Home ଓଡ଼ିଶା ଉମାମହେଶ୍ୱର ରାଓ ଭାରତୀୟ ଭାଷା ବୈଜ୍ଞାନିକ ସମାଜର ସଭାପତି ଓଡ଼ିଶାରୁ ପ୍ରଫେସର ବିବୁଧେନ୍ଦ୍ର ଓ ବିଶ୍ୱନନ୍ଦନ...

ଉମାମହେଶ୍ୱର ରାଓ ଭାରତୀୟ ଭାଷା ବୈଜ୍ଞାନିକ ସମାଜର ସଭାପତି ଓଡ଼ିଶାରୁ ପ୍ରଫେସର ବିବୁଧେନ୍ଦ୍ର ଓ ବିଶ୍ୱନନ୍ଦନ ନିର୍ବାଚିତ

110

ପୁଣେ, ୧୬।୧୨ (ଓଡ଼ିଆ ପୁଅ) : ମହାରାଷ୍ଟ୍ରର ପୁଣେ ସ୍ଥିତ ‘ଭାରତୀୟ ଭାଷା ବୈଜ୍ଞାନିକ ସମାଜ’ ଲିଙ୍ଗୁଇଷ୍ଟିକ୍ସ ସୋସାଇଟି ଅଫ୍ ଇଣ୍ଡିଆର ନିର୍ବାଚନ ଫଳାଫଳ ୨୦୨୧-୨୩ ବର୍ଷ ନିମନ୍ତେ ଘୋଷିତ ହୋଇଛି। ଦେଶବିଦେଶରେ ଥିବା ଏହାର ସଦସ୍ୟମାନଙ୍କଦ୍ୱାରା ହୋଇଥିବା ଏହି ନିର୍ବାଚନରେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏମିରଟ ପ୍ରଫେସର ଉମାମହେଶ୍ୱର ରାଓ ସର୍ବାଧିକ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାରତ ସରକାରଙ୍କ ଭାଷା ପରାମର୍ଶଦାତା ପ୍ରଫେସର କପିଳ କାପୁରଙ୍କୁ ପରାସ୍ତ କରି ଏହି ବିଶ୍ୱସ୍ତରୀୟ ଅନୁଷ୍ଠାନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାର ବିଶିଷ୍ଟ ଭାଷା ବିଶେଷଜ୍ଞ ପ୍ରଫେସର ବିଭୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ପ୍ରକାଶନ ଓ ସମ୍ପାଦନା ମଣ୍ଡଳୀର ସଭ୍ୟ ରୁପେ ଏବଂ କାର୍ଯ୍ୟକାରୀ ସମିତିକୁ ସଭ୍ୟଭାବେ ସହାୟକ ପ୍ରଫେସର ଡକ୍ଟର ବିଶ୍ୱନନ୍ଦନ ଦାଶ ଓ ଓଡ଼ିଆ-ବଙ୍ଗଲା ଭାଷାବିଜ୍ଞାନୀ ପ୍ରଫେସର କ୍ରିଷ୍ଣା ଭଟ୍ଟାଚାର୍ଯ୍ୟ କାର୍ଯ୍ୟକାରୀ ସମିତିସଭ୍ୟ ରୁପେ ନିର୍ବାଚିତ ହୋଇଛନ୍ତି। ଗତବର୍ଷ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ପଞ୍ଚମ ଜାତୀୟ ଭାଷା ସମ୍ମିଳନୀରେ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଶାସ୍ତ୍ରୀୟ ଓଡିଆ ଭାଷାର ବିକାଶ ଓ ସମୃଦ୍ଧି ସମ୍ପର୍କୀତ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। କରୋନା କଟକଣା ଯୋଗୁଁ ପ୍ରଥମ କରି ଭୋଟ ଡାକସେବା ମାଧ୍ୟମରେ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଫଳାଫଳ ଘୋଷଣାରେ ଖୁସି ପ୍ରକାଶ କରି ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦେଶକ ପ୍ର. ବସନ୍ତ କୁମାର ପଣ୍ଡା, ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ତଥା ପ୍ରାକ୍ତନ ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ଅବସର ବେଉରିଆ, ସଦସ୍ୟ ସଚିବ ଡକ୍ଟର ସୁବ୍ରତ ପୃଷ୍ଟି, ଭାଷା ସମାଜର ପୂର୍ବତନ ସଭାପତି ଦେବୀପ୍ରସନ୍ନ ପଟ୍ଟନାୟକ ଓ ଭାଷାବିତ ପ୍ରଫେସର ଗଗନେନ୍ଦ୍ରନାଥ ଦାଶ ପ୍ରମୁଖ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭାରତୀୟ ଭାଷା କ୍ଷେତ୍ରରେ ନୂତନ ଗବେଷଣାର ମାର୍ଗ ଉନ୍ମୋଚନ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.