Home କେନ୍ଦୁଝର କେନ୍ଦୁଝର: ସରକାରଙ୍କ ସହ ଏମଓୟୁକୁ ମାନୁ ନାହିଁ କମ୍ପାନୀ:ବନ୍ଦ ହେବ ଏସଆର୍ ଆଇଟିଆଇ:ଆନ୍ଦୋଳନକୁ ଓହ୍ଲାଇବ ବିଜେପି

କେନ୍ଦୁଝର: ସରକାରଙ୍କ ସହ ଏମଓୟୁକୁ ମାନୁ ନାହିଁ କମ୍ପାନୀ:ବନ୍ଦ ହେବ ଏସଆର୍ ଆଇଟିଆଇ:ଆନ୍ଦୋଳନକୁ ଓହ୍ଲାଇବ ବିଜେପି

51

କେନ୍ଦୁଝର, ୧୬ ଡିସେମ୍ବର (ଓଡ଼ିଆ ପୁଅ/ବିଭୂତିଭୂଷଣ ପଟ୍ଟନାୟକ) ପ୍ରତ୍ୟେକ ବ୍ଲକରେ ଗୋଟିଏ ଗୋଟିଏ ଆଇ.ଟି.ଆଇ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିବା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଏକ ଆଇଟିଆଇ ଖୋଲିବା ପାଇଁ ସରକାରଙ୍କ ସହ ଏସାର ଷ୍ଟିଲ ଓଡିଶା ଲିଃଙ୍କର ଚୁକ୍ତି ହୋଇଥିଲା। ବୈଷୟିକ ଶିକ୍ଷା ଗ୍ରାମାଚଂଳରେ ଅପହଂଚଞ୍ଚ ଥିବା କାରଣରୁ ୨୦୧୦ ମସିହାରେ ପ୍ରତ୍ୟେକ ବ୍ଲକରେ ଆଇଟିଆଇ ଖୋଲିବା ପାଇଁ ସରକାର ଯୋଜନା କରିଥିଲେ। ଯୋଡା ବ୍ଲକ ଦୁବୁନାଠାରେ ଏସାର କମ୍ପାନୀ ଏକ ବେନିଫିକେସନ ପ୍ଲାଟଂଣ୍ଟ ପ୍ରତିଷ୍ଠା ଏବଂ ପାରାଦୀପ ଠାରେ ୧୨ ମିଲିୟନ ଟନ ସମନ୍ନିତ ଷ୍ଟିଲ ପ୍ଲାଟଂ ପ୍ରତିଷ୍ଠା ହୋଇଥିଲା। କାରଖାନା ପ୍ରତିଷ୍ଠା ପରେ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ କମ୍ପାନୀ ସହ ଆଇଟିଆଇ ପାଇଁ ଏମଓୟୁ କରିଥିଲା। ଏମଓୟୁ ପରେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ମୁଖ୍ୟାଳୟରେ ୦୯ ଜୁଲାଇ ୨୦୧୦ରେ ଏସାର ପ୍ରାଇଭେଟ ଲିଃ ଇଲେଟ୍ରିକାଲ ଟ୍ରେଡର ୪୨ଜଣ ଛାତ୍ରଛାତ୍ରୀ ୨ବର୍ଷିୟା ତାଲିମ ନେଉଥିଲେ। ଷ୍ଟେଟ କାଉନସିଲ ଫର ଟେକନିକାଲ ଏଜୁକେଶନ ଏଣ୍ଡ ଭୋକେସନାଲ ଟ୍ରେନିଂ ପକ୍ଷରୁ ୨୦୧୨ମସିହା ଡିସେମ୍ବର ୧୧ତାରିଖରେ ଏହି ଆଇଟିଆଇକୁ ଆଫିଲେସନ ମିଳିଥିଲା। ଏହାପରେ ଟ୍ରେନିଂ ପାଇଁ ସମସ୍ତ ଭିତିଭୂମି ପ୍ରସ୍ତୁତ କରାଯାଇଥିଲା। ଏହି ଆଇଟିଆଇରେ କମ୍ପାନୀର ବିସ୍ଥାପିତ ଲୋକଙ୍କ ପୁଅ/ଝିଅମାନେ ମାଗଣାରେ ଆଇଟିଆଇ ଟ୍ରେନିଂ ନେଉଥିବା ବେଳେ ତେଲକୋଇ ବ୍ଲକ ଅଂଚଳର ଛାତ୍ରଛାତ୍ରୀମାନେ ମଧ୍ୟ ଖୁବ୍ କମ୍ ଅର୍ଥରେ ବୈଷୟିକ ଶିକ୍ଷା ଗ୍ରହଣ କରୁଥିଲେ। ଏପରିକି ହଷ୍ଟେଲ ବ୍ୟବସ୍ଥା ମଧ୍ୟ ରହିଥିଲା। ପ୍ରତ୍ୟେକ ବର୍ଷ କୃତୀତ୍ୱ ସହ ଉତୀର୍ଣ୍ଣ ଛାତ୍ର ଏସାର ଷ୍ଟିଲ ସମେତ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଉଥିଲେ। ଆଦିବାସୀ ଅଧ୍ୟୁଷିତ ତେଲକୋଇ ବ୍ଲକରେ ଏହି ବୈଷୟିକ ତାଲିମ କେନ୍ଦ୍ର ଅନେକ ଛାତ୍ରଛାତ୍ରୀଙ୍କ ଆଶାର ଆଲୋକ ପାଲଟିଥିଲା। ମାତ୍ର ଏସାର ଷ୍ଟିଲ ଓଡିଶାକୁ ଆର୍ସେଲର ମିତଲ-ନିପନ ଷ୍ଟିଲ ଅଧିଗ୍ରହଣ କରିବା ପରେ ଏହି ଆଇଟିଆଇକୁ ବନ୍ଦ କରିବାକୁ କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି। ଦୀର୍ଘ ୮ବର୍ଷ ଧରି ସରକାରଙ୍କ ଏମ୍ଓୟୁ ଅନୁସାରେ ଚାଲିଥିବା ଆଇଟିଆଇ ହଠାତ୍ ବନ୍ଦ କରିବା ନିଷ୍ପତି ପରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ତୀବ୍ର ହୋଇଛି। ଆଇଟିଆଇ ବନ୍ଦ ହେବାକୁ ଯାଉଥିବାରୁ ଆସନ୍ତା ବର୍ଷଠାରୁ ଆଡମିଶନ କରାଯିବ ନାହିଁ। ଏଠାରେ କମ୍ପାନୀମାନେ ଶିଳ୍ପ ଆରମ୍ଭ ପୂର୍ବରୁ ଏମଓୟୁ କରୁଛନ୍ତି ଏବଂ ଶିଳ୍ପ ହେବାର କିଛି ବର୍ଷ ପରେ ଏମଓୟୁକୁ ନମାନି ଆଇଟିଆଇ ବନ୍ଦ କରିଦେଉଛନ୍ତି। ଯଦ୍ୱାରା ଜିଲ୍ଲାରେ ଶିଳ୍ପ ବିରୋଧି ମନୋଭାବ ବଢିବା ସ୍ୱ୍‌ଭଭାବିକ ହୋଇଛି। ଏବେ ଏହି ଆଇଟିଆଇରେ ବନ୍ଦ ପରେ ସ୍ଥାନୀୟ ଲୋକ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବଂ ଏହାକୁ ବନ୍ଦ ନ କରିବାକୁ ସେମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ୨୧ଜଣ ଛାତ୍ରଛାତ୍ରୀ ଆଇଟିଆଇ ରେ ତାଲିମ ନେଉଛନ୍ତି। ଆସନ୍ତା ବର୍ଷଠାରୁ ଆଇଟିଆଇ ବନ୍ଦ ହେଉଥିବା କାରଣରୁ ବେକାର ଯୁବକ/ଯୁବତୀ ଟ୍ରେନିଂରୁ ବଂଚିତ ହେବା ନିଶ୍ଚିତ। ଶିଳ୍ପ ବିଭାଗ ସହ ହୋଇଥିବା ଏମ୍ଓୟୁର ସର୍ତନୁଯାୟୀ ଆଇଟିଆଇକୁ ପ୍ରଶାସନ ପକ୍ଷରୁ ଜମି ସହ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ଅନୁରୁପ ତେଲକୋଇ ତହସିଲର ଜଗମୋହନପୁର ଠାରେ ୨.