Home Top News କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୨.୮୭ପ୍ରତିଶତ, ବିଭୁ ପ୍ରସାଦ...

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୨.୮୭ପ୍ରତିଶତ, ବିଭୁ ପ୍ରସାଦ ଶତପଥୀ କଲେଜ ଟପ୍ପର

60

କେନ୍ଦ୍ରାପଡା, ୧୩ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ଶନିିବାର ପ୍ରକାଶ ପାଇଛି। ଏଥିରେ +୩ ବିଜ୍ଞାନ ବିଭାଗ ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ର ବିଭୁ ପ୍ରସାଦ ଶତପଥୀ କଲେଜ ଟପ୍ପର ହୋଇଥିବା ଜଣାପଡିଛି। ସେହିପରି କଳା ବିଭାଗ ଶିକ୍ଷା ସମ୍ମାନର ଛାତ୍ରୀ ସୁପ୍ରଭା ପାତ୍ର କଳା ବିଭାଗରେ ଟପ୍ପର ହୋଇଥିବା ବେଳେ ବାଣିଜ୍ୟ ବିଭାଗ ସମ୍ମାନ ଛାତ୍ରୀ ଶକ୍ତିମୟୀ ପ୍ରଧାନ ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି। ବିଜ୍ଞାନ ବିଭାଗର ଛାତ୍ର ବିଭୁ ପ୍ରସାଦ ୯୨.୭୩ ପ୍ରତିଶତ ମାର୍କ ରଖିଥିବା ବେଳେ କଳା ବିଭାଗର ଛାତ୍ରୀ ସୁପ୍ରଭା ୯୦.୨୬ ପ୍ରତିଶତ ଓ ବାଣିଜ୍ୟ ବିଭାଗ ଛାତ୍ରୀ ଶକ୍ତିମୟୀ ୮୬.୩୦ ପ୍ରତିଶତ ମାର୍କ ରଖିଛନ୍ତି। ଏହି ୩ଜଣ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଚଳିତ ବର୍ଷ କଳାରେ ୮୯.୨ ପ୍ରତିଶତ, ବାଣିଜ୍ୟରେ ୯୦ପ୍ରତିଶତ ଓ ବିଜ୍ଞାନରେ ୯୩.୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି। କଳାରେ ୩୬୭ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ୩୪୨ଜଣ ପରୀକ୍ଷା ଦେଇଥିଲେ। ୨୬ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୨୩୭ଜଣ, ପ୍ରଥମଶ୍ରେଣୀରେ ୬୮ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୯ଜଣ ପାସ କରିଥିବା ବେଳେ ମୋଟ ୩୧୬ଜଣ ପାସ କରିଛନ୍ତି ଓ ୩୦ଜଣ ଫେଲ ହୋଇଛନ୍ତି। ସେଥିମଧ୍ୟରୁ ୭୨ଜଣ ଛାତ୍ର ଥିବା ବେଳେ ୨୪୨ଜଣ ଛାତ୍ରୀ ଅଛନ୍ତି। ବିଜ୍ଞାନ ବିଭାଗରେ ୩୭୪ଜଣ ପଞ୍ଜିକୃତ ହୋଇଥିବା ବେଳେ ୩୫୧ଜଣ ପରୀକ୍ଷା ଦେଇଥିଲେ। ୨୩ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୧୯୯ଜଣ, ପ୍ରଥମଶ୍ରେଣୀରେ ୯୮ଜଣ ପାସ କରିଥିବା ବେଳେ ମୋଟ ୩୩୨ଜଣ ପାସ କରିଛନ୍ତି ଏବଂ ୧୮ଜଣ ଫେଲ ହୋଇଛନ୍ତି। ସେଥିମଧ୍ୟରୁ ୧୭୨ଜଣ ଛାତ୍ର ଥିବା ବେଳେ ୧୬୧ଜଣ ଛାତ୍ରୀ ଅଛନ୍ତି। ସେହିଭଳି ବାଣିଜ୍ୟ ବିଭାଗରେ ୩୫୫ଜଣ ପଞ୍ଜିକୃତ ହୋଇଥିବା ବେଳେ ୩୧୯ଜଣ ପରୀକ୍ଷା ଦେଇଥିଲେ। ୩୬ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୯୦ଜଣ, ପ୍ରଥମଶ୍ରେଣୀରେ ୧୮୨ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୧୮ଜଣ ପାସ କରିଥିବା ବେଳେ ମୋଟ ୨୯୦ଜଣ ପାସ କରିଛନ୍ତି ଓ ୨୯ଜଣ ଫେଲ ହୋଇଛନ୍ତି। ସେଥିମଧ୍ୟରୁ ୧୯୮ଜଣ ଛାତ୍ର ଥିବା ବେଳେ ୯୨ଜଣ ଛାତ୍ରୀ ଅଛନ୍ତି। କଲେଜର ମୋଟ ୧୦୯୬ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ମୋଟ୧୦୧୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ୯୩୮ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। କଲେଜର ପାସହାର ୯୨.୮୭ ପ୍ରତିଶତ ହୋଇଥିବା ବେଳେ ସେଥିମଧ୍ୟରୁ ୪୪୨ଜଣ ଛାତ୍ର ଥିବା ବେଳେ ୪୯୫ଜଣ ଛାତ୍ରୀ ଅଛନ୍ତି। ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ନୋଚନ ଓ ସମ୍ବର୍ଦ୍ଧନା ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ବେହେରାଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ଅଶୋକ କୁମାର ଦାସ, ଉପ ପରୀକ୍ଷା ନିୟନ୍ତ୍ରକ ଡଃ. ଗୈାର ପ୍ରସାଦ ଷଡଙ୍ଗୀ, ପ୍ରାଧ୍ୟାପକ ରମାନାଥ ମହାନ୍ତି, ସହକାରୀ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ସୁରେଶ ଦାସ, ଡଃ. ଜ୍ଞାନୀନ୍ଦ୍ର ଦାଶ, ପ୍ରସାସନିକ ବର୍ସାର ମେଜର ମନୋରଞ୍ଜନ ମହାନ୍ତି, ଡଃ. ପ୍ରଭାକର ମଲ୍ଲିକ, ଡଃ. ରତ୍ନମଞ୍ଜରୀ ଦାଶ, ଡଃ. ରେବତି କର, ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ, ଡଃ. ସେକ ହବିବ ପ୍ରମୁଖ ଉପସ୍ଥିତ ଥିଲେ। ବିଗତ ୨୦୨୧ରେ କଲେଜର ମୋଟ ପାସହାର ୯୮.୫ ପ୍ରତିଶତ ହୋଇଥିବା ବେଳେ କଳାରେ ମୋଟ ୯୮.