Home ଅପରାଧ କେନ୍ଦୁଝର:ମଦ୍ୟପ ସ୍ୱାମୀର ଉନ୍ମୁକ୍ତ କାଣ୍ଡ:ପିଟି ପିଟି ହତ୍ୟାକଲା ସ୍ତ୍ରୀକୁ

କେନ୍ଦୁଝର:ମଦ୍ୟପ ସ୍ୱାମୀର ଉନ୍ମୁକ୍ତ କାଣ୍ଡ:ପିଟି ପିଟି ହତ୍ୟାକଲା ସ୍ତ୍ରୀକୁ

172

କେନ୍ଦୁଝର, ୬ ଜୁନ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ସହରରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଏହି ଘଟଣାଟି ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଘଟିଥିବା ସଂପର୍କରେ ସୂଚନା ମିଳିଥିବା ବେଳେ ଏଥିରେ ଜଣେ ମଦ୍ୟପ ସ୍ୱାମୀ ବିଳମ୍ବିତ ରାତ୍ରୀରେ ନିଶାସକ୍‌ତ ଅବସ୍ଥାରେ ତାର ସ୍ତ୍ରୀକୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛି। ଯାହା ସହରରେ ବେଶ ଆଲୋଡନ ସୃଷ୍ଟି କରିଛି। କେନ୍ଦୁଝର ଗଡ ମ୍ୟୁନିସପାଲଟି ଅଞ୍ଚଳ ମଧ୍ୟରେ ଜିଲ୍ଲା ମୁଖ୍ୟ ବ୍ଳଡ ବ୍ୟାଙ୍କ ସମ୍ମୁଖ ସାମନ୍ତରାପୁର ଶାସନ ରେ ଏହି ଦୁଖ୍ୟଦ ଘଟଣା ଘଟିଛି। ସାନନ୍ତରାପୁର ସାହୀରେ ବାବୁଲି ପ୍ରଧାନ ନାମକ ଜଣେ ରଙ୍ଗ ମିସ୍ତ୍ରୀ ପରିବାର ସହୁ ରହୁଥିଲା। ସବୁଦିନ ପରି ଶୁକ୍ରବାର ରାତ୍ରୀରେ ମଧ୍ୟ ସେ ମଦ୍ୟପାନ କରି ଘରକୁ ଫେରିଥିଲେ ମଧ୍ୟ ଅନ୍ୟ ଦିନ ତୁଳନାରେ ଅଧିକ ନିଶାଶକତ ଥିଲେ। ଘରେ ପହଞ୍ଚିବା ପରେ ସେ ସ୍ତ୍ରୀ ମଞ୍ଜୁ ପ୍ରଧାନଙ୍କୁ ଖାଇବାକୁ ମାଗିଥିଲେ। ପରେ ପରେ ଏହି ଖାଇବା କଥାକୁ ନେଇ ଉଭୟଙ୍କ ଭିତରେ ଝଗଡା ହୋଇଥିଲା। ଶେଷରେ ସେହି ଝଗଡା ଏଭଳି ସ୍ଥିତିରେ ପହଞ୍ଚିଥିଲା ଯେ ନିଶାସକ୍ତ ବାବୁଲି ଉତ୍ୟକ୍ତ ହୋଇ ଅତି ନିର୍ମମ ଭାବେ ପିଟି ପିଟି ମାରି ଦେଇଥିଲା। ଏବଂ ସ୍ତ୍ରୀ ମଞ୍ଜୁ ର ମୃତ୍ୟୁ ହୋଇଯିବା ପରେ ସେହି ମୃତ ଶରୀରକୁ ଏକ କନ୍ଥାରେ ଗୁଡାଇ ଘରେ ରଖି ପଳାଇ ଆସିଥିଲା। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରୁ ସ୍ତ୍ରୀ ମଞ୍ଜୁର ମୃତଦେହ ଠାବ କରି ଜବଦ କରିବା ସହ ପୋର୍ଟ ମର୍ଟମ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏବଂ ହତ୍ୟାକାରୀ ସ୍ୱାମୀ ବାବୁଲି ପ୍ରଧାନକୁ ଖୋଜା ଖୋଜି କରି ବିଳମ୍ବିତ ରାତ୍ରୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରୁ ନିଶାସକ୍ତ ଅବସ୍ଥାରେ ଗିରଫ କରବା ପରେ ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ଥାନାକୁ ନେଇଥିଲା। ଏବଂ ହତ୍ୟାର ପ୍ରକୃତ କାରଣ ପାଇବା ପାଇଁ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.