୫ଏକର ଜମି ଯୋଗାଇ ଦିଆଯାଇଥିଲା। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଏଠାରେ ସ୍ଥାୟୀ ଆଇଟିଆଇ ସ୍ଥାପନ ନକରି ଭଡା ଘରେ ଚଲାଇଥିଲା। ରାଜ୍ୟ ସରକାରଙ୍କ ସହ ଏମଓୟୁ ପରେ ଷ୍ଟେଟ କାଉନସିଲ ଫର ଟେକନିକାଲ ଏଜୁକେସନ ଏଣ୍ଡ ଭୋକେସନାଲ ଟ୍ରେନିଂ ଠାରୁ କମ୍ପାନୀ ଆଇଟିଆଇ ପାଇିଂ ମଞ୍ଜୁର ପାଇଥିଲା। ଅତିକମ୍‌ରେ ୨ଟି ଟ୍ରେଡ ଖୋଲାଯାଇ ନଥିବାରୁ ନ୍ୟାସନାଲ କାଉନସିଲ ଅଫ ଭୋକେସନାଲ ଟ୍ରେନିଂ (ଏନସିଭିଟି) ମଞ୍ଜୁର ମିଳିନଥିଲା। ଏଥିପାଇଁ କମ୍ପାନୀ ମଧ୍ୟ ଆଗ୍ରହ ଦେଖାଇନଥିଲା। ଏବେ ଏହି ତାଲିମ କେନ୍ଦ୍ରକୁ ବନ୍ଦ କରିବାକୁ କମ୍ପାନୀ ନିଷ୍ପତି ନେଇଛି। ଅନ୍ୟ ପକ୍ଷରେ ତାଲିମ ଦେବା ପାଇଁ ଯେଉଁ ସରକାରୀ ଅନୁମୋଦନ ଆବଶ୍ୟକ ହୋଇଥାଏ ତାହା ୨୦୨୦ରେ ସଂପୂର୍ଣ୍ଣ ହୋଇଯାଉଥିଲେ ମଧ୍ୟ ପୁନଃ ଆବେଦନ କରାଯାଇ ନାହିଁ। ଛାତ୍ରଛାତ୍ରୀଙ୍କୁ ତାଲିମ ଦେବା ପାଇଁ ଜୁଲାଇ ଓ ଅଗଷ୍ଟ ମାସରେ ଆଡମିଶନ ଗ୍ରହଣ କରାଯାଉଥିବା ବେଳେ ଏ ବର୍ଷ ନୂତନ ଆଡମିଶନ ବନ୍ଦ ରହିଛି। ଅଦ୍ୟବଧି ଏହି ତାଲିମ କେନ୍ଦ୍ରରୁ ୧୪୭ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉର୍ତ୍ତୀଣ୍ଣ ହୋଇଛନ୍ତି। ଆଇଟିଆଇରେ ବର୍ତମାନ ୨ଜଣ ଇଲେଟ୍ରିକ୍ାଲ ଇନଷ୍ଟକଟର, ଜଣେ ଡ୍ରଇଁ ଇନଷ୍ଟକଟର, ୨ଜଣ ସିକ୍ୟୁରିଟି ଗାର୍ଡ, ଜଣେ କିରାଣୀ କାର୍ଯ୍ୟରତ ଅଛନ୍ତି। ଦୀର୍ଘ ବର୍ଷ କାମ କରିବା ପରେ ଏବେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ଆଦିବାସୀ ଅଧ୍ୟୁଷିତ ତେଲକୋଇ ବ୍ଲକରେ ପ୍ରତିଷ୍ଠା ହୋଇଥିବା ଆଇଟିଆଇ ବନ୍ଦ କରାଗଲେ ବିଜେପି ଦଳ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.