Home Coronavirus Outbreak କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପ

କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପ

331

କେନ୍ଦ୍ରାପଡା (ଓଡ଼ିଆ ପୁଅ) :- କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ବରିତ ପଦକ୍ଷେପ ମାନ ଗ୍ରହଣ କରାଯାଇ ଅଛି। ଅାଜିସୁଧା ଜିଲ୍ଲାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୪୨୯୬୧ ଛାତ୍ରଛାତ୍ରୀଂକୁ ମଧ୍ୟାନ ଭୋଜନର ଶୁଖିଲା ଖାଦ୍ୟ କୁପନ୍ ବଣ୍ଟନ କରାଯାଇଅଛି। ଜିଲ୍ଲାର ସମସ୍ତ୨୪୯ଟି ଗ୍ରାମପଂଚାୟତରେ ୨୮୩ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇ ୧୨୫୮୮ଗୋଟି ଶଯ୍ୟା ପ୍ରସ୍ତୁତ କରାଯାଇଅଛି। ସେହିପରି କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌରାନ୍ଚଳରେ ୧୩ ଗୋଟି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୫୮୨ଗୋଟି ଶଯ୍ୟା ପ୍ରସ୍ତୁତ କରାଯାଇଅଛି। କରୋନା ରୋଗୀ ମାନଂକର ସ୍ବାସ୍ଥ୍ୟ ସେବାପାଇଂ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ୩୦୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବାବେଳେ ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୬୦ଟି , ସରକାରୀ ପଲିଟେକ୍ନିକ୍, ଛତାରେ ୨୬୦ଟି ଓ ପଟ୍ଟାମୁଣ୍ଡାଇ ଓ:ବି:ସି ଛାତ୍ରାବାସରେ ୧୫୦ଟି , କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ୧୩୦ ଗୋଟି କୋଭିଡ଼ ଶଯ୍ୟା ପ୍ରସ୍ତୁତ କରାଯାଇଅଛି। ଖାଦ୍ୟ ସୁରକ୍ଷାଯୋଜନାରେ ଅାଜିସୁଧା ଜିଲ୍ଲାର ୧୦୯୦୭୯୮ହିତାଧିକାରୀଂକୁ ସେମାନଂକର ଏକକାଳୀନ ୩ମାସର ଚାଉଳ ବଣ୍ଟନକରାଯାଇଛି। ବିଦେଶରୁ ଆସିଥିବା ଜିଲ୍ଲାର ୫୮୯ ଜଣ ପଂଜୀକୃତ ହୋଇଥିବାବେଳେ ରାଜ୍ୟ ବାହାରୁ ଆସିଥିବା ୮୮୯୦ ଜଣଂକୁ ଅାଜିସୁଧା ପଂଜିକୃତ କରାଯାଇଛି। ତାଲାବନ୍ଦ ଆଇନ ଉଲଂଘନ କରିଥିବାରୁ ୭୭ଗୋଟି ମାମଲା ରୁଜୁକରାଯାଇ ୧୩୧ଜଣ ଅଭିଯୁକ୍ତଂକ ନାମରେ କେଶସହ ୬୬ ଗୋଟି ବାଇକ, ୧୦ଗୋଟି ୪ ଚକିଆ ଓ ୨ ଗୋଟି ଅଟୋରିକ୍ସା ଜବତ୍ କରାଯାଇଛି ଏବଂ ୭୨୫୦୦ ଟଂକା ଜୋରିମାନା ଆଦାୟ କରାଯାଇଅଛି। କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ପୌରାନ୍ଚଳର ୩୭୭ ଜଣ ପଂଜିକୃତ ରାସ୍ତାକଡ଼ ଉଠାଦୋକାନୀଂକୁ ୩୦୦୦ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ୍ କରାଯାଇଛି। ଜିଲାର ୪୮୭୬୭ଜଣ ପଂଜୀକୃତ ନିର୍ମାଣ ଶ୍ରମିକକୁ ୧୫୦୦ ଟଂକା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଂକର ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନସହ ସାମାଜିକ ଦୁରତ୍ବ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଜନସାଧାରଣଂକ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ Phone No.8763349438 ଉପଲବ୍ଧ କରା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.