Home ଜିଲ୍ଲା ପରିକ୍ରମା କେନ୍ଦ୍ରସରକାରଙ୍କ କୃଷକ ଆଇନ ନୀତିକୁ ବିରୋଧକରି ଜିଲ୍ଲା କୃଷକ ମିଳିତ ସଂଘ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ

କେନ୍ଦ୍ରସରକାରଙ୍କ କୃଷକ ଆଇନ ନୀତିକୁ ବିରୋଧକରି ଜିଲ୍ଲା କୃଷକ ମିଳିତ ସଂଘ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ

25

ମାଲକାନଗିରି,୬ା୨(ଓଡିଆ ପୁଅ )ନୂତନ କୃଷକ ଆଇନକୁ ବିରୋଧ କରି ଆଜି ଜିଲ୍ଲା କୃଷକ ,ଶ୍ରମିକ ମିଳିତ ସଂଓ,ରାଷ୍ଠ୍ରିୟ କିଷାନ ମଜଦୂର ମହା ସଂଘ,ସଂଯୁକ୍ତ କିଷାନ ମୋର୍ଚା ପକ୍ଷରୁ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । କେନ୍ଦ୍ରସରକାରଙ୍କ ଦ୍ୱାରା ସଂଶୋଧନ କରାଯାଇଥିବା କୃଷକ ବିଧେୟକ-୨୦୨୦,ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫ ସଂଶୋଧନ ତଥା ବିଦ୍ୟୁତ ଆଇନ୨୦୨୦ ବିରୋଧରେ ପ୍ରତିବାଦ ସହ ଆନ୍ଦୋଳନ କରାଯାଇଥିଲା । ଚାଷୀଙ୍କ ଠାରୁ ମଣ୍ଡିରେ ଧାନ କ୍ରୟ କରିବା, ଶ୍ରମିକ ମାନଙ୍କ ଦୈନିକ ମଜୂରୀ ୭ଶହଟଙ୍କୁ ବୃଦ୍ଧିକରିବା,ଶିକ୍ଷା,ସ୍ୱାସ୍ଥ୍ୟ,ବିଜୁଳିକୁ ଘରୋଇକରଣ ବନ୍ଦ କର,ଆଦିବାସୀ,ଅଣଆଦିବାସୀଙ୍କୁ ଜଙ୍ଗଲ ଜମି ପଟାଦିଆଯିବା ସହ ଅନ୍ୟାନ ଦାବିକରି ମାଲକାନଗିରି ମୋଟୁ ଜାତୀୟ ରାଜପଥ ବାଲିମେଳା ଛକ ଠାରେ ରାସ୍ତାରୋକ ଆନ୍ଦୋଳନକରିଥିଲେ । ଏହି ରାସ୍ତାରୋକ ଆନ୍ଦୋଳ ହେବା ଦ୍ୱାରା ରାସ୍ତାର ଅଭୟ ପାଶ୍ୱର୍ରେ ପ୍ରାୟ ୩ଘଟାଂରୁ ଉର୍ଦ୍ଦ ସମୟ ଧରି ଯାନବହାନ ଅଟକିରହିଥିଲା । ପରେ ପୁଲିସଘଟଣା ସ୍ଥଳରେ ପହଁଚି ରାସ୍ତା ଅବରୋଧ ହଟାଇବାରୁ ଯାନବାହନ ଚଳାଚଳ କରିଥିଲା । କୃଷିଜାତ ସାମଗ୍ରୀର ସବ ର୍ନିମ୍ମ ସହାୟକ ମୂଲ୍ୟ ନିର୍ଦ୍ଦାରଣ ନିୟନ୍ତ୍ରଣ ମୁକ୍ତ ହେବ,ଇ-ମାର୍କେଟ ନାମରେ ମଣ୍ଡି ବ୍ୟବସ୍ଥା ବିଲୋପ ହେବ,ଚାଷୀ ନିଜ ଫସଲ ପାଇଁ ମୂଲ୍ୟଧାର୍ଯ୍ୟ କରିପାରିବା ନାହିଁ,ଏହା ଦ୍ୱାରା ବ୍ୟବସାୟୀ ମାନେ ଲାଭବାନହେବେ,ଅତ୍ୟବଶ୍ୟକୀୟ ସାମଗ୍ରୀ ଆଇନ-୧୯୫୫ ସଂଶୋଧନ ଯୋଗୁଁ ଆଳୁ, ପିଆଜ,ଡାଲି, ଚାଉଳ ଭଳି ଅନେକ ଖାଦ୍ୟ ସାମଗ୍ରୀ ଅତ୍ୟାବଶ୍ୟକୀୟ ତାଲିକାରୁ ବାଦପଡିବ,ଫଳରେ ସାଧରାଣ ଖାଉଟି ଅସୁବିବାଧର ସମ୍ମୁଖିନ ହେଉଥିବା ବେଳେ ଲାଭଖୋର ବ୍ୟବସାୟୀ ମାନେ ମାଲ ଗଛିତ ରଖି ଲାଭବାନ ହେବେ । ଏହା ଦ୍ୱାରା ଲୋକମାନଙ୍କ ଆର୍ଥିକ ମାନଦଣ୍ଡ ଭୁଷୁଡି ପଡିବ,ଏଣୁ ସରକାର ତୁରନ୍ତ ଏହି ବିଲ ପ୍ରତ୍ୟହାର କରିବା ପାଇଁ ଆଜି ଜିଲ୍ଲା କୃଷକ ଶ୍ରମିକ ମିଳିତ ସଂଘ ପକ୍ଷରୁ କୋଭିଡ ନିୟମ ମାନି ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷାକରି କିଷାନ ସଂଘର୍ଷ ସମନ୍ୱୟ ସମିତି ର କର୍ମକର୍ତା ମାନେ ମାଲକାନଗିରି କୋର୍ଟ ଛକ ଠାରୁ ସ୍ଲୋଗାନପକାଇ ବାଲିମେଳା ଛକ ଠାରେ ରାସ୍ତାରୋକ କରି ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ଓ ରାସ୍ତା ରୋକରେ ଅନ୍ୟାନମାନଙ୍କ ମଧ୍ୟରେ ଜିଲ୍ଲାଆଦିବାସୀ ସଂଘ ସଭାପତି ବାଲରାଜ ଗେମେଲ,ଜିଲ୍ଲା ଏସି,ଏସଟି,ଓବିସି ସଂଘ ସଭାପତି ଘେନୁମୁଦୁଲି,ସୋନୁ ଅନୁଗୁ,ପ୍ରମୁଖ କୃଷକ ନେତା ଓ କର୍ମୀ,ଚାଷୀମାନେ ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.