Home କେନ୍ଦୁଝର କେନ୍ଦୁଝର:ଦିବାସ୍ୱପ୍ନ ପାଲଟିଛି ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ ସେବା : ବଢୁଛି ଅସନ୍ତୋଷ : ମୁହଁ...

କେନ୍ଦୁଝର:ଦିବାସ୍ୱପ୍ନ ପାଲଟିଛି ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ ସେବା : ବଢୁଛି ଅସନ୍ତୋଷ : ମୁହଁ ଫେରାଉଛନ୍ତି ଗ୍ରାହକ

25

କେନ୍ଦୁଝର, ୬ – ୧ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାପକ ଅବ୍ୟବସ୍ଥା ଘେରରେ ରହିଥିବା ବେଳେ ଗ୍ରାହକ ସେବା ଏଠାରେ ଏକ ପ୍ରକାର ଦିବା ସ୍ୱପ୍ନ ପାଲଟିଛି। ବ୍ୟାଙ୍କର ସେବା ବ୍ୟବସ୍ଥାର ଅଧୋଗତିକୁ ନେଇ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିବା ବେଳେ ଗ୍ରାହକମାନେ ଏହି ବ୍ୟାଙ୍କରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି। ଯାହା ମଧ୍ୟରେ ଅଧିକ ସଂଖ୍ୟାରେ ପୁରୁଣା ଗ୍ରାହକ ରହିଛନ୍ତି। ଡିଜିଟାଲ ଇଣ୍ଡିଆ ଏବଂ ବ୍ୟାଙ୍କ ସେବାକୁ ଲୋକଙ୍କ ନିକଟତର କରିବା ଦିଗରେ ଦେଶର ଖୋଦ ପ୍ରଧାନମନ୍ତ୍ରୀ ପ୍ରଯତ୍ନ କରୁଥିବା ବେଳେ କେନ୍ଦୁଝର ବ୍ୟାଙ୍କ ଅଫ ଇଣ୍ଡିଆ ରେ କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଏଠାରେ ବ୍ୟାଙ୍କ ଅଫ ଇଣ୍ଡିଆ ସାଧାରଣ ଲୋକଙ୍କୁ ତଥା ଗ୍ରାହକଙ୍କୁ ସେବା ଦେବା ପରିବର୍ତେ ସେମାନଙ୍କ ଠାରୁ ଦୂରେଇ ଯାଉଛି।। ବିଶେଷ ଭାବେ ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ମେନ୍ ବ୍ରାଚଂରେ ଗ୍ରାହକ ସେବା ଯେଭଳି ବିପର୍ଯ୍ୟସ୍ତ ହୋଇ ପଡିଛି ତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲା ମୁଖ୍ୟାଳୟରେ ରହିଥିବା କାରଣରୁ ବ୍ୟାଙ୍କର ଏହି ମୁଖ୍ୟ ଶାଖାକୁ ନୂତନ ଭାବେ ଆକାଉଟଂ ଖୋଲିବା ଠାରୁ ଉଚ୍ଚ ଶିକ୍ଷା ପାଇିଁ ସହାୟତା ନିମନ୍ତେ ସ୍କୁଲ କଲେଜର ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଗ୍ରାହକମାନେ ବିଭିନ୍ନ ଆଶା ନେଇ ଆସିଥାନ୍ତି। ଯେଉଁମାନଙ୍କ ମଧ୍ୟରେ ବ୍ୟାଙ୍କର କାର୍ଯ୍ୟଧାରା ତଥା ସହାୟତା ଆଦି ସଂପର୍କରେ ପ୍ରାୟତଃ ଅଜ୍ଞ ଥିବା ଗ୍ରାହକ ଅଧିକ ରହିଥାଆନ୍ତି। କିନ୍ତୁ ସେମାନଙ୍କୁ ପରାମର୍ଶ କିମ୍ବା ସହାୟତା ଯୋଗାଇ ଦେବା କ୍ଷେତ୍ରରେ ମୁଖ୍ୟ ଶାଖାରେ କୌଣସି ବ୍ୟବସ୍ଥା ନାହିଁ। ଅବଶ୍ୟ ପୂର୍ବରୁ ବ୍ୟାଙ୍କକୁ ଆସୁଥିବା ଲୋକଙ୍କୁ ଉପଯୁକ୍ତ ପରାମର୍ଶ ସହ ସହାୟତା ଯୋଗାଇ ଦିଆଯାଉଥିଲା। କିନ୍ତୁ ଏବେ ତାର ସଂପୁର୍ଣ୍ଣ ବିପରିତ ଦେକିବାକୁ ମିଳୁଛି। ଏପରିକି କେହି କିଛି ପଚାରିବା ତ ଦୂରର କଥା ଗ୍ରାହକମାନେ କିଛି ଜାଣିବାକୁ ପଚାରିଲେ ମଧ୍ୟ ସେମାନେ ଉତର ପାଆନ୍ତି ନାହିଁ। ବ୍ୟାଙ୍କ ବ୍ୟବସ୍ଥାର ଏତାଦୃଶ୍ୟ ଅଧୋଗତି ପାଇଁ ବ୍ୟାଙ୍କର ଆଭ୍ୟନ୍ତରିଣ ରାଜନୀତି କୁଆଡେ ଯେତିକି ଦାୟୀ ଅନୁରୁପ ଭାବେ ଏଠାରେ ଅବସ୍ଥାପିତ ହେଉଥିବା ମୁଖିଆମାନଙ୍କର କାର୍ଯ୍ୟଶୈଳୀ ତଥା ମନୋଭାବ ଅନୁରୁପ ପରିମାଣରେ ଦାୟୀ ବୋଲି ହେଉଥିବା ଚର୍ଚ୍ଚାର ସତ୍ୟତା ସପକ୍ଷରେ ଅନେକ ମତ ଦେଇଛନ୍ତି।

