ଜୁଇଟି ସ୍ଥାନରେ କାଳବୈଶାଖୀ ସହ ପବନ ୩୦-୪୦ କିଲୋମିଟର ବେଗରେ ବହିବାର ସମ୍ଭାବନା ଅଛି।

ଚତୁର୍ଥ ଦିନ ୯-୧୦ ଜୁନ୍

ଉପକୂଳ ଓଡ଼ିଶାର ଜିଲ୍ଲା ତଥା ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଧିକ।

କିନ୍ତୁ ଉପକୂଳ ଓଡିଶା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ଦେବଗଡ, କନ୍ଧମାଳ ଏବଂ ବୈଦ୍ଧ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବଶାଖୀ ପ୍ରଭାବରୁ ବର୍ଷା ହେବ ଏବଂ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ସେହିପରି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ପଞ୍ଚମ ଦିନ ୧୦ – ୧୧ ଜୁନ୍

ଓଡିଶାର ଅଧିକାଂଶ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଅଛି ଏହା ସହ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଲଘୁଚାପ ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଚେତାବନୀ ଦେଇଛି ଯାହା ଜୁନ୍ ୮ ରେ ବଙ୍ଗୋପସାଗରର ପୂର୍ବ-ମଧ୍ୟଭାଗରେ ସୃଷ୍ଟି ହେବାର ସମ୍ଭାବନା ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.