Home କେନ୍ଦ୍ରାପଡ଼ା କଲେଜ ଟପ୍ପର ବିଭୁ ପ୍ରସାଦଙ୍କ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ

କଲେଜ ଟପ୍ପର ବିଭୁ ପ୍ରସାଦଙ୍କ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ

30

କେନ୍ଦ୍ରାପଡା, ୧୩ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ବିଜ୍ଞାନ ବିଭାଗର ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ର ବିଭୁ ପ୍ରସାଦ ଶତପଥୀ ଚଳିତ ବର୍ଷ ମୋଟ ୨୬୦୦ମାର୍କରୁ ୨୪୧୧ମାର୍କ ଅର୍ଥାତ ୯୨.୭୩ ପ୍ରତିଶତ ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି। ମାଟ୍ରିକ ଏବଂ +୨ବିଜ୍ଞାନ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ବିଭୁ ହେଉଛନ୍ତି ଜଣେ ମେଧାବୀ ଛାତ୍ର। ସେ ହେଉଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ଗ୍ରାମର ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଶତପଥୀ ଓ ଚନ୍ଦନା ଶତପଥୀଙ୍କ ପୁତ୍ର। ବିଭୁଙ୍କ ପିତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ହୋଇଥିବା ବେଳେ ମା’ ଜଣେ ଗୃହିଣୀ ଅଟନ୍ତି। ବିଭୁଙ୍କ ବଡ ଭଉଣୀ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି। ଗବେଷଣା କରିବା ସହିତ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି ବିଭୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.