Home Coronavirus Outbreak କେନ୍ଦ୍ରାପଡା ସାନ୍ଧ୍ୟ କଲେଜରେ ୧ଶହ ୩୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ଗୃହ

କେନ୍ଦ୍ରାପଡା ସାନ୍ଧ୍ୟ କଲେଜରେ ୧ଶହ ୩୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ଗୃହ

112

କେନ୍ଦ୍ରାପଡା ୧୩/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ କୋଭିଡ – ୧୯ ର ମୁକାବିଲା ପାଇଁ ଏକଶହ ୩୦ ଶଯ୍ୟା ବିଶିଷ୍ଟ ଅସ୍ଥାଇ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି। କିନ୍ତୁ ସେହି ଅସ୍ଥାଇ ସ୍ୱାସ୍ଥ୍ୟ କେନ୍ଦ୍ର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇନଥିବା ଦେଖିବାକୁ ମିଳିଛି। ସେଥିପ୍ରତି ପ୍ରଶାସନ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କୈାଣସି ଅଧିକାରୀଙ୍କ ଦୃଷ୍ଟି ନଥିବାର ଦେଖିବାକୁ ମିଳିଛି। ସେହି ଅସ୍ଥାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶଯ୍ୟା ଗୁଡିକ ସଠିକ ଦ୍ୱରତାରେ ପଡିନଥିବା ସହ କେତେକ ଖଟ ଉପରେ ଗଦି ପଡିନଥିବା ମଧ୍ୟ ଦେଖିବାକୁ ମିଳିଛି। ଏଥିସହିତ ସଂପୃକ୍ତ ଗୃହ ଗୁଡିକ ସଫେଇ ହୋଇନଥିବାର ମଧ୍ୟ ଦେଖାଯାଇଛି। ସେହି ଗୃହ ଗୁଡିକରେ କେବଳ ଶଯ୍ୟା ଗୁଡିକ ଅସଜଡା ଭାବରେ ପଡିଥିବା ବେଳେ ଗୃହରେ ଆବଶ୍ୟକୀୟ ଉପକରଣ ରଖାଯାଇନଥିବାର ଦେଖିବାକୁ ମିଳିଛି। ସୋମବାର ଅପରାହ୍ନ ପ୍ରାୟ ୨ଟା ସମୟରେ ସେହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟୀତ୍ୱରେ ଥିବା ଡା. ବାଦଲଙ୍କ ସମେତ ଷ୍ଟାଫନର୍ସ, ଫାର୍ମାସିଷ୍ଟ, ହେଲପ ଡେସ୍କ କର୍ମଚାରୀ ଓ ସୁରକ୍ଷା କର୍ମୀ ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ଜରୁରୀ ଆବଶ୍ୟକ ପଡିଲେ ପ୍ରସ୍ତୁତ ହୋଇନଥିବା ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଭଳି ଆଇସୋଲେସନରେ କରୋନା ସନ୍ଦିଗ୍ଧ ଲୋକମାନଙ୍କୁ ରଖାଯିବ ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି। ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟୀତ୍ୱରେ ଏକ ଜିଲ୍ଲା ସ୍ତରୀୟ କମିଟି ରହିଛି। ସିଡିଏମଓ ଡା.ଉର୍ମିଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଏଡିଏମଓ(ମେଡିକାଲ) ଡା. କିଶୋର କୁମାର ଆଚାର୍ଯ୍ୟ, ଏଡିଏମଓ(ଜନସ୍ୱାସ୍ଥ୍ୟ) ଡା. ମିର୍ଜାବାବର ବେଗ, ଏଡିଏମଓ(ପରିବାର କଲ୍ୟାଣ) ଡା.ସଚିଦାନନ୍ଦ ମିଶ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରକାଶ ଚନ୍ଦ୍ର ବାନାର୍ଜୀ ରହିଥିବା ବେଳେ କୈାଣସି ଅଧିକାରୀ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିନଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.