Home କୋରାପୁଟ କୂଅ ଖନନର ୫ ବର୍ଷ ପରେ ବି  ହିତାଧିକାରୀ ପ୍ରାପ୍ୟ ପାଇ ନ ଥିବା ଅଭିଯୋଗ

କୂଅ ଖନନର ୫ ବର୍ଷ ପରେ ବି  ହିତାଧିକାରୀ ପ୍ରାପ୍ୟ ପାଇ ନ ଥିବା ଅଭିଯୋଗ

43

କୋରାପୁଟ ୨୦-୦୪(ଓଡିଆ ପୁଅ /ରଂଜନ ଦାସ) ନନ୍ଦପୁର ବ୍ଲକରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କୂଅ ଖନନ କରାଯାଇଥିଲା କିନ୍ତୁ ହିତାଧିକାରୀମାନେ ସେମାନଙ୍କ ପ୍ରାପ୍ୟ ପାଇ ନ ଥିବା ଅଭିଯୋଗ ହେଉଛି ।୨୦୧୬/୧୭ ଆର୍ଥିକ ବର୍ଷରେ ମାଳିବେଲଗାଁ ପଂଚାୟତ କମାରବେଲଗାଁ ଗ୍ରାମର ତିଲକ ତଳନାୟକ ଏକ ଲକ୍ଷ ୨୦ ହଜାର ଟଙ୍କା ଅଟକଳ ମୂଲ୍ୟରେ କୂପ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ । ନିଜ ସ୍ତ୍ରୀର ସୁନାବନ୍ଧକ ରଖି କାର୍ଯ୍ୟ ସଂପାଦକ କରିଥିଲେ ବୋଲି  ହିତାଧିକାରୀ ତିଲକ ପ୍ରକାଶ କରିଛନ୍ତି ।ଶ୍ରମିକ ବାବଦକୁ ୧୩ ହଜାର ଟଙ୍କା ଆକାଉଂଟ ମାଧ୍ୟମରେ ମିଳିଥିବା ସେ ସୂଚନା ଦେଇଛନ୍ତି ।ଥୁବା ପଂଚାୟତର ସାତସେମିଳି ଗ୍ରାମର ହିତାଧିକାରୀ ଲବକୁଶ ପୂଜାରୀ ୨୦୧୬/୧୭ ଆର୍ଥିକ ବର୍ଷରେ ଏମଜିନରେଗାରେ ୧ ଲକ୍ଷ ଟଙ୍କା ବିନିମୟରେ କୂଅ ଖନନ କରିଥିଲେ ।ଶ୍ରମିକ ବାବଦରେ ୧୭ ହଜାର ଟଙ୍କା ଆକାଉଂଟ ମାଧ୍ୟମରେ ମିଳିଥିବା ହିତାଧିକାରୀ ଲବକୁଶ ସୂଚନା ଦେଇଛନ୍ତି ।ଶ୍ରମିକ ବାବଦର ପ୍ରକଳ୍ପର ୬୦ ପ୍ରତିଶତ  ଓ ସାମଗ୍ରୀ ବାବଦରେ ପ୍ରକଳ୍ପର ୪୦ ପ୍ରତିଶତ ରହିବା କୁହାଯାଉଥିବା ବେଳେ ନନ୍ଦପୁର ବ୍ଲକର ଏହି ଦୁଇଟି ଘଟଣାରେ ବ୍ୟତିକ୍ରମ ଦେଖାଯାଇଥିବା ଜଣାପଡିଛି । ହିତାଧିକାରୀମାନଙ୍କୁ  ଶ୍ରମିକବାବଦରେ ନିୟମାନୁସାରେ କାହିଁକି ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ ନାହିଁ ବୋଲି ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ଏହାର ଏକ ତଦନ୍ତ କରାଯାଇ ତୁରନ୍ତ ହିତାଧିକାରୀଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.