୩୩ ପ୍ରତିଶତ, ବିଜ୍ଞାନରେ ଶତ ପ୍ରତିଶତ ଓ ବାଣିଜ୍ୟରେ ୯୭ପ୍ରତିଶତ ପାସହାର ଥିଲା। ଚଳିତ ବର୍ଷ ପରୀକ୍ଷା ପୂର୍ବରୁ ନୂତନ ଆଇନ ପ୍ରଣୟନ ହୋଇଥିବା ବେଳେ ମଡେଲ ସିଲାବସରେ ପ୍ରଥମ କରି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି। ପୂର୍ବରୁ ଗୋଟିଏ ପେପରରେ ପାସ କରିବା ପାଇଁ ଅନ୍ୟୁନ୍ୟ ୩୩ ପ୍ରତିଶତ ମାର୍କ ରଖିବା ଆବଶ୍ୟକ ଥିବା ବେଳେ ଚଳିତ ବର୍ଷ ତାହା ୪୦ ପ୍ରତିଶତକୁ ବୃଦ୍ଧି ପାଇଛି। କରୋନା ମହାମାରୀ ଯୋଗୁଁ ଛାତ୍ରଛାତ୍ରୀମାନେ କଲେଜ ନଆସିବା ଏବଂ ଅନ୍‌ଲାଇନ କ୍ଲାସରେ ସଠିକ ଭାବେ ଅଂଶଗ୍ରହଣ କରି ନପାରିବା ସହ କେତେକ ପିଲା ଗୋଟିଏ ଗୋଟିଏ ପେପରରେ ପରୀକ୍ଷା ଦେଇନଥିବାରୁ ଚଳିତ ବର୍ଷ କଲେଜର ପାସହାର ହ୍ରାସ ପାଇଛି ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ବେହେରା କହିଛନ୍ତି।

ସେହିପରି କଳା ବିଭାଗର ଅର୍ଥନୀତି ସମ୍ମାନରେ ଅୟାଶା ବେଗମ ୨୩୧୬ ମାର୍କ ରଖି ବିଭାଗରେ ପ୍ରଥମ ହୋଇଥିବା ବେଳେ ଶିକ୍ଷାରେ ସୁପ୍ରଭା ପାତ୍ର ୨୩୪୭, ଇଂରାଜୀରେ ଅଙ୍କିତା କର ୨୧୨୧, ଭୂଗୋଳରେ ରଶ୍ମିତା ବେହେରା ୨୧୫୫, ହିନ୍ଦିରେ ମହିମା ମହେଶ୍ୱରୀ ନାୟକ ୨୨୦୭, ଇତିହାସରେ ପ୍ରଭାସିନୀ ମହାରଣା ୨୧୦୮, ଶିଳ୍ପ ସମାଜଶାସ୍ତ୍ରରେ ତାପସ କୁମାର ସାହୁ ୨୦୨୦, ଓଡିଆରେ ଲିଟଲରାଣୀ ମଲ୍ଲିକ ୨୧୮୮, ଦର୍ଶନଶାସ୍ତ୍ରରେ ରୋନାଲି ସ୍ୱାଇଁ ୧୯୬୮, ରାଜନୀତି ବିଜ୍ଞାନରେ ହରପ୍ରିୟା ମିଶ୍ର ୨୨୬୦, ମନୋବିଜ୍ଞାନରେ ପ୍ରତିଭା ବେହେରା ୨୧୦୦, ସଂସ୍କୃତରେ ଦିଧିତିମାଳିନୀ ଦାସ ୨୧୬୮, ସମାଜଶାସ୍ତ୍ରରେ ଜୟଶ୍ରୀ ମଣ୍ଡଳ ୨୧୫୦, ବାଣିଜ୍ୟରେ ଶକ୍ତିମୟୀ ପ୍ରଧାନ ୨୩୫୯, ବିଜ୍ଞାନ ବିଭାଗର ଉଦ୍ଭିଦ ବିଜ୍ଞାନ ସମ୍ମାନରେ ଇଭା ରାଜନନ୍ଦିନୀ ୨୩୫୯, ରସାୟନ ବିଜ୍ଞାନରେ ସତ୍ୟରଞ୍ଜନ କର ୨୩୮୨, କମ୍ପ୍ୟୁଟର ବିଜ୍ଞାନରେ ଲିପସା ଦାସ ୨୨୭୦, ଭୁତତ୍ୱ ବିଜ୍ଞାନରେ ଅବିନାଶ ମିଶ୍ର ୨୩୨୪, ଗଣିତରେ ମଧୁସ୍ମିତା ସାହୁ ୨୩୮୬, ପଦାର୍ଥ ବିଜ୍ଞାନରେ ବିସ୍ମୟ ରଞ୍ଜନ ନାୟକ ୨୩୮୪, ପରିସଂଖ୍ୟାନରେ ପ୍ରଜ୍ଞାପ୍ରିୟଦର୍ଶିନୀ ସାହୁ ୨୨୬୨ ଏବଂ ପ୍ରାଣୀବିଜ୍ଞାନ ସମ୍ମାନ ବିଭାଗରେ ବିଭୁ ପ୍ରସାଦ ଶତପଥୀ ପ୍ରଥମ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.