Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଜିଲ୍ଲା ସଚେତନ ନଗରିକ ମଞ୍ଚର ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋରଧରିଲା

କେନ୍ଦ୍ରାପଡା ଜିଲ୍ଲା ସଚେତନ ନଗରିକ ମଞ୍ଚର ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋରଧରିଲା

57

କେନ୍ଦ୍ରାପଡ଼ା, ୧ା୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍‌ପିଟାଲ ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି। ଜିଲ୍ଲା ସଚେତନ ନାଗରିକ ମଞ୍ଚ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲାର ବିଭିନ୍ନ ଛାମୁଆ ସଂଗଠନର ନେତୃମଣ୍ଡଳୀ ଯୋଗ ଦେଇ ଦାବିକୁ ସମର୍ଥନ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଶତାଧିକ ନାଗରୀକ ଶ୍ରୀବଳଦେବଜୀୟୁ ମନ୍ଦିର ସମ୍ମୁଖରେ ଦୀପଦାନ କରି ଏକ ବାଇକ ଶୋଭାଯାତ୍ରାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିର ସ୍ଲୋଗାନ ଦେଇ ସହର ପରିକ୍ରମା କରି ସଭାସ୍ଥଲରେ ପହଞ୍ôଚଥିଲେ। କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଞ୍ଚ ସଭାପତି ପ୍ରତାପ ମହାପାତ୍ରଙ୍କ ନିବେଦନ କ୍ରମେ ପୂର୍ବତନ ନଗରପାଳ ଆଇନଜୀବୀ ବିଜୟ କୃଷ୍ଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମଞ୍ଚ ସାଧାରଣ ସମ୍ପାଦକ ଇଂ ସୈାମ୍ୟରଞ୍ଜନ ବିଶ୍ୱାଳ ଆନ୍ଦୋଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ମଞ୍ଚ ଉପଦେଷ୍ଟା ହଳଧର ଦାଶ, ଭଜକୃଷ୍ଣ ରାଉତ ଓ ପରେଶ ଦାସ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ। କଂଗ୍ରେସ ନେତା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଫକିର ଚରଣ ଖଟୁଆ, ଶରତ ବେହୁରା, କେନ୍ଦ୍ରାପଡା ବିକାଶ ସାମୁଖ୍ୟ ସମ୍ପାଦକ ଶିକ୍ଷାବିତ୍ ଅଜୟ ସାମଲ, ଜିଲ୍ଲା ଓକିଲ ସଂଘ ସଭାପତି ସରୋଜରାଜ ସିଂ, ଆଇଏନଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ, ସି.ପି.ଆଇ.ର ଜିଲ୍ଲା ସଏଭାପତି ରମଣୀରଞ୍ଜନ ରାଉତରାୟ, ସିପିଏମ ନେତା ଗୟାଧର ଧଳ, କୃଷକ ନେତା ଶରତ ମିଶ୍ର, ଆଇନଜୀବୀ ଅକ୍ଷୟ ମହାନ୍ତି, ଶିକ୍ଷକ ନେତା ପ୍ରଣବ କୁମାର ଜେନା, ଗଣେଶ୍ୱର ନାୟକ ପ୍ରମୁଖ ଆନ୍ଦୋଳନଙ୍କୁ ତିବ୍ର କରି ହକ ଆଦାୟ କରିବାକୁ ଆହ୍ୱାନ ଦେଇଥିଲେ। ସବୁ ସ୍ତରରେ ଏହି ଆନ୍ଦୋଳନକୁ ପହଞ୍ଚାଇବାକୁ ମତାମତ ଦେଇଥିଲେ। ବିଜେଡି ନେତା ଆଇନଜୀବୀ ଦେବଦାସ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଜିଲ୍ଲାର ପାଞ୍ଚଜଣ ବିଧାୟକ, ସାଂସଦ, ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଗତ ରାଜ୍ୟ ବିଜେଡି ପରିଷଦରେ କେନ୍ଦ୍ରାପଡ଼ା ଜିଲାରେ ମେଡିକାଲ କଲେଜ ଓ ହସ୍‌ପିଟାଲ ପ୍ରତିଷ୍ଠା କରିବା ପାଇଁ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନ୍‌ଜୀବୀ ବିଧୁଭୂଷର ମହାପାତ୍ର, ଅଧ୍ୟାପକ କ୍ଷିତୀଶ ସିଂ, ଶିକ୍ଷକ ନେତା ପ୍ରତାପ ନାୟକ, ବିଜେପି ନେତା ଅମୀୟ ପରିଜା, ଭାଗିରଥୀ ଜେନା, ସୁକାନ୍ତ ଦ୍ୱିବେଦୀ, ରମେଶ ଚନ୍ଦ୍ର ସାହୁ, ଖଗେଶ୍ୱର ଲେଙ୍କା, ନାରାୟଣ ପଣ୍ଡା, ସାଗରିକା ଦାସ ପ୍ରମୁଖ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ମତବ୍ୟକ୍ତ କରିଥିଲେ। ଆଇନ୍‌ଜୀବୀ ନୃସିଂହ ରାଉତ, ପୂର୍ବତନ ପୌର କାଉନସିଲର ହିଜବୁର ରହେମାନ, ସମାଜସେବୀ ବିପଦ ଭଞ୍ଜନ ଦାସ, ଗୌତମ ସାହୁ, ବଳଦେବ ସେନା ସଭାପତି ପପୁନି ସ୍ୱାଇଁ, ସରୋଜକାନ୍ତ ସାହୁ, ମଞ୍ଚ ସଦସ୍ୟ ଅଭିମନ୍ୟୁ ରାଉତ, ଉମାକାନ୍ତ ଦାସ, ମରୁତ ସ୍ୱାଇଁ, ନୀଳକଣ୍ଠ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.