Home ଅପରାଧ କେନ୍ଦ୍ରାପଡ଼ାରେ ପୁଣି ପୋଲିସର ଏନକାଉଣ୍ଟର

କେନ୍ଦ୍ରାପଡ଼ାରେ ପୁଣି ପୋଲିସର ଏନକାଉଣ୍ଟର

112

କେନ୍ଦ୍ରାପଡ଼ା,୦୫/୧୦,(ଓଡ଼ିଆ ପୁଅ ପି ନାଏକ): କେନ୍ଦ୍ରାପଡାରେ ପୁଣି ପୁଲିସ କରିଛି ଏନ୍‌କାଉଣ୍ଟର । ଫଳରେ ପୋଲିସ ଗୁଳିରେ ଦୁଇ ଅପରାଧୀ ଅନନ୍ତ ପ୍ରସାଦ ଜେନା ଓ ପ୍ରଭାତ ନାୟକ ଆହତ ହୋଇଛନ୍ତି ।  ଏନକାଉଣ୍ଟର ପରେ ପ୍ରଥମେ  ଉଭୟଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପୁଲିସର ସୂଚନା ଅନୁସାରେ,  ଅନନ୍ତର ଦୁଇ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରଭାତର ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି ।

ଗତକାଲି ରାତିରେ ଅନନ୍ତ ଓ ପ୍ରଭାତଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା କରିଥିଲା ।  ମାତ୍ର  ଉଭୟ ପୋଲିସକୁ ଚକମା ଦେଇ ଫେରାର୍ ହୋଇଯିବାକୁ ଚେଷ୍ଟା କରିଥିଲେ । ବାଧ୍ୟ ହୋଇ  ପୋଲିସ ଦୁଇ ଅପରାଧୀଙ୍କ ଉପରକୁ ଗୁଳି ଚଳାଇଲା । ତେବେ ଏମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଦୁଇଟି ମୋବାଇଲ ଫୋନ୍ ଓ ଗୋଟିଏ ନମ୍ଵରବିହୀନ ପଲସର୍ ଜବତ ହେବା ସହ ଏମାନଙ୍କ ନାମରେ ଡକାୟତି, ଦାଦା ବଟି ଆଦାୟ, ହତ୍ୟା, ରାହାଜାନି, ଅପହରଣ ଭଳି ୧୫ରୁ ଅଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.