Home ଓଡ଼ିଶା କେନ୍ଦୁଝର ଜିଲ୍ଲାରେ ବିକାଶର ବିକଳ ଚିତ୍ର : ପୁଣି ଭାରରେ ବୁହା ହେଳେ ଗର୍ଭବତୀ

କେନ୍ଦୁଝର ଜିଲ୍ଲାରେ ବିକାଶର ବିକଳ ଚିତ୍ର : ପୁଣି ଭାରରେ ବୁହା ହେଳେ ଗର୍ଭବତୀ

212

କେନ୍ଦୁଝର, ୭-୧୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ବିକାଶ ହୋଇଛି ବାଟବଣା। ଯେଉଁଥି ପାଇଁ କେନ୍ଦୁଝର ଜିଲ୍ଲାର ବିକଳ ଚିତ୍ର ବାରମ୍ବାର ସମ୍ନାକୁ ଆସୁଥିବା ବେଳେ ପୁଣି ଆଉ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେବାକୁ ପଡିଛି। ଏଭଳି ଏକ ବିକଳର ଚିତ୍ର ଏବେ ଦେଖିବାକୁ ମିଳିଛି ଜିଲ୍ଲାର ଆଦିବାସୀ ବହୁଳ ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳ ର ତେଲକୋଇ ବ୍ଳକ ର ଶିବନାରାୟଣପୁର ଗୋଡା ପଂଚାୟତ ଅନ୍ତର୍ଗତ ତମାଙ୍ଗ ଗ୍ରାମର। ଏହି ଗ୍ରାମଟିରେ ଆଦିବାସୀ ସଂପ୍ରଦାୟର ଭୁୟାଁ ଓ ଜୁଆଁଙ୍ଗ ଲୋକମାନେ ବାସ କରିଥିଆନ୍ତି। ଏହି ଗ୍ରାମର ଜଗା ଦେହୁରୀଙ୍କ ପତ୍ନୀ ନନ୍ଦୀନ ଦେହୁରୀ ଗତ କାଲି ତଥା ମଙ୍ଗଳବାର ଦିନ ଗର୍ଭବ ଯନ୍ତ୍ରମା ଅନୁଭବ କରିଥିଲେ। ତେବେ ସେତେବେଳେ ଗ୍ରାମର ପୁରୁଷ ଲୋକମାନେ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ଆଣିବା ସମ୍ଭବପର ହୋଇ ନଥିଲା। ଫଳରେ ଅପରାହ୍ନରେ ନନ୍ଦିନୀଙ୍କୁ ମେଡିକାଲ ଆଣାଯିବା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଦେଶ ସ୍ୱଧୀନ ହେବାର ଦୀର୍ଘ ପ୍ରାୟ ୭୦ ବର୍ଷ ପରେ ମଧ୍ୟ କେନ୍ଦୁଝର ଜିଲ୍ଲାର ଏହି ତମାଙ୍ଗ ଗ୍ରାମକୁ ରାସ୍ତା ଖଣ୍ଡିଏ ନ ଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଆସିପାରି ନଥିଲା। ଫଳରେ ଗର୍ଭ ବେଦନାରେ ପୀଡିତା ନନ୍ଦୀନ ଙ୍କୁ ପରିବାର ଲୋକେ ଏକ ଭାରରେ ପ୍ରାୟ ୪ କିଲୋ ମିଟର ଦୂରତାର ରାସ୍ତାରେ ବୋହି ଆଣି ପାହାଡ ପାଦଦେଶରେ ଅବସ୍ଥିତ ହଳଦୀପାଣି ଗ୍ରାମକୁ ଆଣିଥିଲେ ଏବଂ ସେଠାରୁ ଆମ୍ବୁଲାନ୍ସ ଯୋଗ ତାଙ୍କୁ ତେଲକୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ନନ୍ଦିନୀ ଏକ ମୃତ ଶିଶୁଙ୍କୁ ଜନ୍ମ ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଅଗମ୍ୟ ଅଂଚଳର ଗର୍ଭବତୀ ମହିଳା ମାନଙ୍କ ସୁରକ୍ଷିତ ମାତୃତ୍ୱ ଉଦ୍ଦେଶ୍ୟରେ ମା’ ଗୃହରେ ରହିବାର ସରକାରୀ ସ୍ତରରେ ବ୍ୟବସ୍ଥା ରହିଥିଲେ ମଧ୍ୟ ତେଲକୋଇ ଅଂଚଳର ନନ୍ଦିନୀଙ୍କ ଭଳି ଗରୀବ ଆଦିବାସୀ ମହିଳାଙ୍କ କ୍ଷେତ୍ରରେ ତାହା ଲାଗୁ କରା ନ ଯିବା ଜିଲ୍ଲା ସ୍ୱାସ୍ଥ ବିଭାଗର ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକୁ ସଫଳ କରିବା ସହ ହିତାଧିକାରୀଙ୍କୁ ତାହାର ସୁଫଳ ଯୋଗାଇବା ଦିଗରେ ବିଫଳତାକୁ ପ୍ରମାଣିତ କରିଛି ବୋଲି କୁହାଯଯାଇ ପାରିବ। ଏଭିଳି କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଉତରଦାୟିତ୍ୱ ଧାର୍ଯ୍ୟ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଅର୍ଥର ଅବାବ ନଥିବା କାରଣରୁ ତୁରନ୍ତ ଏହି ଗ୍ରାମକୁ ଏକ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ତେବେ କେବେ ପ୍ରଶାସନର ହଦୟରେ ଏହି ଅଂଚଳର ଲୋକଙ୍କ ପ୍ରତି ଦରଦ ପ୍ରକାଶ ପାଇବ ଏବଂ ରାସ୍ଥା ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯିବ ତାହା ଦେଖିବାକୁ ବାକି ରହିଲା।