ସବୁଠାରୁ ବଡ କଥା ହେଉଛି ଯେ କେନ୍ଦୁଝର ଜିଲ୍ଲାର ମୁଖ୍ୟାଳୟରେ ବ୍ୟାଙ୍କ ଅଫ ଇଣ୍ଡିଆର ଜୋନାଲ କାର୍ଯ୍ୟାଳୟ ରହିଥିବା ବେଳେ ଏଠାରେ ଜୋନାଲ ମ୍ୟାନେଜର ଏବଂ ରିଜିଓନାଲ ମ୍ୟାନେଜର କ୍ୟାଡର ଜଣେ ଡେପୁଟିଜୋନାଲ ମ୍ୟାନେଜର ଅବସ୍ଥାପିତ ଅଛନ୍ତି। ଏବଂ ଏଠାରେ ବ୍ୟାଙ୍କ ଅଫ ଇଣ୍ଡିଆ ଲିଡ ଡିକ୍ଟ୍ରିକ୍ଟ ଭାବେ ରହିଥିବା କାରଣରୁ ଲିଡ୍ ଡିକ୍ଟ୍ରିଟ ମ୍ୟାନେଜର ମଧ୍ୟ ଅବସ୍ଥାପିତ ହୋଇଛନ୍ତି। କିନ୍ତୁ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ହେଉଛି ଯେ ତଥାପି ମେନ୍ ବ୍ରାଂଚରେ ସେବା ବ୍ୟବସ୍ଥାରେ କୌଣସି ଉନ୍ନତି ଆସିବା ପରିବର୍ତେ ବରଂ ଅବନତି ଅଧିକ ବଢିବାରେ ଲାଗିଛି। ବ୍ୟାଙ୍କକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ଏହି ମେନ୍ ବ୍ରାଂଚରେ କୌଣସି ପରାମର୍ଶ କିମ୍ବା ସାହାର୍ଯ୍ୟ ନପାଇ ଅନେକ ସମୟରେ ନିରାଶରେ ଫେରୁଥିବା ଦେଖିବାକୁ ମିଳୁଛି। ଏଠାକୁ ଫିକ୍ସଡ ଡିପୋଜିଟ (ଲସଙ୍ଘରୟ ୟରକ୍ଟ୍ରକ୍ଟଗ୍ଦସଗ୍ଧ) କରିବାକୁ କିମ୍ବା ପାଶ୍ ବୁକ ଖୋଲିବାକୁ ଆସୁଥିବା ଗ୍ରାହକ ମାନଙ୍କୁ ସଠିକ ପରାମର୍ଶ କିମ୍ବା ସହାୟତା ମିଳିପାରୁନାହିଁ। ଏପରି କି ଫିକ୍ସଡ ଡିପୋଜିଟ ର ପ୍ରିଟଂ ବାହାରୁ ନଥିବା ବେଳେ ପାଶ୍‌ବୁକଧାରୀଙ୍କର ପାଶ୍‌ବୁକ ଅପଡେଟ୍ ହେଉନାହିଁ। ବ୍ୟାଙ୍କରେ କାର୍ଯ୍ୟରତ ଅଧିକାରୀମାନଙ୍କ ଠାରୁ କୌଣସି ସହଯୋଗ ତଥା ପରାମର୍ଶ ମିଳୁ ନଥିବା ଏବଂ ସାମାନ୍ୟ କାମ ପାଇିଁ ବାରମ୍ବାର ଦୌଡିବାକୁ ପଡୁଥିବା ଗ୍ରାହକମାନେ ସିଧାସଳଖ ଅଭିଯୋଗ କରୁଛନ୍ତି। ଗତ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ସମୟ ହେବ ବ୍ୟାଙ୍କର ଗ୍ରାହକ ସେବା ଅଧିକରୁ ଅଧିକ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏପରିକି ପୁରୁଣା ଗ୍ରାହକମାନେ ବ୍ୟାଙ୍କରୁ ମୁହଁ ଫେରାଇ ନେବା ଆରମ୍ଭ କରିଛନ୍ତିି। ଅନ୍ୟ ପକ୍ଷରେ ପୂର୍ବରୁ ଏଠାରେ ଅବସ୍ଥାପିତ ମୁଖ୍ୟମାନେ ଯେପରି ସାମାଜିକ ଦାୟିତ୍ୱବୋଧକୁ ପ୍ରାଧାନ୍ୟ ଦେଇ ଲୋକହିତକର କାର୍ଯ୍ୟମାନ ହାତକୁ ନେଉଥିଲେ ଏବେ ସେଗୁଡିକ ପ୍ରାୟ ଏକପ୍ରକାର ସ୍ୱପ୍ନ ହୋଇ ପଡିଛି। ଏପରିକି ଗଣମାଧ୍ୟମକୁ ମଧ୍ୟ ଦୂରେଇ ରଖାଯାଉଅଛି। ଏତାଦୃଶ୍ୟ ସ୍ଥିତିରେ ଏଠାରେ ଅବସ୍ଥାପିତ ମୁଖ୍ୟମାନଙ୍କର ଆନ୍ତରିକତା ଓ ଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ୱଭାବିକ।

ଅନ୍ୟ ପକ୍ଷରେ ସହରର ମୁଖ୍ୟସ୍ଥଳୀରେ ରହିଥିବା ଏହି ବ୍ୟାଙ୍କର ପ୍ରବେଶ ପଥ ବାଇକ ସ୍କୁଟର ଆଦିଙ୍କ ଦ୍ୱାରା ଏଭଳି ଅବରୋଧ ହୋଇ ରହିଥାଏ ଯେ ଜଣେ ଗ୍ରାହକକୁ ଭିତରକୁ ଯିବା ଏକ ସମସ୍ୟା ହୋଇ ପଡିଥାଏ। କିନ୍ତୁ ଏ ଦିଗରେ କର୍ତ୍ତୃପକ୍ଷଙ୍କ ପଡି ନଥାଏ। ଯାହାକି କେବଳ ଦୁର୍ଭାଗ୍ୟପୁର୍ଣ୍ଣ ନୁହେଁ ବଂର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ସ୍ପଷ୍ଟ କରୁଥିବା ମତ ପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.