Home Top News କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାରେ ଫେରାର ୪ ଅଭିଯୁକ୍ତ ଗିରଫ

କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାରେ ଫେରାର ୪ ଅଭିଯୁକ୍ତ ଗିରଫ

30

ପୁରୀ ୨୨ -୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଅନ୍ୟ ୪ ଅଭିଯୁକ୍ତଙ୍କୁ ପୁରୀ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ୪ ଜଣ ହେଲେ କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଜଗନ ଖଟେଇ। ଏହି ଅଭିଯୁକ୍ତମାନେ କୃଷ୍ଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ଏହି ୪ ଅଭିଯୁକ୍ତ ହତ୍ୟାକାଣ୍ଡ କରି ଖସି ପଳାଇ ଥିଲେ। ପ୍ରଥମେ ପୁରୀ ସାତପଡ଼ା ଜଙ୍ଗଲରେ ଲୁଚି ରହିବା ପରେ ଚିଲିକା ଭିତରେ ଏକ ବୋଟରେ ୨ ଦିନ ୨ ରାତି ରହିଥିଲେ। ପରେ ସେମାନେ ରାଜ୍ୟ ବାହାରକୁ ଖସି ଯିବାପାଇଁ ଯୋଜନା କରି ବ୍ରହ୍ମପୁର ଓ ପରେ କୋରାପୁଟ ଯାଇ ଥିଲେ। ତେବେ ପୋଲିସ ତାଙ୍କୁ ଶେଷରେ କୋରାପୁଟରୁ ଧରିବାରେ ସଫଳ ହୋଇଛି। ତେବେ ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାରେ ପୁରୀ ପୋଲିସ ପୂର୍ବରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କାଳିଆ ସିଂହାରି ଓ ତାଙ୍କ ପୁଅ ଦୋଳ ଗୋବିନ୍ଦ ସିଂହାରିଙ୍କୁ ପୋଲିସ ଗିରଫ କରି ସାରିଛି। ୨୦୧୨ ମସିହାରେ ସେବାୟତ ଗୁନ ସିଂହାରି ହତ୍ୟାକାଣ୍ଡ ଘଟଣା ପ୍ରତିଶୋଧ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଗୁନ ସିଂହାରିଙ୍କ ହତ୍ୟା ମାମଲାରେ ମୃତ କୃଷ୍ଣଚନ୍ଦ୍ର ପ୍ରତିହାରୀ ସାମିଲ ନେଇ ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା। ପରେ ପ୍ରମାଣ ଅଭାବ ରୁ କୃଷ୍ଣଚନ୍ଦ୍ର ପ୍ରତିହାରୀ କୋର୍ଟରୁ ନିର୍ଦୋଷରେ ଖଲାସ ହୋଇଥିଲେ। ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଗୁନ ସିଂହାରି ଙ୍କ ଭାଇ କାଳିଆ ସିଂହାରି ଓ ତାଙ୍କ ପୁଅ ଦୋଳ ଗୋବିନ୍ଦ ସିଂହାରି ମିଶି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ। ଗତ ୧୬ ତାରିଖରେ ବାରବାଟୀ ଜାଗାରେ କୃଷ୍ଣଚନ୍ଦ୍ର ବସିଥିବା ବେଳେ ଅଭିଯୁକ୍ତମାନେ ଗୁଳି କରି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.