Home Top News କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ପୁରୀରେ ରେଳରୋକ

କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ପୁରୀରେ ରେଳରୋକ

31

ପୁରୀ ୧୮ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ତିନି କଳା କୃଷକ ବିରୋଧୀ କୃଷି ଆଇନ ରଦ୍ଦ, ସମସ୍ତ କୃଷି ଜାତ ସାମଗ୍ରୀରେ ଏମ ଏସ ପି ଦେବା, ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ବିଜେପି ମନ୍ତୀଙ୍କ ପୁଅ ଓ ତାଙ୍କ ଗୁଣ୍ଡାମାନଙ୍କ ଦ୍ୱାରା ଆନ୍ଦୋଳନରତ କୃଷକମାନଙ୍କ ଗଣ ହତ୍ୟାର ନିରପେକ୍ଷ ତଦନ୍ତ, କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା, ପୁରୀ ତରଫରୁ ପୁରୀ ରେଳ ଷ୍ଟେସନରେ ଆଜି ରେଳ ରୋକ କରାଯାଇଛି। ଏହି ଆନ୍ଦୋଳନରେ କିଷାନ ମୋର୍ଚ୍ଚାର ଶରତ କୁମାର ରାୟଗୁରୁ, ଜଗନାଥ ଦେଓ, ପ୍ରଦୀପ ମହାନ୍ତି, ଭୀମସେନ ସ୍ୱାଇଁ, ଗୋବିନ୍ଦ ମହାପାତ୍ର, ସୂର୍ଯ୍ୟ ରଥ, ମୋହନ ନାଇଡୁ ପ୍ରମୁଖ କହିଲେ ଯେ, ମୋଦୀ ସରକାର କୃଷି ଆଇନ ଆଣି କୃଷକ ତଥା ଖାଉଟିଙ୍କୁ କମ୍ପାନୀ ପାଖରେ ସମର୍ପଣ କରିଦେଲେ। ଦର ହୁ ହୁ ହୋଇ ବଢୁଛି। ସରକାରଙ୍କ ଲଗାମ ନାହିଁ। କରୋନା ଆଳରେ ଦେଶର ସମ୍ପଦକୁ କର୍ପୋରେଟ ହାତରେ ଟେକି ଦେଲେ। ଲୋକଙ୍କ ହାତରେ କାମ ନାହିଁ, କି ରୋଜଗାର ନାହିଁ। ବିଶ୍ୱ କ୍ଷୁଧା ତାଲିକାରେ ଭାରତ ୯୬ ସ୍ଥାନରୁ ତଳକୁ ଖସି ୧୦୧ ରେ ପହଁଚିଲା। ଭୋକିଲାଙ୍କ ତାଲିକା ବଢୁଛି। ସେପଟେ କୋଟିପତି ଆରବପତିଙ୍କ ତାଲିକା ବି ଲମ୍ବୁଛି। ସେପଟେ ପେଟ୍ରୋଲ ଡିଜେଲ ଗ୍ୟାସ ଦର ଆକାଶ ଛୁଆଁ। ଗରିବ ଲୋକଙ୍କ ଠାରୁ ଟିକସ ଆଦାୟ, ଧନୀ ମାନଙ୍କୁ ଟିକସ ଛାଡ଼, ସରକାରଙ୍କ ଘରୋଇ ମଣ୍ଡି ଆଇନି, ଠିକା ଚାଷ ଆଇନି, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନି ଜନ ବିରୋଧୀ। ଏହି ନୀତି କୁ ଆଜି ଦେଶ ବ୍ୟାପି ବିରୋଧ ଚାଲିଛି। ଦେଶ ରକ୍ଷା କରିବାକୁ ହେଲେ ମୋଦୀ ସରକାରକୁ ଶାସନ କ୍ଷମତାରୁ ହଟାଇବା ନାରା ଦେଇଥିଲେ। ରେଳବାଇକୁ ଭାଗ-ଭାଗ କରି ଘରୋଇ ହାତରେ ସରକାର ଟେକି ଦେଇଥିବାରୁ ମୋଦୀ ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ଏଥିରେ ଟୁନା ନାୟକ ମନୋରଞ୍ଜନ ମହାରଣା, ପୀତବାସ ବେହେରା, ବିଭୁତି ରାଉତରାୟ ବସନ୍ତ ମହାନ୍ତି, ପ୍ରମୋଦ ବେହେରା, ଜ୍ୟୋତି ପ୍ରକାଶ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.