ଅନ୍ୟ ପକ୍ଷରେ ଏହି ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରେମାନନ୍ଦ ନାଏକ, ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱାଧୀନ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଛି ସତ କିନ୍ତୁ ଜିଲ୍ଲା କଥାତ ଦୂରର କଥା ତାଙ୍କୁ ତାଙ୍କ ନିଜ ନିର୍ବାଚନ ର ବିକାଶ କିମ୍ବା ସମସ୍ୟା ସଂପର୍କରେ ପାଟି ଖୋଲିବା ଉପରେ କୁଆଡେ ରୋକ୍ ଲଗାଯାଇ ଅଘୋଷିତ ଫତୁଆ ଜାରି କରାଯାଇଛି। ଯେଉଁଥିପାଇଁ ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ସେଠାରେ ଆରମ୍ଭ ଏକ ପ୍ରକଳ୍ପକୁ ଅଧାରୁ ବନ୍ଦ ରଖାଯାଇଥିଲେ ମଧ୍ୟ ତାକୁ ସଂପୂର୍ଣ୍ଣ କରିବା ପାଇଁ ରହିଥିବା ଲୋକଙ୍କ ଦାବିକୁ ସେ କୁଆଡେ ଜିଲ୍ଲା ପ୍ରଶାସନ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କର ଅପମାନିତ ହୋଇଥିବା ଘଟଣା ଚର୍ଚ୍ଚକୁ ଆସିଛି। ଏ ହେଉଛି ସେହି ନିର୍ବାଚନ ମଣ୍ଡଳୀ ଯେଉଁ ଅଂଚଳରେ ଅନଲାଇନ୍ ରେ ପାଠ ପଢିବା ପାଇଁ ଛାତ୍ର ଛାତ୍ରୀ ଶିକ୍ଷକ ମାନଙ୍କୁ ପାହାଡ ଉପରକୁ ଯିବାକୁ ପଡିଥାଏ ଏବଂ ସ୍କୁଲ ଯିବା ପାଇଁ କୋମଳମତି ଛାତ୍ର ଛାତ୍ରୀଙ୍କୁ ନିଜ ଜୀବନକୁ ବାଜି ଲଗାଇ ଉଛୁଳା ନଦୀରେ ଡଙ୍ଗା ବାହି ଯିବାକୁ ପଡିଥାଏ। ଏସବୁ ହେଉଛି ଜିଲ୍ଲାର ବିକାଶର ବିକଳ ଚିତ୍ର। ଯାହା କି ଭାତ ହାଣ୍ଡିରୁ ଗୋଟିଏ ମାତ୍ର। କିନ୍ତୁ ଜିଲ୍ଲାରେ ଅର୍ଥର ଅଭାବ ନଥିବା କଥା କାହାକୁ ଅଜଣା ନାହିଁ। ହୁଏତ ଅଭାବ ରହିଛି କେବଳ ଇଛା ଶକ୍ତିର, ଯାହାକି ଦେଖିବାକୁ ସ୍ୱପ୍ନ ହୋଇପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.