Home Top News କେନ୍ଦୁଝର କୋଭିଡ ହସପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନହେବା ପଛରେ କାହାର ହାତ :ବିଳମ୍ବକୁ ନେଇ...

କେନ୍ଦୁଝର କୋଭିଡ ହସପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନହେବା ପଛରେ କାହାର ହାତ :ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

103

କେନ୍ଦୁଝର, ୭ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ରାଙ୍କିସ୍ଥିତ କୋଭିଡ ହସପିଟାଲ ସମେତ ରାଜ୍ୟର କେତେକ କୋଭିଡ ହସପିଟାଲରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗିରହିଥିବା ବେଳେ ଅନେକ ଗୁରୁତର ଅଭିଯୋଗ ପ୍ରାୟ ପ୍ରତ୍ୟେକଦିନ ଆସିବାରେ ଲାଗିଥିଲା। ଏପରିକି କେନ୍ଦୁଝର ଭଳି କେତେକ କୋଭିଡ ହସପିଟାଲର ଅବ୍ୟବସ୍ଥା ଚରମସୀମାରେ ପହଂଚିଥିବା ବେଳେ ଚିକିତ୍ସାବ୍ୟବସ୍ଥାର ଗୁଣାତ୍ମକମାନ ସହ ରୋଗୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଓ ଅସନ୍ତୋଷ ବଢୁଥିଲା। ଯାହାକୁନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବାରେ ଲାଗିଥିଲା। ଫଳରେ ରାଜ୍ୟର ସମସ୍ତ କୋଭିଡ ହସପିଟାଲ ଓ କୋଭିଡ ସେଟଂରମାନଙ୍କରେ ସ୍ୱଛତା ଆଣିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଗାଇଡଲାଇନଜାରି କରାଯାଇଥିବା ବେଳେ ପାଳନ ନକଲେ ଦୃଢକାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଥିଲା। ଇତିମଧ୍ୟରେ ଅନେକ କୋଭିଡ ହସପିଟାଲ ସହ କେନ୍ଦୁଝର ଜିଲ୍ଲାରେ ଟାଟା ଦ୍ୱାରା ପ୍ରତିଷ୍ଠିତ ଯୋଡା ସ୍ଥିତକୋଭିଡ ହସପିଟାଲରେ ନିର୍ଦ୍ଦେଶ ପାଳନ ହୋଇସାରିଲାଣି।

ଏହି ଗାଇଡଲାଇନନୁଶାରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକରୀ କୋଭିଡ ହସପିଟାଲ ଓ କୋଭିଡକେୟାରସେଟଂରରେ ୨୪ ଘଟିଂଆ ହେଲ୍ପଡେସ୍କକୁ ବାଧ୍ୟତାମୂଳକ କରାଯିବା ସହ ତହାର ଏକ ଉତ୍ସର୍ଗୀକୃତ ଟୋଲଫ୍ରିନମ୍ବର ସର୍ବସାଧାରଣଙ୍କ ପାଇଁ ଜାରି କରାଯିବ। କୋଭିଡ ହସପିଟାଲ ଓ କେୟାର ସେଟଂର ନିକଟରେ ସି.ସି.ଟି.ଭି.କ୍ୟାମେରା ଏବଂ ଟି.ଭି.ସଂଯୁକ୍ତ କରାଯାଇ ରୋଗୀଙ୍କ ସହ ସଂପର୍କିୟମାନଙ୍କର କଥାବାର୍ତା କରାଯିବାର ସୁବିଧା ପ୍ରଦାନ କରାଯିବ। ଏଥିପାଇ ସ୍ୱେଛାସେବୀମାନଙ୍କୁ ନିଯୁକ୍ତି କରାଯିବ। ହ୍ୱାଟସ୍ଅପ୍ ମାଧ୍ୟମରେ ସଂପର୍କୀୟଙ୍କୁ ଭଏସ୍ ମେସେଜ, ଏସଏମଏସ ଜରିଆରେ ତଥ୍ୟ ସହ ଫଟୋ ଦିଆଯିବ। ହସପିଟାଲ ବାହାରେ ଏକ ସମ୍ମିଳନୀ କକ୍ଷ ପ୍ରସ୍ତୁତ କରାଯାଇ ସେଠାରେ ଟିଭି ଓ କ୍ୟାମେରା ଆଦିର ବ୍ୟବସ୍ଥା ରହିବ। କିନ୍ତୁ ଏଥିରେ ମୃତ କୋଭିଡରୋଗୀଙ୍କୁ ଦାହ କରାଯାଉଥିବା ଶ୍ମଶାନରେ ସିସିଟିଭିରି ବ୍ୟବସ୍ଥା ନଥିବାରୁ ତାହା କରାଯିବାକୁ ଦାବୀ ହୋଇଛି। ଯଦ୍ୱାରା କୋଭିଡରେ ମୃତବରଣ କରୁଥିବା ରୋଗୀଙ୍କ ତଥ୍ୟ ଲୁଚିପାରିବ ନାହିଁ। ବିନାହେଲମେଟ ଚାଳକଙ୍କ ଠାରୁ ଫାଇନ ଆଦାୟ କରି ସଚେତନ କରିବାକୁ ଜିଲ୍ଲାପ୍ରଶାସନ ସହରତମାମ ଯେଭଳି ସିସିଟିଭି କ୍ୟାମେରା ଛାଇ ଦେଇଛନ୍ତି ସେଭଳି ଶ୍ମଶାନରେ ମଧ୍ୟ ସିସିଟିଭର ବ୍ୟବସ୍ଥା କରିବାକୁ ମତ ପ୍ରକାଶପାଇଛି। ଗତ ୪ତାରିଖରେ ରାଙ୍କିସ୍ଥିତ କୋଭିଡ ହସପିଟାଲରେ ମୃତବରଣ କରିଥିବା ପୁରୁଣାବଜାରର ଜଣାଶୁଣା ଯୁବଫଟୋଗ୍ରାଫର ମଂଟୁ ମହାରଣାଙ୍କର ଭଳି ଅନେକରୋଗୀଙ୍କ ତଥ୍ୟ ସରକାରୀ ରିପୋର୍ଟରେ ଏଯାଏ ସ୍ଥାନପାଉନାହିଁ। ଅବଶ୍ୟ କୋଭିଡ ହସପିଟାଲର ସନ୍ନିକଟ ଏକ ଛାମୁଣ୍ଡିଆରେ ସଂପର୍କିୟମାନଙ୍କୁ ମାତ୍ର ମୁଣ୍ଡ ଗେଞ୍ଜିନାକୁ ଦିଆଯାଇଛି।

କେନ୍ଦୁଝର କୋଭିଡ ହସ୍ପିଟାଲ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ପ୍ରତିଷ୍ଠିତ ହୋଇଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ ଭୁବନେଶ୍ୱରସ୍ଥିତ ଉତ୍କଳ ହେଲଥ୍ କେୟାର ପାଇଭେଟ ଲିମିଟେଡ ହାତରେ ରହିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଇତିମଧ୍ୟରେ ୨୦ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଲୁକାୟତ କାରଣରୁ କେନ୍ଦୁଝର କୋଭିଡ ହସପିଟାଲ , ନିର୍ଦ୍ଦେଶ ପାଳନ କରିବା ଦିଗରେ ଆଗ୍ରହ ପ୍ରକାଶ କରୁନାହିଁ। ଏଦିଗରେ ଜିଲ୍ଲାପ୍ରଶାସନର ନୀରବତା ଉପରେ ପ୍ରଶ୍ନ ଉଠିବା ସ୍ୱଭାବିକ। କେନ୍ଦୁଝର କୋଭିଡ ହସପିଟାଲରେ ଉପଯୁକ୍ତ ଚିକିତ୍ସାର ଅଭାବସହ ପୂର୍ବରୁ ଅକ୍ସିଜେନର ଅଭାବ ଏବଂ ଏବେ ଆବଶ୍ୟକ ପରିମାଣର ଭେଟିଂଲେଟର ଆଦିର ଅଭାବ କାରଣରୁ ବଢୁଥିବା ରୋଗୀ ମୃତ୍ୟୁକୁ ନେଇ ଅସନ୍ତୋଷ ଲାଗିରହିଛି। ଏପରିକି ରୋଗୀଙ୍କ ସ୍ୱାସ୍ଥବସ୍ଥାର ସଠିକ ତଥ୍ୟ ସଂପର୍କୀୟଙ୍କୁ ଦିଆଯାଉନଥିବାର ଅଭିଯୋଗ ଆଜିବିି ଆସୁଥିବା ବେଳେ ହସପିଟାଲଟି ଲୁଟର କେନ୍ଦ୍ର ପାଲଟିଛି। ମୃତକଙ୍କ ଜିନିଷ ଫେରିପାଇବାକୁ ସଂପର୍କୀୟଙ୍କୁ ଥାନାରଦ୍ୱାରସ୍ଥ ହେବାକୁ ପଡୁଛି। ବିଗତଦିନରେ ଜିଲ୍ଲା ପ୍ରଶାସନ ପାଖକୁ ଏସଂପର୍କୀୟ ଆସିଥିବା ଅଭିଯୋଗସବୁ ତଦନ୍ତରେ ସୀମିତ ରହିଯାଇଛି। ଜିଲ୍ଲାବାସୀଙ୍କ ସମୁହ ସ୍ୱାର୍ଥ ଦଷ୍ଟିରୁ ଏଭଳି ସମ୍ବେଦନଶୀଳ ଘଟଣାକୁ ଜିଲ୍ଲାପ୍ରଶାସନ ଅଧିକ ଗୁରୁତ୍ୱ ଦେଇ ହସପିଟାଲ ପରିଚାଳକଙ୍କୁ , ରୋଗୀଙ୍କର ଜୀବନ ସହ ନଖେଳି ସମସ୍ତ ପ୍ରାବଧାନ ସହ ଦକ୍ଷ ଚିକିତ୍ସକଙ୍କ ଦ୍ୱାରା ଉନ୍ନତ ଚିକିତ୍ସା ଯୋଗାଇଦେଇ ଅଧିକରୁ ଅଧିକ ରୋଗୀଙ୍କ ଜୀବନରକ୍ଷାକୁ ପ୍ରଧାନ୍ୟ ଦେବାକୁ କଡା ନିର୍ଦ୍ଦେଶ ଦେବା ପରିବର୍ତେ , କୋଭିଡ ଗାଇଡଲାଇନ ଅନୁପାଳନ ପୂର୍ବକ ଶ୍ମଶାନରଜୁଇରେ ପ୍ରାୟ ପତ୍ୟେକ ଦିନ ଜଳୁଥିବା ସେହି ମୃତରୋଗୀମାନଙ୍କ ଅସହାୟ ଦୁଃଖୀ ପରିଜନମାନଙ୍କୁ ଭୁଲିଯାଇ , ଜଣେ/ଦୁଇଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମୁହଁରେ ହସପିଟାଲର ଯଶଗାନ କରାଇବା ଦ୍ୱାରା ସତ୍ୟ କଣ ଲୁଚିଯିବ ନାଁ ନିସହାୟ ସେହି ଦୁଃଖୀ ପରିବାର ମୁହଁରେ ହସଫୁଟିଉଠିବ ନାଁ ସ୍ୱାମୀକୁ ହରାଇଥିବା ବିଧବା ପତ୍ନୀ ତାର ପତିକୁ ଅଥବା ଅବୋଧ ବାଳକ ତା ପିତାକୁ କଣ ଫେରିପାଇବ ? ତାହାକୁ ନେଇ ଅନେକ ଉଠାଇଛନ୍ତି ପ୍ରଶ୍ନ। ଏହି କୋଭିଡ ହସପିଟାଲର ବାସ୍ତବ ଚିତ୍ରର ତଥ୍ୟ ଭିତିକ ପ୍ରମାଣ ତଥା ଅଭିଯୋଗ ଯେତେବେଳେ ଲୋକଲୋଚନକୁ ଆସୁଛି , ସେସବୁକୁ ସୁଧାରି , ସ୍ୱଛତା ଆଣିବା ଦିଗରେ ପ୍ରୟାସ କରାଯିବା ପରିବର୍ତେ ପୋଲିସ ଲଗାଇ ସେହି କେନ୍ଦୁଝରପ୍ରେମୀ ସୋସିଆଲ ଆକ୍ଟିଭଷ୍ଟଙ୍କୁ ସାଧାରଣରେ ନିନ୍ଦିତ କରାଯିବା ସହ ଭୟଭୀତର ଅପଚେଷ୍ଟା କରାଯାଉଛିା ଏବଂ ଏହା ମାଧ୍ୟମରେ ସମଭାବାପନ୍ନ ଅନ୍ୟମାନଙ୍କୁ ଯେଭଳି ଏକପ୍ରକାର ଚେତାବନୀ ଦିଆଯାଉଛି। କୋଭିଡ ହସପିଟାଲ ପରିଚାଳନା ଦାୟିତ୍ୱ ନେଇଥିବା ଏକ ଘରୋଇ ସଂସ୍ଥା ପ୍ରତି ପୋଲିସ ପ୍ରଶାସନର ଦରଦସମସ୍ତଙ୍କୁ ଯେତିକ ଆଶ୍ଚର୍ଯ୍ୟ କରିଛି ତତୋଧିକ ଦ୍ୱନ୍ଦରେ ପକାଇଥିବା ବେଳେ ଏହାର ଅନ୍ତର୍ନିହିତ ରହସ୍ୟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.